Mineral Funds: ଖଣିଜ ପାଣ୍ଠି ଲୁଟ୍-୧୯: ଆର୍ଡବ୍ଲୁଏସ୍ଏସ୍ ଆକାଉଣ୍ଟରୁ ୧୦.୯୨ କୋଟି ଟଙ୍କା ଗାଏବ!
ଯାଜପୁର: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍ର ଗୁମର ଗୋଟିଏ ପରେ ଗୋଟିଏ ଖୋଲୁଛି। ବିଭିନ୍ନ ବିଭାଗରେ ଦୁର୍ନୀତିକୁ ନେଇ ସିଏଜି ଆପତ୍ତି ଉଠାଇଥିବାବେଳେ ଏବେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍ଡବ୍ଲ୍ୟୁଏସ୍ଏସ୍) ବିଭାଜନରେ ସାଂଘାତିକ ଆର୍ଥିକ ଅନିୟମିତତା ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଛି। ଏହି ବିଭାଜନର ନଗଦ ବହି (କ୍ୟାସ୍ ବୁକ୍), ବ୍ୟାଙ୍କ ଜମା ଖାତା ଓ ପାଣ୍ଠି କାରବାରରେ ବ୍ୟାପକ ଅନିୟମିତତା ହୋଇଥିବାବେଳେ କାର୍ଯ୍ୟାଳୟ ମୁଖ୍ୟଙ୍କ ନିୟମିତ ସ୍ୱାକ୍ଷର ଅଭାବରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ଆତ୍ମସାତ କିମ୍ବା ଅପବ୍ୟବହାର ହୋଇଥିବା ସିଏଜି ରିପୋର୍ଟରେ ସନ୍ଦେହ ପ୍ରକାଶ କରିଛନ୍ତି। ବିଭାଗର ବ୍ୟାଙ୍କ ଖାତାରେ ୧୦.୯୨ କୋଟି ଟଙ୍କା ନଥିବାରୁ ଏହାର ତୁରନ୍ତ ତଦନ୍ତ ସହିତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି।
Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍ରେ ଛାଡ଼ିବା ନେଇ ସୁପ୍ରିମ୍କୋର୍ଟଙ୍କ ଭର୍ତ୍ସନା
ତଥ୍ୟ ମୁତାବକ, ୨୦୧୫-୧୬ରୁ ୨୦୨୩-୨୪ (୩୦ ନଭେମ୍ବର ୨୦୨୪ ସୁଦ୍ଧା) ଚଣ୍ଡିଖୋଲ ଆର୍ଡବ୍ଲ୍ୟୁଏସ୍ଏସ୍ ବିଭାଜନ ଡିଏମ୍ଏଫ୍ ପାଣ୍ଠିରୁ ମୋଟ ୮୧.୦୧ କୋଟି ଟଙ୍କା ପାଇଥିଲା। ଏହା ଉପରେ ବିଭାଜନ ୫.୧୨ କୋଟି ଟଙ୍କା ସୁଧ ଅର୍ଜନ କରିଥିଲା। ସମସ୍ତ ଆୟବ୍ୟୟର ହିସାବ ପରେ ନଭେମ୍ବର ୨୦୨୪ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬.୩୬ କୋଟି ଟଙ୍କା ବଳକା ରହିବା କଥା। ମାତ୍ର ଆକ୍ସିସ୍ ବ୍ୟାଙ୍କ ଓ ଏସ୍ବିଆଇ ଜମା ବିବରଣୀ ଅନୁସାରେ ବ୍ୟାଙ୍କରେ ମାତ୍ର ୫.୪୪ କୋଟି ଟଙ୍କା ରହିଥିଲା। ଅର୍ଥାତ ବ୍ୟାଙ୍କ ଖାତାରେ ୧୦.୯୨ କୋଟି ଟଙ୍କା ନଥିବାରୁ ଏହା ଅପବ୍ୟବହାର ହୋଇଛି ବୋଲି ସିଏଜି ସନ୍ଦେହ କରିଛନ୍ତି। ଗତ ମାର୍ଚ୍ଚ ୨୦୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଠିକାଦାରଙ୍କ ବିଲ୍ରୁ ଜିଏସ୍ଟି, ଆୟକର, ରୟାଲ୍ଟି, ସୁରକ୍ଷା ଜମା ଓ ଜରିମାନା ବାବଦକୁ ୩.୨୬ କୋଟି ଟଙ୍କା କଟାଯାଇଥିଲା।
ଆପତ୍ତି ଉଠାଇଲେ ସିଏଜି
ଏହି ଅର୍ଥ ସରକାରୀ ରାଜକୋଷରେ ଜମା ନ କରି ନିର୍ବାହୀ ଯନ୍ତ୍ରୀ ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଦୁଇଟି ପୃଥକ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରାଯାଇଥିଲା। ଚିନ୍ତାଜନକ ବିଷୟ ହେଉଛି, ଏହି ୩.୨୬ କୋଟିରୁ ବ୍ୟାଙ୍କରେ ମାତ୍ର ୨.୭୨ କୋଟି ଟଙ୍କା ଗଚ୍ଛିତ ଥିବାବେଳେ ବାକି ୫୩.୬୩ ଲକ୍ଷ ଟଙ୍କା ଜମା ନଥିଲା। ସୁକିନ୍ଦା ବ୍ଲକ୍ର ୧୦୮ଟି ଗ୍ରାମକୁ ପାଇପ୍ ଜଳ ଯୋଗାଇବା ପାଇଁ ୨୩୨.୭୫ କୋଟି ଟଙ୍କାର ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ସମସ୍ତ ପରିବାରକୁ ପାନୀୟ ଜଳ ମିଳିବା ବ୍ୟବସ୍ଥା ହୋଇସାରିଥିଲା। ତଥାପି ସମାନ ଅଞ୍ଚଳରେ ଖଣିଜ ପାଣ୍ଠିରୁ ଅତିରିକ୍ତ ୬ଟି ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ୩.୩୭ କୋଟି ଟଙ୍କା ଅପବ୍ୟୟ କରାଯାଇଛି। ଅତିରିକ୍ତ ପ୍ରକଳ୍ପଗୁଡ଼ିକ ଅଣ-କାର୍ଯ୍ୟକ୍ଷମ ଓ ଅଚଳ ହୋଇପଡ଼ିଥିବାରୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇନାହିଁ।
Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍
ଜାନୁଆରି ୨୦୨୬ରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ନଗଦ ବହି ଅପଡେଟ୍ ଓ ବ୍ୟାଙ୍କ ସମନ୍ୱୟ କରାଯାଇଥିବା ଏବଂ ଅଚଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉଥିବା କୁହାଯାଇଥିଲା। ମାତ୍ର ବିଭାଗ ପକ୍ଷରୁ କୌଣସି ଅପଡେଟ୍ କ୍ୟାସ୍ ବୁକ୍ ବା ବିସ୍ତୃତ ବ୍ୟାଙ୍କ ବିବରଣୀ ପ୍ରଦାନ କରାଯାଇ ନଥିବାରୁ ସିଏଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଗଷ୍ଟ ୨୦୨୬ ସୁଦ୍ଧା ସୂଚନା ଅଧିକାର ତଥ୍ୟ ଅନୁଯାୟୀ ଖଣିଜ ପାଣ୍ଠି ୭୭.୯୯ କୋଟି ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଥିବା ବେଳେ ପାନୀୟଜଳ ନାମରେ ନଳକୂଅ, ଗଭୀର ନଳକୂଅ ଖୋଳା ଓ ଏଥି ସମ୍ବନ୍ଧୀୟ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟରେ ଗୁପ୍ତ ଟେଣ୍ଡର ସହ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ଜରିଆରେ ନାମକୁ ମାତ୍ର କାର୍ଯ୍ୟ କରାଯାଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଖଣି ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳଯୋଗାଣ ନାମରେ ଏହି ସାଂଘାତିକ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
