Patha Mahotsav 2026 ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟର ପଥ ମହୋତ୍ସବ-୨୦୨୬ ଉଦ୍‌ଯାପିତ

Nov 25, 2026 - 18:31
Patha Mahotsav 2026 ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟର ପଥ ମହୋତ୍ସବ-୨୦୨୬ ଉଦ୍‌ଯାପିତ

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ରାଇରଙ୍ଗପୁରସ୍ଥ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟର ପଥ ମହୋତ୍ସବ-୨୦୨୬ ଉଦ୍‌ଯାପିତ ହୋଇଯାଇଛି।

ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ଓଡ଼ିଶାର ପାରମ୍ପରିକ ମୁରୁଜ କଳାକୁ ପୁନର୍ଜୀବିତ କରିବାର ଏକ ଅଭିନବ ପ୍ରୟାସ ନିମନ୍ତେ ମହୋତ୍ସବର ଚଳିତ ବର୍ଷର ପ୍ରସଙ୍ଗ 'ଆଡ଼ପମଣ୍ଡପେ ଶ୍ରୀଜଗନ୍ନାଥ' ରଖାଯାଇଥିଲା।

Advertisment Jagannath Temple land: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ ହେଲା ୧୯ଟି ଖାତାର ୨୯ଟି ପ୍ଲଟ୍‌ର ରେକର୍ଡ ଅଫ୍ ରାଇଟ୍ସ ଉଦ୍‌ଘାଟନୀ ସମାରୋହରେ ଟ୍ରଷ୍ଟର ସଭାପତି ତିମିର ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟ ଟ୍ରଷ୍ଟି ଇ ରାଧାଶ୍ୟାମ ପାତ୍ର, ମୁଖ୍ୟଅତିଥି ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର , ଏସିଫ ମେଧା ଜୀ , ଉପଜିଲ୍ଲାପାଳ ଉଗ୍ରେସେନ ଓରାମ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଓ ଟ୍ରଷ୍ଟର ସଦସ୍ୟ ସଦସ୍ୟା ଯୋଗଦେଇଥିଲେ।

ଟ୍ରଷ୍ଟର ସମ୍ପାଦକ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିଲେ।

President to Visit Rairangpur ୨୮ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ, ସଜେଇ ହୋଇଛି ସହର ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ମୁରୁଜ ଅଙ୍କନ ପ୍ରତିଯୋଗିତା।

ଏଥିରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରି ନିଜ ନିଜର ଅନନ୍ୟ କଳାନୈପୁଣ୍ୟ ଓ ସୃଜନଶୀଳତାର ପରିଚୟ ଦେଇଥିଲେ।

ରାଇରଙ୍ଗପୁର ଦୁର୍ଗାମଣ୍ଡପଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଦୀର୍ଘ ରାଜରାସ୍ତା ଏକ ଭବ୍ୟ ଜଗନ୍ନାଥ କଳା ଓ ସଂସ୍କୃତିର ପ୍ରଦର୍ଶନୀ ପାଲଟିଯାଇଥିଲା।ବିଚାରକ ଭାବେ ସୁନାମଧନ୍ୟ ଚିତ୍ରଶିଳ୍ପୀ ଲଳିତ ଦାସ, ପ୍ରଣବ କୁମାର ମହାନ୍ତ ଓ ସାର୍ଥକ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ।

ପ୍ରତିଯୋଗିତାରେ ପତିତପାବନ ଗ୍ରୁପ୍ ପ୍ରଥମ,ପାତ୍ର ଫ୍ୟାମିଲି ଗ୍ରୁପ୍ ଦ୍ୱିତୀୟ, ଶ୍ରୀଜଗନ୍ନାଥ ଗ୍ରୁପ୍ ତୃତୀୟ, ନୀଳଚକ୍ର ଗ୍ରୁପ୍ ଚତୁର୍ଥ ଏବଂ ଚମ୍ପାବାହାର ଗ୍ରୁପ୍ ପଞ୍ଚମ ସ୍ଥାନ ଅଧିକାର କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ପଙ୍କଜ ମହାନ୍ତ, ସୀମା କୈଲୀୟାର ଓ ତିମିର ରଞ୍ଜନ ପଣ୍ଡା ସଗୀତ ପରିବେଷଣ କରିଥିଲେ।

Shri Jagannath Darshan Yojana: ଆରମ୍ଭ ହେଲା 'ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା': ୧୩ ଜିଲ୍ଲାର ୧୦,୫୩୫ ଭକ୍ତ ପାଇବେ ବିଶେଷ ଦର୍ଶନ ସୁବିଧା ଉଦ୍‌ଯାପନୀ ଉତ୍ସବରେ ଟ୍ରଷ୍ଟର ସଭାପତି ଶ୍ରୀ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଓ ସୁସାହିତ୍ୟିକ ତଥା ରାଇରଙ୍ଗପୁରର ପୂର୍ବତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ ଏବଂ ଅନ୍ୟମାନେ ଯୋଗଦେଇଥିଲେ ।

ଏଥିସହ ମୁଖ୍ୟ ଟ୍ରଷ୍ଟି ଶ୍ରୀ ପାତ୍ର, ଉପଖଣ୍ଡ ଲୋକସମ୍ପର୍କ ଓ ସୂଚନା ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଟ୍ରଷ୍ଟର ଉପସଭାପତି, ସଂଗଠନ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ଟ୍ରଷ୍ଟି ଓ ସଦସ୍ୟସଦସ୍ୟା ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)