Postal Parcel Van Collision Turns Fatal: ଡାକ ପାର୍ସଲ ଭ୍ୟାନ୍ ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ଭ୍ୟାନ୍ ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ।
ଝାଡ଼ଖଣ୍ଡ ନମ୍ବର ଥିବା ଏକ ଡାକ ପାର୍ସଲ ଭ୍ୟାନ୍ ଧକ୍କାରେ ଆଖି ବୁଜିଛନ୍ତି ଦୁଇ ଯୁବକ।
ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁର ଏନ୍ ଏଚ୍ -୨୬ର ହୀରାପୁର ଛକ ନିକଟରେ।
ମୃତକ ହେଲେ ଗୁଡ଼ଭେଲା ବ୍ଲକ କର୍ଲାଖମନ ଗାଁର ସଞ୍ଜୟ ଦତ୍ତ ବଗର୍ତି ଓ ଉଜ୍ଜ୍ୱଳ ଭୋଇ।
ଦୁହେଁ ବାଇକ୍ ରେ ଲୋଇସିଂହାରୁ ବଲାଙ୍ଗୀର ଆସୁଥିବା ବେଳେ ପଛରୁ ଆସୁଥିବା ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା।
Advertisment ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚିପାରିନଥିଲା।
ସେପଟେ ପୋଷ୍ଟମର୍ଟମକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା।
ପରେ ପୋଲିସର ବୁଝାସୁଝା ପରେ ଶବ ବ୍ୟବଚ୍ଛେଦ ହୋଇଥିଲା।
ପରିବାର ପକ୍ଷରୁ କ୍ଷତିପୂରଣ ଦାବି ହୋଇଥିବା ବେଳେ ଭ୍ୟାନ୍ ଡ୍ରାଇଭରଙ୍କୁ ଅଟକ ରଖିଛି ଲୋଇସିଂହା ପୋଲିସ।
ଭ୍ୟାନ୍ ଧକ୍କାରେ ୨ ସାଙ୍ଗ ମୃତ ଝାଡ଼ଖଣ୍ଡ ନମ୍ବର ଥିବା ଭ୍ୟାନ୍ ଧକ୍କାରେ ୨ ସାଙ୍ଗ ମୃତ ଏନ୍ଏଚ୍ ୨୬ ହୀରାପୁର ଛକ ନିକଟରେ ବାଇକ୍ କୁ ପିଟିଲା ଭ୍ୟାନ୍ ଲୋଇସିଂହାରୁ ବଲାଙ୍ଗୀର ଆସୁଥିବା ବେଳେ ଦୁର୍ଘଟଣା ମୃତକ ୨ ସାଙ୍ଗ ଗୁଡଭେଲା ବ୍ଲକ କର୍ଲାଖମନ ଗାଁର ପୋଷ୍ଟମର୍ଟମ ପାଇଁ ଭୀମଭୋଇ ମେଡିକାଲରେ ଉତ୍ତେଜନା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
