12 SEPTEMBER 2026

Welcome!

Unlock your personalized experience.
Sign Up

Flood in Nepal: ନେପାଳରେ ବନ୍ୟା ଆତଙ୍କ: ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

Sep 01, 2026 - 02:46
Flood in Nepal: ନେପାଳରେ ବନ୍ୟା ଆତଙ୍କ: ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି

କାଠମାଣ୍ଡୁ: ନେପାଳ ଓ ତିବ୍ବତରେ ବ୍ୟାପକ ଧ୍ୱଂସଲୀଳା ଘଟାଇଥିବା ବନ୍ୟାରେ ମୃତ୍ୟୁସଂଖ୍ୟା ୯୦୩ରେ ପହଞ୍ଚିଛି। ନିଖୋଜଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୪,୨୪୭‌ରେ ପହଞ୍ଚିଛି। ସମସ୍ତ ପ୍ରଭାବିତ ୮ ଜିଲ୍ଲାରୁ ଉଦ୍ଧାର ଅପରେସନ୍‌ ଜାରି ରହିଥିବାବେଳେ ଜୀବିତଙ୍କ ସନ୍ଧାନ ପାଇଁ ଜୋରଦାର ପ୍ରୟାସ କରାଯାଉଛି। ନିଖୋଜଙ୍କୁ ଖୋଜିବାପାଇଁ ଉଦ୍ଧାରକାରୀ ଦଳ ସମସ୍ତ ଉଦ୍ୟମ ଚଳାଇଛନ୍ତି। ବନ୍ୟାରେ ଏଯାବତ୍ ୯୦୩ ଜଣଙ୍କ ମୃତ‌ଦେହ ଉଦ୍ଧାର କରାଯାଇଛି ବୋଲି ‌ନେପାଳର ଏନ୍‌ଡିଆର୍‌ଆର୍‌ଏମ୍‌ଏ (ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷ) କହିଛି। ଚିତୱନରୁ ୨୭୨ଟି, ନାୱାଲପରାସୀ ପୂର୍ବରୁ ୨୦୭ଟି, ନାୱାଲପରାସୀ ପଶ୍ଚିମରୁ ୧୫୧ଟି ଓ ଗୋରଖାରୁ ୬୨ଟି ମୃତଦେହ ମିଳିଛି। ଏହା ବ୍ୟତୀତ ନୁୱାକୋଟରୁ ୯୫ଟି, ଧାଦିଙ୍ଗରୁ ୫୫ଟି, ତାନାହୁଁରୁ ୩୭ଟି ଓ ରାସୁୱାରୁ ୨୪ଟି ମୃତଦେହ ଉଦ୍ଧାର ହୋଇଛି। ଏନ୍‌ଡିଆର୍‌ଆର୍‌ଏମ୍‌ଏ ଅନୁଯାୟୀ ନେପାଳରେ ଏବେ ବି ୪,୨୪୭ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୮୫ ଜଣ ସୁରକ୍ଷାକର୍ମୀ ଏବଂ ୩୨୦ ଜଣ ବିଦେଶୀ ନାଗରିକ ଅଛନ୍ତି। ନେପାଳ ଓ ତିବ୍ବତକୁ ମିଶାଇ ନିଖୋଜ ଲୋକଙ୍କ ସଂଖ୍ୟା ପ୍ରାୟ ୫,୦୦୦ରେ ପହଞ୍ଚିଛି। 

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

ମୃତ୍ୟୁସଂଖ୍ୟା ୯୦୦ ଟପିଲା, ନିଖୋଜଙ୍କ ସଂଖ୍ୟା ୪ ହଜାର ଟପିଲାଣି

ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକରେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ସେଠାରେ ଶତାଧିକ ଶ୍ରମିକଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ନେପାଳ କର୍ତ୍ତୃପକ୍ଷଙ୍କ ଆଶଙ୍କା ଯେ ଅନେକ ସୁଡ଼ଙ୍ଗ ଭିତରେ ପ୍ରାୟ ୧୦୦ ଶ୍ରମିକ ଏବେ ବି ଜୀବିତ ଥାଇପାରନ୍ତି। ମୋଟ ୯୩୩ ଜଣ ଜଳବିଦ୍ୟୁତ୍ କର୍ମଚାରୀ ନିଖୋଜ ଥିବା ତାଲିକାଭୁକ୍ତ ହୋଇଛନ୍ତି। କଠିନ ଓ ବିପଜ୍ଜନକ ପରିସ୍ଥିତି ସତ୍ତ୍ୱେ ଉଦ୍ଧାରକାରୀ ଦଳ ଲଗାତାର କାମ କରୁଛନ୍ତି। ଚୀନ୍, ଭାରତ ଓ ଦକ୍ଷିଣ କୋରିଆର ଉଦ୍ଧାରକାରୀ ଦଳ ମଧ୍ୟ ନେପାଳ କର୍ତ୍ତୃପକ୍ଷଙ୍କୁ ଏଥିରେ ସହଯୋଗ କରୁଛନ୍ତି। ଏପର୍ଯ୍ୟନ୍ତ ଦୁଇଟି ସୁଡ଼ଙ୍ଗରୁ ୩ଟି ମୃତଦେହ ମିଳିିଛି। ବନ୍ୟାରେ ରାସ୍ତା ଧୋଇଯାଇଛି, ବିଦ୍ୟୁତ୍ କେନ୍ଦ୍ର ଧ୍ୱଂସ ହୋଇଛି ଏବଂ ଅନେକ ସେତୁ ଭାଙ୍ଗିଯାଇଛି। ଫଳରେ ଅଞ୍ଚଳଗୁଡ଼ିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଏବଂ ହଜାର ହଜାର ଲୋକ ବାସହୀନ ହୋଇଛନ୍ତି। ଲୋକମାନେ ହସ୍ପିଟାଲ୍‌ରୁ ହସ୍ପିଟାଲ୍ ବୁଲି ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)