FIH World Cups: ହକି ବିଶ୍ବକପ୍‌ ୨୦୩୦ ଆୟୋଜନ ଦୌଡ଼ରେ ଓଡ଼ିଶା ସହ ପଞ୍ଜାବ ଓ ତାମିଲନାଡ଼ୁ

Oct 30, 2026 - 15:30
FIH World Cups: ହକି ବିଶ୍ବକପ୍‌ ୨୦୩୦ ଆୟୋଜନ ଦୌଡ଼ରେ ଓଡ଼ିଶା ସହ ପଞ୍ଜାବ ଓ ତାମିଲନାଡ଼ୁ

ଜଳନ୍ଧର: ଅଗାମୀ ୨୦୩୦ ଏଫ୍‌ଆଇଏଚ୍‌ ପୁରୁଷ ଓ ମହିଳା ବିଶ୍ବକପ୍‌ ଆୟୋଜନ ଦୌଡ଼ରେ ଓଡ଼ିଶା ସମେତ ପଞ୍ଜାବ ଓ ତାମିଲନାଡ଼ୁ ରହିଛନ୍ତି।

ଏହି କଥା ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି।

ପୂର୍ବରୁ ଓଡ଼ିଶା ଦୁଇ ଥର ପୁରୁଷ ବିଶ୍ବକପ୍‌ (୨୦୧୮, ୨୦୨୩) ଆୟୋଜନ କରିଥିଲା।

ପୁରୁଷ କନିଷ୍ଠ ବିଶ୍ବକପ୍‌ ଗତ ବର୍ଷ ଚେନ୍ନାଇ ଓ ମଦୁରାଇରେ ତାମିଲନାଡ଼ୁ ସଫଳତାର ସହ ଆୟୋଜନ କରିଛି।

କିନ୍ତୁ ପଞ୍ଜାବରେ ଏପର୍ଯ୍ୟନ୍ତ ଏହି ବଡ଼ ଇଭେଣ୍ଟ ହୋଇନାହିଁ।

ସଂପ୍ରତି ଏହି ରାଜ୍ୟରେ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ଚାଲିଛି।

୧୭ ବର୍ଷ ପରେ ପ୍ରଥମ ଥର ପଞ୍ଜାବକୁ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିଛି।

Advertisment ଶେଷ ଥର ଲାଗି ପଞ୍ଜାବରେ ୨୦୦୯ ଗୋଲ୍ଡ କପ୍‌ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଖେଳାଯାଇଥିଲା।

ବିଶ୍ବକପ୍‌ ଆୟୋଜନ ଅଧିକାର ନେଇ ଭୋଳାନାଥ କହିଛନ୍ତି ଯେ, ''ଓଡ଼ିଶା, ତାମିଲନାଡ଼ୁ ଓ ପଞ୍ଜାବ ଏହି ଦୌଡ଼ରେ ଅଛନ୍ତି।

ଯଦି ଓଡ଼ିଶାକୁ ହକି ବିଶ୍ବକପ୍‌ ଆୟୋଜନ ଅଧିକାର ମିଳେ, ତେବେ ଏହି ରାଜ୍ୟ ପାଇଁ ବଡ଼ ସଫଳତା ହେବ।

ଓଡ଼ିଶା ବି ପ୍ରଥମ ପସନ୍ଦରେ ରହିଛି।

ମୁଁ ଚାହେ ହକି ଦେଶର ସବୁ କୋଣରେ ପହଞ୍ଚୁ।

ତାମିଲନାଡ଼ୁ ଅନେକ ଅଲିମ୍ପିଆନ୍‌ ତିଆରି କରିଛି ଏବଂ ଆମେ ଗତ ବର୍ଷ ସେଠାରେ କନିଷ୍ଠ ବିଶ୍ବକପ୍‌ କରିଥିଲୁ।

ପଞ୍ଜାବରେ ଏବେ ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ଚାଲିଛି।

ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟପ୍ରଦେଶରେ ହୋଇ ନଥିବା ବେଳେ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ଏହାର ରାଜଧାନୀ ଭୋପାଳରେ ନଭେମ୍ବର ୧୯ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ''।

ନଭେମ୍ବର ୧ରୁ ଦିଲ୍ଲୀରେ ନୂଆ 'ଜିଆରଏପି' କଟକଣା: ବିଏସ୍-୬ ନହେଲେ ବାହାର ରାଜ୍ୟ ଗାଡ଼ି ପ୍ରବେଶ ମନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)