'Pravasi Rajasthani Divas':  ଡିସେମ୍ବର ୧୦ରେ ପ୍ରବାସୀ ରାଜସ୍ଥାନୀ ଦିବସ: ପର୍ଯ୍ୟଟନ ଉପରେ ହେବ ସ୍ବତନ୍ତ୍ର ଆଲୋଚନା

Nov 25, 2026 - 18:47
'Pravasi Rajasthani Divas':  ଡିସେମ୍ବର ୧୦ରେ ପ୍ରବାସୀ ରାଜସ୍ଥାନୀ ଦିବସ: ପର୍ଯ୍ୟଟନ ଉପରେ ହେବ ସ୍ବତନ୍ତ୍ର ଆଲୋଚନା

ଜୟପୁର: ୨୦୪୭ ସୁଦ୍ଧା ରାଜସ୍ଥାନ କୁ ବିଶ୍ୱର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ପ୍ରବାସୀ ରାଜସ୍ଥାନୀ ଦିବସ-୨୦୨୬ରେ ପର୍ଯ୍ୟଟନ କ୍ଷେତ୍ର ଉପରେ ସ୍ୱତନ୍ତ୍ର ଆଲୋଚନା ହେବ।

ଆସନ୍ତା ଡିସେମ୍ବର ୧୦ରେ ଜୟପୁର ଏକ୍‌ଜିବିସନ୍‌ ଆଣ୍ଡ କନ୍‌ଭେନ୍‌ସନ୍‌ ସେଣ୍ଟର (ଜେଇସିସି)ରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମର ୬ଟି ଅଧିବେଶନ ମଧ୍ୟରୁ ଗୋଟିଏ ପର୍ଯ୍ୟଟନ ଉପରେ ରହିବ।

'ରାଜସ୍ଥାନ@୨୦୪୭: ଐତିହ୍ୟ, ନୂଆ ଚିନ୍ତାଧାରା ଓ ବିଶ୍ୱସ୍ତରୀୟ ସୁଯୋଗ' ବିଷୟରେ ଏହି ଅଧିବେଶନରେ ଐତିହ୍ୟର ସୁରକ୍ଷା, ନୂଆ ପର୍ଯ୍ୟଟନସ୍ଥଳୀର ବିକାଶ, ଭିତ୍ତିଭୂମି ଓ ନିବେଶ ଉପରେ ଆଲୋଚନା ହେବ।

ରାଜସ୍ଥାନର ଦୁର୍ଗ, ରାଜପ୍ରାସାଦ, ଶେଖାୱାଟିର ହାଭେଲି, ବନ୍ୟଜନ୍ତୁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଏହାର ଲକ୍ଷ୍ୟ।

Advertisment ଏହି ଅଧିବେଶନରେ ଐତିହ୍ୟ, ସାଂସ୍କୃତିକ, ଗ୍ରାମୀଣ, ଆଧ୍ୟାତ୍ମିକ, ବନ୍ୟଜନ୍ତୁ, ଦୁଃସାହସିକ ଓ ପରିବେଶ ଅନୁକୂଳ ପର୍ଯ୍ୟଟନ ସହ ଡେଷ୍ଟିନେସନ୍‌ ୱେଡିଂ, ଚିକିତ୍ସା ଓ ସ୍ୱାସ୍ଥ୍ୟ ପର୍ଯ୍ୟଟନ, ଏଆଇ ଆଧାରିତ ସେବା ଏବଂ ସ୍ଥାନୀୟ ଲୋକଙ୍କ ଭାଗିଦାରି ଉପରେ ମଧ୍ୟ ମତ ବିନିମୟ ହେବ।

ରାଜସ୍ଥାନରେ ଜାନୁଆରିରୁ ଅଗଷ୍ଟ ୨୦୨୬ ମଧ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବବର୍ଷର ଏହି ସମୟ ତୁଳନାରେ ୮.୫୦% ବଢ଼ିଛି।

ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ହୋମ୍‌ଷ୍ଟେ ଯୋଜନା-୨୦୨୬, ସିନେମା ପର୍ଯ୍ୟଟନ ନୀତି-୨୦୨୫, ପର୍ଯ୍ୟଟନ ୟୁନିଟ୍‌ ନୀତି-୨୦୨୪ ଓ ଗ୍ରାମୀଣ ପର୍ଯ୍ୟଟନ ଯୋଜନା-୨୦୨୨ ଭଳି ପଦକ୍ଷେପ ନେଇଛନ୍ତି।

ପର୍ଯ୍ୟଟନ ବିଭାଗ ସଚିବ ଶୁଚି ତ୍ୟାଗୀ କହିଛନ୍ତି, ରାଜସ୍ଥାନର ଐତିହ୍ୟ ଓ ସଂସ୍କୃତିକୁ ନୂଆ ପ୍ରଯୁକ୍ତି ଓ ନିବେଶ ମାଧ୍ୟମରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଅନୁଭବରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ।

ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ଓ ଜୀବିକାର ନୂଆ ସୁଯୋଗ ସୃଷ୍ଟି ହେବ।

ପ୍ରବାସୀ ରାଜସ୍ଥାନୀ ଦିବସରେ ଦେଶ ଓ ବିଦେଶରେ ରହୁଥିବା ରାଜସ୍ଥାନୀ, ଶିଳ୍ପପତି ଓ ନିବେଶକ ଏକାଠି ହୋଇ ରାଜ୍ୟର ବିକାଶରେ ସହଯୋଗିତା ଉପରେ ଆଲୋଚନା କରିବେ।

ଭୁବନେଶ୍ବରରେ ନିର୍ମାଣ ହେବ ୮୦ କୋଟି ଟଙ୍କାର ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)