Rajanikanta: ରଜନୀକାନ୍ତଙ୍କ ସ୍ବଭାବରେ ଅପେକ୍ଷା ପ୍ରଭାବିତ
ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ସରଳତା ଓ ନିଆରା ସ୍ୱଭାବ ଦ୍ବାରା ପ୍ରଭାବିତ ହୋଇଛନ୍ତି ଅଭିନେତ୍ରୀ ଅପେକ୍ଷା ପୋରୱାଲ୍।
ରଜନୀକାନ୍ତଙ୍କ ଅଭିନୀତ 'ଜେଲର୍ ୨' ଜରିଆରେ ତାମିଲ୍ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିବା ଅପେକ୍ଷା ନିଜର ଅନୁଭୂତି ବାଣ୍ଟିଛନ୍ତି।
ଏତେ ବଡ଼ ଷ୍ଟାର୍ ହୋଇ ମଧ୍ୟ ରଜନୀକାନ୍ତଙ୍କ ମଧ୍ୟରେ ସାମାନ୍ୟ ଅହଂକାର ନଥିବା ଅପେକ୍ଷାଙ୍କୁ ବେଶ୍ ପ୍ରଭାବିତ କରିଛି।
Advertisment 'ଫିଲ୍ମଫେୟାର'କୁ ଦେଇଥିବା ଏକ ସାକ୍ଷାତ୍କାରରେ ଅପେକ୍ଷା କହିଛନ୍ତି, ରଜନୀକାନ୍ତ ସୁଟିଂ ସେଟ୍କୁ ଆସିବା ମାତ୍ରେ ସେଠାକାର ପରିବେଶ ବଦଳିଯାଏ।
ନୂଆ ଅଭିନେତ୍ରୀ ଭାବେ ସେ ପ୍ରଥମେ ତାଙ୍କ ସହ କଥା ହେବାକୁ ସଂକୋଚ କରୁଥିଲେ।
ହେଲେ ରଜନୀକାନ୍ତ ନିଜ ଆଡୁ ଆସି ତାଙ୍କୁ ଅଭିବାଦନ ଜଣାଇଥିଲେ।
ସେ କେବଳ ଅପେକ୍ଷାଙ୍କୁ ନୁହେଁ, ସେଟ୍ରେ ଥିବା ସମସ୍ତଙ୍କୁ ହସି ହସି ଅଭିବାଦନ ଜଣାନ୍ତି।
ରଜନୀକାନ୍ତ ନିର୍ଦ୍ଦେଶକଙ୍କ କଥାକୁ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି।
ଏହି ନମ୍ରତା ଓ ସରଳତା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରେ ବୋଲି ଅପେକ୍ଷା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିବା ଅପେକ୍ଷା ୨୦୨୦ରେ ମୁକ୍ତିଲାଭ କରିଥିବା 'ଅନ୍ଦେଖି' ଜରିଆରେ ବଲିଉଡ୍ରେ ପ୍ରବେଶ କରିଥିଲେ।
ଏହା ପୂର୍ବରୁ ସେ ମିସ୍ ଇଣ୍ଡିଆ ଦିଲ୍ଲୀ ମୁକୁଟ ବିଜେତା ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
