PUC New Rules 2026: ବଦଳିଲା PUC ନିୟମ; ଏହିସବୁ ଗାଡ଼ି ପାଇଁ ପ୍ରତି ୬ ମାସରେ ଥରେ ପ୍ରଦୂଷଣ ଯାଞ୍ଚ ବାଧ୍ୟତାମୂଳକ
ଦେଶର କୋଟି କୋଟି ଗାଡ଼ି ମାଲିକଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି।
ଏଣିକି ସମସ୍ତ ଗାଡ଼ି ପାଇଁ ସମାନ ସମୟ ବ୍ୟବଧାନରେ ପ୍ରଦୂଷଣ ଯାଞ୍ଚ କରିବାକୁ ପଡ଼ିବ ନାହିଁ।
Advertisment ଗାଡ଼ିର ବର୍ଷ, ବ୍ୟବହାର ଏବଂ ନିର୍ଗମନ ମାନଦଣ୍ଡ ଅନୁସାରେ PUC ସାର୍ଟିଫିକେଟ୍ର ବୈଧତା ନିର୍ଦ୍ଧାରଣ କରାଯାଇଛି।
ବିଶେଷକରି BS-6 ମାନଦଣ୍ଡର ନୂଆ ଘରୋଇ ଗାଡ଼ି ମାଲିକଙ୍କୁ ଏହି ନିୟମରେ ଅଧିକ ସୁବିଧା ମିଳିବ।
୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ପାଇଁ ୩ ବର୍ଷର ବୈଧତା ନୂଆ ନିୟମ ଅନୁସାରେ, BS-6 ମାନଦଣ୍ଡର ଘରୋଇ ଗାଡ଼ିର ବୟସ ୬ ବର୍ଷ ପର୍ଯ୍ୟନ୍ତ ହୋଇଥିଲେ PUC ପ୍ରମାଣପତ୍ର ୩ ବର୍ଷ ପାଇଁ ବୈଧ ରହିବ।
ସେହିପରି ୬ ବର୍ଷରୁ ଅଧିକ ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା BS-6 ଘରୋଇ ଗାଡ଼ି ପାଇଁ ପ୍ରତିବର୍ଷ PUC ନବୀକରଣ କରିବାକୁ ପଡ଼ିବ।
ଅନ୍ୟପଟେ ୧୦ ବର୍ଷରୁ ଅଧିକ ପୁରୁଣା ଘରୋଇ BS-6 ଗାଡ଼ି ପାଇଁ ପ୍ରତି ୬ ମାସରେ ଥରେ ପ୍ରଦୂଷଣ ଯାଞ୍ଚ କରିବା ଜରୁରୀ।
Advertisment କମର୍ସିଆଲ୍ ଗାଡ଼ି ପାଇଁ କ'ଣ ରହିଛି ନିୟମ?
ବ୍ୟବସାୟିକ ବା ପରିବହନ କାର୍ଯ୍ୟରେ ବ୍ୟବହୃତ BS-6 ଗାଡ଼ି ପାଇଁ ସରକାର ଅଲଗା ନିୟମ ଲାଗୁ କରିଛନ୍ତି।
୬ ବର୍ଷ ପର୍ଯ୍ୟନ୍ତ ପୁରୁଣା ବ୍ୟବସାୟିକ BS-6 ଗାଡ଼ି ପାଇଁ PUC ସାର୍ଟିଫିକେଟ୍ ୨ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ।
୬ରୁ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ପାଇଁ ପ୍ରତିବର୍ଷ ଏବଂ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପ୍ରତି ୬ ମାସରେ PUC ନବୀକରଣ କରିବାକୁ ପଡ଼ିବ।
BS-1, BS-2, BS-3 ଓ BS-4 ଗାଡ଼ି ପାଇଁ କ'ଣ ନିୟମ?
ପୁରୁଣା ନିର୍ଗମନ ମାନଦଣ୍ଡର ଗାଡ଼ି ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ରହିଛି।
BS-1, BS-2 ଓ BS-3 ମାନଦଣ୍ଡର ଗାଡ଼ିଗୁଡ଼ିକୁ ପ୍ରତି ୩ ମାସରେ ଥରେ PUC ପ୍ରମାଣପତ୍ର ନବୀକରଣ କରିବାକୁ ପଡ଼ିବ।
ସେହିପରି BS-4 ଗାଡ଼ି ପାଇଁ ପ୍ରତି ୬ ମାସରେ ଥରେ ପ୍ରଦୂଷଣ ଯାଞ୍ଚ କରିବା ଆବଶ୍ୟକ।
କେବେଠାରୁ ଲାଗୁ ହେଲା ନୂଆ ନିୟମ?
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନଭେମ୍ବର ୧୩, ୨୦୨୬ରେ ନୂଆ ନିୟମ ସମ୍ପର୍କିତ ଅଧିସୂଚନା ଜାରି କରିଥିଲା।
ନଭେମ୍ବର ୧୯, ୨୦୨୬ରେ ସରକାରୀ ରାଜପତ୍ରରେ ପ୍ରକାଶିତ ହେବା ସହ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି।
ତେବେ ପୂର୍ବରୁ ଜାରି ହୋଇଥିବା PUC ସାର୍ଟିଫିକେଟ୍ରେ ନୂଆ ବୈଧତା ଅବଧି ପ୍ରଥମ ନବୀକରଣ ସମୟରୁ ଲାଗୁ ହେବ।
ଏହାସହ ପ୍ରମାଣପତ୍ରର ଅବଧି ଶେଷ ହେବାର ପୂର୍ବ ୧୦ ଦିନ ମଧ୍ୟରେ ନବୀକରଣ କଲେ ନୂଆ ସାର୍ଟିଫିକେଟ୍ ପୁରୁଣାଟିର ଅବଧି ଶେଷ ହେବା ତାରିଖରୁ କାର୍ଯ୍ୟକାରୀ ହେବ।
ଗାଡ଼ି ମାଲିକମାନେ ନିଜ ଗାଡ଼ିର ପ୍ରଥମ ପଞ୍ଜୀକରଣ ତାରିଖ ଏବଂ BS ମାନଦଣ୍ଡ ଯାଞ୍ଚ କରି PUC ନବୀକରଣ କରିବା ଉଚିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
