Bali Jatra Food Stalls Under Scanner: ବାଲିଯାତ୍ରାରେ ବାସି ଖାଦ୍ୟର ପସରା! ଫୁଡ୍ ଷ୍ଟଲ୍‌ରେ ଚଢ଼ାଉ, ଜବତ ହେଲା ବିପୁଳ ଖାଦ୍ୟ

Nov 27, 2026 - 12:14
Bali Jatra Food Stalls Under Scanner: ବାଲିଯାତ୍ରାରେ ବାସି ଖାଦ୍ୟର ପସରା! ଫୁଡ୍ ଷ୍ଟଲ୍‌ରେ ଚଢ଼ାଉ, ଜବତ ହେଲା ବିପୁଳ ଖାଦ୍ୟ

ବାଲିଯାତ୍ରାରେ ଖାଦ୍ୟପ୍ରେମୀଙ୍କ ପାଇଁ ଖରାପ ଖବର।

ମେଳା ବୁଲିବା ସହ ମନପସନ୍ଦର ଖାଦ୍ୟ ଖାଇବାକୁ ଆସୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଚାଲିଛି କି?

ବାଲିଯାତ୍ରାରେ ବିଭିନ୍ନ ଫୁଡ୍ ଷ୍ଟଲ୍‌ରେ ଚଢ଼ାଉ କରି ବିପୁଳ ପରିମାଣର ବାସି ଖାଦ୍ୟ ଜବତ କରିଛି କଟକ ମହାନଗର ନିଗମ (କେଏମସି)ର ସ୍ୱାସ୍ଥ୍ୟ ବିଭାଗ।

ଏହି ଘଟଣା ମେଳାକୁ ଆସୁଥିବା ଖାଦ୍ୟପ୍ରେମୀଙ୍କ ଚିନ୍ତା ବଢ଼ାଇଛି।

Advertisment ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ଅଣ୍ଟା ଭିଡ଼ିଛି କେଏମସି ସ୍ୱାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀ ବିଭିନ୍ନ ଫୁଡ୍ ଷ୍ଟଲ୍ ବୁଲି ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି।

ଏହି ଯାଞ୍ଚ ସମୟରେ ବିପୁଳ ପରିମାଣର ବାସି ଖାଦ୍ୟ ଠାବ ହୋଇଥିଲା।

ଏହାକୁ ଜବତ କରିବା ସହ ନଷ୍ଟ କରିଛି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ।

କେବଳ ବାଲିଯାତ୍ରା ଫୁଡ୍ ଷ୍ଟଲ ନୁହେଁ, ଜାତୀୟ ପଲ୍ଲିଶ୍ରୀ ମେଳା ଭିତରୁ ମଧ୍ୟ ବାସି ଖାଦ୍ୟ ଜବତ ହୋଇଛି।

ମେଳାରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀମାନେ ଖାଦ୍ୟର ଗୁଣବତ୍ତା ଓ ସତେଜତା ପ୍ରତି କେତେ ସଚେତନ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment ମେଳାରେ ଖାଦ୍ୟ ଖାଇବା ପୂର୍ବରୁ ସାବଧାନ ବାଲିଯାତ୍ରାରେ ପ୍ରତିଦିନ ହଜାର ହଜାର ଲୋକ ଭିଡ଼ ଜମାଉଛନ୍ତି।

ଖାଦ୍ୟ ଷ୍ଟଲ୍‌ଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଲାଗୁଛି।

ଏଭଳି ସ୍ଥିତିରେ ବାସି ଖାଦ୍ୟ ବିକ୍ରି ହେବା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ।

ଦୂଷିତ ଖାଦ୍ୟ ଖାଇଲେ ଖାଦ୍ୟଜନିତ ରୋଗ ହେବାର ଆଶଙ୍କା ରହିଥାଏ।

ତେଣୁ ମେଳାକୁ ଯାଉଥିବା ଲୋକେ ଖାଦ୍ୟ କିଣିବା ସମୟରେ ସତର୍କ ରହିବା ଆବଶ୍ୟକ।

ଖାଦ୍ୟର ଗନ୍ଧ, ରଙ୍ଗ ଓ ସତେଜତା ପ୍ରତି ଧ୍ୟାନ ଦେବା ସହ ଖୋଲାରେ ରଖାଯାଇଥିବା ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ ।

ମେଳାରେ ଖାଦ୍ୟର ଗୁଣବତ୍ତା ବଜାୟ ରଖିବା ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେଏମସିର ଏହି ଯାଞ୍ଚ ଗୁରୁତ୍ୱପୂର୍ଣ୍ଣ।

ବାସି ଖାଦ୍ୟ ଜବତ କରି ନଷ୍ଟ କରାଯିବା ପରେ ଦୋକାନୀମାନେ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ ଓ ବିକ୍ରି ସମୟରେ ସତର୍କ ରହିବା ଆବଶ୍ୟକ।

ବାଲିଯାତ୍ରାରେ ଖାଦ୍ୟର ମାନ ଯାଞ୍ଚ ଜାରି ରହିଥିବା ବେଳେ ମେଳାକୁ ଆସୁଥିବା ଲୋକଙ୍କୁ ସୁରକ୍ଷିତ ଓ ଗୁଣବତ୍ତାଯୁକ୍ତ ଖାଦ୍ୟ ଯୋଗାଇବା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)