Protest in Bhadrak ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବାମଦଳ ପକ୍ଷରୁ ପ୍ରତିବାଦ
"ଭଦ୍ରକ: ରାୟଗଡ଼ା କଲ୍ୟାଣସିଂହପୁରରେ ଦୁଇ ଏନ୍ଜିଓକର୍ମୀଙ୍କ ପ୍ରତି ଭିଡ଼ହିଂସା।
ସରପଞ୍ଚ ଚାମେଲୀ ଓଝାଙ୍କୁ ବ୍ଲକ୍ ପ୍ରଶାସନ ଓ ପୁଲିସ ନିର୍ଯାତନା, ରେମୁଣା ପିକ୍ଅପ୍ ଡ୍ରାଇଭର ହତ୍ୟା ମାମଲା, ବାଲିଅନ୍ତା ସୌମ୍ଯଙ୍କ ଭିଡ଼ହତ୍ୟା, ନୟାଗଡ ଜିଲ୍ଲାରେ ମାଙ୍କଡ଼ା ପଥର ମାଫିଆ ମାନେ ଘଟାଇଥିବା ହତ୍ୟାକାଣ୍ଡ, ପୁରୀ ଜିଲ୍ଲା ପିପିଲି ରେ ମାଛ କଟା ପନିକି ରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଜୋର ଜବରଦସ୍ତି ତା ଉପରେ ବୁଲେଟ ଚଢାଇବା ଘଟଣା, ମୟୂରଭଞ୍ଜରେ ନାବାଳିକା ହତ୍ୟା ଘଟଣା, ବ୍ରହ୍ମପୁରରେ ଜଣେ ଯୁବକ ଓ ତାଙ୍କ ବାନ୍ଧବୀଙ୍କୁ ସର୍ବସାଧାରଣରେ ବର୍ବର ମାଡ ଆଦି ଘଟଣାକୁ ନେଇ ବିଭିନ୍ନ ବାମପନ୍ଥୀ ସଂଗଠନ ଓ ରାଜନୈତିକ ଦଳ ଆଜି ପ୍ରତିବାଦ କରିଛନ୍ତି।
Advertisment ସିଆଇଟିୟୁ, ଓଡିଶା କୃଷକ ସଭା, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ବ କରିଥିଲେ।
ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଓଡ଼ିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ବରିଷ୍ଠ କୃଷକ ନେତା ନିରଞ୍ଜନ ପାଣି, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ସିଆଇଟିୟୁ ଜିଲ୍ଲା ଉପସଭାପତି ରାଧାନାଥ ଦାସ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜିଲ୍ଲା ସଂପାଦିକା ପ୍ରଭାତି ଜେନା, ମହିଳାନେତ୍ରୀ ରୋଜାଲିନି ସାମ୍ୟବାଦୀ, ବାସନ୍ତୀ ଚିତ୍ରକର, ବୀମା କର୍ମଚାରୀ ନେତା ନବକିଶୋର ବେହେରା ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ।
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।
ସାରା ରାଜ୍ୟରେ ଅଧିକାଂଶ ସରକାରୀ କାର୍ଯ୍ୟାଳୟରେ ଦାଦାଗିରି କରୁଥିବା ବିଜେପି ଗୁଣ୍ଡା ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଂଗେ ସଂଗେ ବିଜେପି ଗୁଣ୍ଡାମାନଙ୍କୁ ସରକାରୀ କାର୍ଯ୍ୟାଳୟ ପ୍ରବେଶ ନିଷେଧ ପାଇଁ ପଦକ୍ଷେପ ନେବାକୁ ଗଣସଂଗଠନ ଗୁଡିକର ନେତୃବୃନ୍ଦ ଏହି ପ୍ରତିବାଦ ସଭା ମାଧ୍ୟମରେ ଦାବି କରି ଥିଲେ ।"