Welcome!

Unlock your personalized experience.
Sign Up

IND A vs SL A Final: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ

Jun 21, 2026 - 20:35
IND A vs SL A Final: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ

ଦାମ୍ବୁଲା: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ ମୁକାବିଲାରେ ‘ଶ୍ରୀଲଙ୍କା-ଏ’କୁ ଭାରତ ୬୬ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛି। ଶ୍ରୀଲଙ୍କାର ରଣଗିରିସ୍ଥିତ ଦାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶ୍ରୀଲଙ୍କା ୩୭୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳ ୪୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୧୧ ରନ୍ ସଂଗ୍ରହ କରିପାରିଛି। 

ଶ୍ରୀଲଙ୍କାର ଇନିଂସ ଆରମ୍ଭ କରିଥିଲେ ନିର୍ଲୋସାନ ଡିକୱେଲା ଏବଂ ଅଭିଶକା ଫର୍ନାଡୋ। ଉଭୟ ପ୍ରଥମ ୱିକେଟ ପାଇଁ ୨୮ ରନ୍‌ ସଂଗ୍ରହ କରିଥିଲେ। ଏଥିରୁ ଅଭିଶକାଙ୍କ ବ୍ୟକ୍ତିଗତ ସ୍କୋର ଥିଲା ୩ରନ୍‌। ଭାରତର ଦ୍ବିତୀୟ ଶିକାର ହୋଇଥିଲେ ନିର୍ଲୋସା। ସେ ୧୭ଟି ବଲ୍‌ ଖେଳି ୪ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୫ ରନ୍‌ କରିଥିଲେ। ଦଳ ୭୫ ରନ୍‌ରେ ନୁୱାଇ‌ନ୍ଦୁ ଫର୍ନାଡୋ (୨୧ ରନ୍‌)ଙ୍କୁ ହରାଇଥିଲା। ଭାରତର ୪ର୍ଥ ଶିକାର ହୋଇଥିଲେ ସଦିରା ସମରୱିକ୍ରମା, ଯିଏକି ଆଉଟ୍‌ ହେବା ପୂର୍ବରୁ ୪୪ଟି ବଲ୍‌ ଖେଳି ୯ଟି ଚୌକା ସହାୟତାରେ ୫୨ ରନ୍‌ କରିଥିଲେ। ଶ୍ରୀଲଙ୍କା ପଞ୍ଚମ ୱିକେଟ୍‌ ଭାବେ ରବିନ୍ଦୁ ଫର୍ନାଡୋ (୧୯ ରନ୍‌)ଙ୍କୁ ହରାଇଥିଲା। ସେତିକି ବେଳେ ଦଳର ସ୍କୋର ୧୪୯ ରନ୍‌ରେ ପହଞ୍ଚି ସାରିଥିଲା।  

Cricketer Basant Mohanty: କ୍ଲବ୍‌ କ୍ରିକେଟ୍‌ର ଗୁରୁତ୍ବ ଦିନକୁ ଦିନ ବଢ଼ିବାରେ ଲାଗିଛି: ବସନ୍ତ ମହାନ୍ତି

ସାହାନ ଆର୍ଚ୍ଚିଗେ ୪୦ଟି ବଲ୍‌ ଖେଳି ୪ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୮ ରନ୍‌ କରିଥିଲେ। ବିଜୟକାନ୍ତ ବ୍ୟାସକାନ୍ତ ୩୯ ରନ୍‌ କରିଥିଲେ। ସେ ୩୪ଟି ବଳ୍‌ ଖେଳି ୫ଟି ଚୌକା ମାରିଥିଲେ।, ୱାନଜୁ ସାହାନ ୬୨ ରନ୍‌ କରିଥିଲେ। ସେ ୬୯ଟି ବଳ୍‌ ଖେଳି ୫ଟି ଚୌକା ମାରିଥିଲେ।, ଦୁଲାଜ ସମୁଦିତା ୧୧ଟି ବଲ୍‌ରୁ ୨ଟି ଚୌକା ସହାୟତାରେ ୧୫ ରନ୍‌ କରିଥିଲେ। ମହମ୍ମଦ ସିରାଜ ୨୧ ରନ୍‌ କରିଥିଲେ। 

ଭାରତ ପକ୍ଷରୁ ୟଶ ଠାକୁର ଏବଂ ବିପ୍ର ନିଗମ ୩-୩ ୱିକେଟ ଅକ୍ତିଆର କରିଥିଲେ। ଅନୁକୁଳ ରୟ ୨ ୱିକେଟ୍‌ ନେଇଥିଲା ‌ବେଳେ ଅଶୋକ ଶର୍ମା ଏବଂ ତିଲକ ବର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ଟସ୍‌ ଜିଣି ଘରୋଇ ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ତିଲକ ବର୍ମାଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ କରିଥିଲା ଏବଂ ଦଳ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୩୭୭ ରନ୍ ସଂଗ୍ରହ କରିଥିଲା। ଭାରତ ପାଇଁ ‌ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୯ଟି ବଲ୍‌ ଖେଳି ୩୨୪.୧୪ ହାରରେ ୯୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୧୦ଟି ଚୌକା ଏବଂ ୮ଟି ଛକା ସାମିଲ ଥିଲା। 

ଅଧିନାୟକ ତିଲକ ବର୍ମା ୯୦ଟି ବଲ୍‌ ଖେଳି ୬୭ ରନ୍‌ କରିଥିଲେ, ଯେଉଁଥିରେ ସେ ୪ଟି ଚୌକା ଏବଂ ଗୋଟିଏ ଛକା ସାମିଲ କରିଥିଲେ। ଋତୁରାଜ ଗାଏକ୍ବାର୍ଡ ୪୦, ପ୍ରିୟାଂଶ ଆର୍ଯ୍ୟ ଓ ଅନୁକୁଳ ରୟ ୩୯-୩୯, କୁମାର କୁଶାଗ୍ରା ୩୬, ବିପ୍ରରାଜ ନିଗମ ୨୭, ନିଶାନ୍ତ ସିନ୍ଧୁ ୧୬ ରନ୍ ସଂଗ୍ରହ କରିଥିଲେ। ସୂର୍ଯ୍ୟାଂଶ ଶେଡଗେ ୨ ରନ୍‌ ଏବଂ ୟଶ ଠାକୁର ଅପରାଜିତ ୨ ରନ୍ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ କୁଗାଥାସ ମାଥୁଲାନ, ରବିନ୍ଦୁ ଫର୍ନାଡୋ ଏବଂ ୱାନୁଜା ସାହନ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ମହମ୍ମଦ ସିରାଜ, ସାହନ ଆର୍ଚ୍ଚିଗେ ଏବଂ ଦୁଲାଜ ସମୁଦିଥାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।