Shocking Murder Plot: ୧୩ ଲକ୍ଷ ଟଙ୍କାର ସୁପାରି, GPSରେ ଟ୍ରାକ୍ କରି ପ୍ରେମିକାଙ୍କୁ ହତ୍ୟା! ସ୍ତ୍ରୀ ରଚିଥିଲେ ମର୍ଡର ପ୍ଲାନ୍
ପ୍ରେମ ସମ୍ପର୍କର ସନ୍ଦେହରୁ ରଚାଗଲା ହତ୍ୟାର ଭୟଙ୍କର ଷଡ଼ଯନ୍ତ୍ର।
ସ୍ୱାମୀଙ୍କ ପ୍ରେମିକାଙ୍କୁ ରାସ୍ତାରୁ ହଟାଇବା ପାଇଁ ୧୩ ଲକ୍ଷ ଟଙ୍କାର ସୁପାରି ଦେଲେ ସ୍ତ୍ରୀ।
ଆଉ ହତ୍ୟା ପାଇଁ ବ୍ୟବହାର କଲେ କାର୍ର GPS ଲୋକେସନ୍।
ମହାରାଷ୍ଟ୍ରରରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।
ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ସ୍ତ୍ରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।
Advertisment ମୃତ ଯୁବତୀ ହେଉଛନ୍ତି ୩୫ ବର୍ଷୀୟା ବର୍ଷା ତୁରକର।
ସେ ପୁଣେ ବିମାନବନ୍ଦରରେ ଏୟାର ଇଣ୍ଡିଆର କର୍ମଚାରୀ ଥିଲେ।
ଦୀପାବଳି ଛୁଟିରେ ସେ ନିଜ ଗାଁ ମଧ୍ୟପ୍ରଦେଶର କିନ୍ହିକୁ ଆସିଥିଲେ।
ନଭେମ୍ବର ୧୪ ତାରିଖରେ ତାଙ୍କ ବନ୍ଧୁ ନିତେଶ ଅଗ୍ରୱାଲ ତାଙ୍କୁ କାର୍ରେ ବୁଲାଇବାକୁ ନେଇଥିଲେ।
ଉଭୟ ତିରୋଡ଼ା ବୁଲି ଫେରୁଥିବା ବେଳେ ଏକ ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଅଟକିଥିଲେ।
ସେହି ସମୟରେ ବାଇକ୍ରେ ଆସିଥିବା ତିନି ଜଣ ଦୁର୍ବୃତ୍ତ ବର୍ଷାଙ୍କୁ ଛୁରିରେ ଆକ୍ରମଣ କରିଥିଲେ।
ପେଟ ଓ ପିଠିରେ ଏକାଧିକ ଥର ଛୁରାମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।
Advertisment ପ୍ରଥମେ ନିତେଶ ଏହାକୁ ଲୁଟ୍ ଉଦ୍ଦେଶ୍ୟରେ ହୋଇଥିବା ଆକ୍ରମଣ ବୋଲି କହିଥିଲେ।
କିନ୍ତୁ ବର୍ଷାଙ୍କ ସୁନା ଚେନ୍ ଓ ଅନ୍ୟ ଅଳଙ୍କାର ସୁରକ୍ଷିତ ଥିବାରୁ ପୋଲିସର ସନ୍ଦେହ ବଢ଼ିଥିଲା।
ଏହାପରେ ପୋଲିସ ପ୍ରାୟ ୨୦୦ଟି CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରି ତଦନ୍ତ ଆଗକୁ ବଢ଼ାଇଥିଲା।
ତଦନ୍ତରୁ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ।
ନିତେଶଙ୍କ ସହ ବର୍ଷାଙ୍କ ସମ୍ପର୍କକୁ ନେଇ ତାଙ୍କ ସ୍ତ୍ରୀ ମୋନା ଅଗ୍ରୱାଲ ସନ୍ଦେହ କରୁଥିଲେ।
ତେଣୁ ବର୍ଷାଙ୍କୁ ହତ୍ୟା କରିବାକୁ ୧୩ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିବା ପୋଲିସ କହିଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ହତ୍ୟା ପାଇଁ କାର୍ର GPSକୁ ଅସ୍ତ୍ର କରାଯାଇଥିଲା।
ନିତେଶ ଚଳାଉଥିବା କାର୍ଟି ମୋନାଙ୍କ ନାଁରେ ପଞ୍ଜୀକୃତ ଥିଲା।
ଏଥିରେ ଥିବା Toyota i-Connect GPS ଆପ୍ର ID ଓ ପାସୱାର୍ଡ ମୋନା ହତ୍ୟାକାରୀଙ୍କୁ ଦେଇଥିଲେ।
ଫଳରେ ଘରେ ବସି ସେମାନେ କାର୍ର ଲାଇଭ୍ ଲୋକେସନ୍ ଟ୍ରାକ୍ କରିପାରୁଥିଲେ।
କାର୍ଟି ଜଙ୍ଗଲରେ ଅଟକିବା ମାତ୍ରେ ହତ୍ୟାକାରୀମାନେ ସେଠାରେ ପହଞ୍ଚିଥିଲେ।
ଏହି ଘଟଣାରେ ମୋନା, କୁନାଲ କୁମ୍ଭଲକର, ଶାହରୁଖ ପଠାଣ ଓ ଇମ୍ରାନ ଶେଖଙ୍କୁ ପୋଲିସ ଗିରଫ କରିଛି।
ଅନ୍ୟ ଦୁଇ ଅଭିଯୁକ୍ତ ନଲେନ ଶେଖ ଓ କ୍ରିଶ ରାଉତ ଏବେ ବି ଫେରାର ଅଛନ୍ତି।
GPS ଲୋକେସନ୍, ୨୦୦ CCTV ଫୁଟେଜ୍ ଓ ପୋଲିସର ତଦନ୍ତ ଏବେ ଏହି ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
