Rain: ଓଡ଼ିଶାରେ ଢାଳୁଛି, ଦେଶରେ ନିଅଣ୍ଟ: ଦେଶରେ ୧୪% ନିଅଣ୍ଟିଆ, ଓଡ଼ିଶାରେ ୨୬% ଅଧିକ ବର୍ଷା

Sep 01, 2026 - 02:46
Rain: ଓଡ଼ିଶାରେ ଢାଳୁଛି, ଦେଶରେ ନିଅଣ୍ଟ: ଦେଶରେ ୧୪% ନିଅଣ୍ଟିଆ, ଓଡ଼ିଶାରେ ୨୬% ଅଧିକ ବର୍ଷା

"ଭୁବନେଶ୍ବର: ମୌସୁମୀ ସମୟ(ଜୁନ୍‌ ୧ରୁ ସେପ୍ଟେମ୍ବର ୩୦) ପୂରଣ ହେବାର ଗୋଟିଏ ମାସ ପୂର୍ବରୁ ଓଡ଼ିଶାରେ ମୌସୁମୀ ବର୍ଷା ହୋଇସାରିଛି।

ଜୁନ୍‌ ମାସରେ ୪୭% ନିଅଣ୍ଟିଆ ବର୍ଷା ହେବା ସତ୍ତ୍ବେ ଓଡ଼ିଶା ଏହି ଲକ୍ଷ୍ୟ ହାସଲ କରିଛି।

ବଙ୍ଗୋପସାଗରରେ ବାରମ୍ବାର ଘୂର୍ଣ୍ଣିବଳୟ ସୃଷ୍ଟି ସହ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ଦ୍ବାରା ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଚଳିତବର୍ଷ ସ୍ବାଭାବିକଠାରୁ ଅଧିକ ବର୍ଷା ହେଉଛି।

ଏପରିକି ଅଗଷ୍ଟ ମାସରେ ନିଅଣ୍ଟିଆ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ‌ଯେଉଁ ଆକଳନ କରିଥିଲେ ତାହା ମଧ୍ୟ ଭୁଲ୍‌ ପ୍ରମାଣିତ ହୋଇଛି।

ଜୁଲାଇ ଓ ଅଗଷ୍ଟ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ।

ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ଆକଳନ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ସ୍ବାଭାବିକ କିମ୍ବା ତା"ଠାରୁ ଅଧିକ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।Advertisment Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର ଦେଶରେ ୧୪% ନିଅଣ୍ଟିଆ, ଓଡ଼ିଶାରେ ୨୬% ଅଧିକ ବର୍ଷାସେପ୍ଟେମ୍ବରରେ ବି ଲାଗିରହିବ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶାରେ ସ୍ବାଭାବିକ ଭାବେ ୧୧୫୦.୨ ମିମି ବର୍ଷା ହୋଇଥାଏ।

ହେଲେ ଚଳିତବର୍ଷ ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ୧୧୫୪.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ବର୍ଷାଠାରୁ ୨୬% ଅଧିକ।

ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ଓଡ଼ିଶାରେ ମୌସୁମୀ ବର୍ଷା ପରିମାଣ ସ୍ବାଭାବିକ ଭାବେ ୯୧୪.୫ ମିମି ରହିଥାଏ।

ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଦେଶରେ ନିଅଣ୍ଟିଆ ସ୍ଥିତି ଲାଗିରହିଛି।

ଜୁନ୍‌ ୧ରୁ ଅଗଷ୍ଟ ୩୧ ମଧ୍ୟରେ ସ୍ବାଭାବିକ ବର୍ଷା ପରିମାଣ ୭୦୦.୭ ମିମି ହେବା କଥା।

ମାତ୍ର ଏବେ ସୁଦ୍ଧା ୬୦୩.୭ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୧୪% ନିଅଣ୍ଟିଆ।

ମୌସୁମୀ ଆଗମନକୁ ୩ ମାସ ବିତିଯାଇଥିଲେ ମଧ୍ୟ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ପୁଡୁଚେରି, ଲାକ୍ଷାଦ୍ବୀପରେ ସ୍ବାଭାବିକ ବର୍ଷା‌ ହୋଇପାରି ନ ଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସମାନ ଅଞ୍ଚଳରେ ରହିଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି।

ଏଥିସହ ୩ଟି ଟ୍ରଫ୍‌ ଲାଇନ୍‌ ଉତ୍ତର ଓଡ଼ିଶା ସଂଲଗ୍ନ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସହ ଜଡ଼ିତ ରହିଛି।

ପ୍ରଭାବରେ ମଙ୍ଗଳବାର ପୂର୍ବାହ୍ଣ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଏବଂ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ମୟୂରଭଞ୍ଜ ଜିଲ୍ଲାର ‌କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ପରବର୍ତ୍ତୀ ୨୪ ଘଣ୍ଟାରେ ବର୍ଷା ପରିମାଣ କମିବ।

ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବ‌ର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)