24 OCTOBER 2026

Welcome!

Unlock your personalized experience.
Sign Up

Sports: ଓଡ଼ିଶାରେ ଖେଳାଳିଙ୍କ ପାଇଁ ‘ଓମ୍ନିବସ୍‌ ବ୍ୟବସ୍ଥା’ କେବେ?

Oct 24, 2026 - 04:31
Sports: ଓଡ଼ିଶାରେ ଖେଳାଳିଙ୍କ ପାଇଁ ‘ଓମ୍ନିବସ୍‌ ବ୍ୟବସ୍ଥା’ କେବେ?

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଅନୁପମା ସ୍ୱାଇଁ ଓଡ଼ିଶାର ଗର୍ବ ଓ ଗୌରବ। ଜୁ-ଜିତ୍‌ସୁରେ ୬ ଥର ଏସୀୟ ପଦକ ଏବଂ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜେତା। ୨୦୨୩ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ୨୦୧୫ରେ ମେଧାବୀ କ୍ରୀଡ଼ାବିତ୍ ଭାବେ ଓଡ଼ିଶା ପୁଲିସରେ କନଷ୍ଟେବଳ ଭାବେ ଯୋଗ ଦେଇଥିଲେ। ତେବେ ତାଙ୍କ ଅସାଧାରଣ କ୍ରୀଡ଼ା ସଫଳତା ସତ୍ତ୍ୱେ ଉଚ୍ଚ ପଦବିରେ ନିଯୁକ୍ତି କିମ୍ବା ପଦୋନ୍ନତି ପାଇଁ ତାଙ୍କର ବହୁଦିନର ଦାବି ଏଯାଏଁ ପୂରଣ ହୋଇନାହିଁ।

୨୦୧୭ରେ ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିବା ପରେ ସେ ନିଜ କ୍ରୀଡ଼ା ସଫଳତା ଅନୁଯାୟୀ ଉଚ୍ଚ ପଦବି ପାଇଁ ସରକାରଙ୍କ ନିକଟରେ ଆବେଦନ କରିଆସୁଛନ୍ତି। ୧୧ ନଭେମ୍ବର ୨୦୨୨ରେ ଏକ ଉଚ୍ଚସ୍ତରୀୟ ସରକାରୀ କମିଟି ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାର ସଫଳତାକୁ ଏସୀୟ କ୍ରୀଡ଼ା ସହ ସମକକ୍ଷ ବିବେଚନା କରି ଦୁଇଜଣ କ୍ରୀଡ଼ାବିତ୍‌ଙ୍କୁ ଗ୍ରୁପ୍‌-ଏ ପଦବିରେ ନିଯୁକ୍ତି ପାଇଁ ସୁପାରିସ କରିଥିଲା। ଏହି ସମାନ ମାନଦଣ୍ଡରେ ସୁପାରିସ ପାଇବା ପରେ ଜଣେ ମହିଳା କ୍ରୀଡ଼ାବିତ୍ ଚାକିରି ପାଇଥିବା ବେଳେ ଅନୁପମାଙ୍କୁ ଅବହେଳା କରଯାଇଥିଲା। 

୨୦୨୪ ଜାନୁଆରି ୧୦ ତାରିଖରେ ଅନୁଷ୍ଠିତ ଦ୍ବିତୀୟ ଉଚ୍ଚସ୍ତରୀୟ କମିଟି ବୈଠକରେ କ୍ରୀଡ଼ାବିତ୍‌ଙ୍କ ଉଚ୍ଚ ପ୍ରଦର୍ଶନ ଆଧାରରେ ଉଚ୍ଚ ପଦବି ପ୍ରଦାନ ପାଇଁ ‘ଓମ୍ନିବସ୍ ବ୍ୟବସ୍ଥା’ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଅନୁପମାଙ୍କ ସମେତ ଆଠଜଣ କ୍ରୀଡ଼ାବିତ୍‌ଙ୍କ ନାମ ସୁପାରିସ କରାଯାଇଥିଲା। ଏହି ବ୍ୟବସ୍ଥାରେ ନିଯୁକ୍ତ ଖେଳାଳିଙ୍କୁ ପଦୋନ୍ନତି ଦିଆଯିବା ପାଇଁ ସ୍ବତନ୍ତ୍ରଭାବେ ବିଚାର କରାଯାଇପାରିବ। ଅନୁପମାଙ୍କ ଉଚ୍ଚ ପଦବି ପାଇଁ ପୁଲିସ ବିଭାଗ, କ୍ରୀଡ଼ା ବିଭାଗ ଏବଂ ବିଧାନସଭା ସ୍ଥାୟୀ କମିଟି ପକ୍ଷରୁ ଏକାଧିକ ଥର ସୁପାରିସ କରାଯାଇଥିବା ସତ୍ତ୍ୱେ ତାଙ୍କ ଦାବି ପୂରଣ ହୋଇନାହିଁ। ୨୦୨୨ରୁ ଅନୁପମା ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, କ୍ରୀଡା ମନ୍ତ୍ରୀ ବିଭିନ୍ନ ବିଭାଗର ସଚିବମାନଙ୍କୁ ଭେଟି ନିଜ ଅଧିକାର ପାଇଁ ଅନୁରୋଧ କରି ଆସୁଛନ୍ତି। ପଦୋନ୍ନତି ହେଇପାରୁନଥିଲେ ସିଧାସଳଖ ଉଚ୍ଚପଦବିରେ ନିଯୁକ୍ତି ନିମନ୍ତେ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଶେଷରେ କ୍ରୀଡ଼ା ବିଭାଗରେ ଗଭୀର ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ବିଧାନସଭାର ଷ୍ଟାଣ୍ଡିଂ କମିଟି ଦାବିକୁ ମଧ୍ୟ ଅଣଦେଖା କରାଯାଇଛି। କେନ୍ଦ୍ର ସରକାରଙ୍କ ଅନୁବଂଧିତ ନଥିବା ଖେଳର ସଫଳ ଖେଳାଳିଙ୍କୁ ରାଜ୍ୟ ସରକାର ବଞ୍ଚିତ ରଖିବା ଲାଗି ଯେଉଁ ପଣ କରିଛନ୍ତି ତାହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। କିନ୍ତୁ ସଫଳତାର ସମୟ ଓ ଅନୁବଂଧନ ଆଦିକୁ ବିଚାରକୁ ନେବାକୁ ଦାବି କରାଯାଇଛି।

ଅନୁପମାଙ୍କ ଭଳି ଉଚ୍ଚକୋଟୀର ଅନ୍ତର୍ଜାତୀୟ  କ୍ରୀଡାବିତ୍‌ ୧୧ ବର୍ଷ ହେଲା କନେଷ୍ଟବଳ ପଦବିରେ ରହିବା ଦୁଃଖର ବିଷୟ। ଅନ୍ୟ ରାଜ୍ୟରେ ଓମ୍ନିବସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାବେଳେ ଓଡ଼ିଶା‌ରେ ଏହାକୁ ତ୍ବରିତ ଲାଗୁ କରାଗଲେ ଯୋଗ୍ୟ ଖେଳାଳିଙ୍କୁ ଏକକାଳୀନ ସେମାନଙ୍କ ହକ୍‌ ସହିତ ସମ୍ମାନ ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇପାରନ୍ତା। ଯାହା ବହୁ ବିଳମ୍ବ ‌ହୋଇଯାଇଛି। ନଚେତ ଅନେକ ଅନ୍ତର୍ଜାତୀୟ ସଫଳତା ସତ୍ତ୍ବେ ଅନୁପମା ସ୍ବାଇଁଙ୍କ ଭଳି ଖେଳାଳି ଉପେକ୍ଷିତ ହୋଇ ଚାଲିଥିବେ ଏବଂ ଅନ୍ୟ ଖେଳାଳି ଓଡ଼ିଶାର ନିଯୁକ୍ତି ବ୍ୟବସ୍ଥାକୁ ପ୍ରଥମ ପସନ୍ଦରେ ରଖିବେ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)