Politics: ଏମ୍‌ଭିଏ ‌ମେଣ୍ଟର ରଣନୀତି ବୈଠକରେ ୨୩ ବିଧାୟକ ଅନୁପସ୍ଥିତ

Jun 25, 2026 - 20:26
Politics: ଏମ୍‌ଭିଏ ‌ମେଣ୍ଟର ରଣନୀତି ବୈଠକରେ ୨୩ ବିଧାୟକ ଅନୁପସ୍ଥିତ

"ମୁମ୍ବାଇ: ଶିବସେନା (ୟୁବିଟି)ର ୬ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେବାର କିଛି ଦିନ ପରେ ଏବେ ପୁଣି ଏମ୍‌ଭିଏ୍‌ ( ମହା ବିକାଶ ଅଘାଡ଼ି) ମେଣ୍ଟରେ ସଦ୍ୟ ସଙ୍କଟ ଉପୁଜିଛି।

ମିଳିଥିବା ସୂଚନାନୁଯାୟୀ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ଏମ୍‌ଭିଏର ଏକ ଗୁରୁତ୍ବପୂର୍ଣ୍ଣ ରଣନୀତି ବୈଠକ ଡକାଯାଇଥିଲା।

କିନ୍ତୁ ଏମ୍‌ଭିଏର ମୋଟ୍‌ ୬୦ ବିଧାୟକଙ୍କ ମଧ୍ୟରୁ କେବଳ ୩୭ ଜଣ ବୈଠକରେ ଯୋଗ ଦେଇଥିଲେ।

୨୩ ବିଧାୟକ ବୈଠକକୁ ଆସିନଥିଲେ।

Advertisment ସମସ୍ତ ୩ ମେଣ୍ଟ ସହଯୋଗୀ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଶରଦ ପାୱାରଙ୍କ ନେତୃତ୍ବାଧୀନ ଏନ୍‌ସିପି(ଏସ୍‌ପି)ର ସଦସ୍ୟମାନେ ବୈଠକରେ ଅନୁପସ୍ଥିତ ଥିଲେ।

ବରିଷ୍ଠ ନେତା ଶରଦ ପାୱାର ଏବଂ ଜୟନ୍ତ ପାଟିଲ ମଧ୍ୟ ଏହି ବୈଠକକୁ ଆସିନଥିଲେ।

ବ୍ୟକ୍ତିଗତ କାରଣ ଦର୍ଶାଇ ଉଭୟ ଶରଦ ଏବଂ ଜୟନ୍ତ ପାଟିଲ ବୈଠକରେ ଯୋଗ ଦେଇନଥିଲେ।

ଏଥିରେ ଅସନ୍ତୋଷ ପ୍ରକାଶ କରି ଉଦ୍ଧବ ଠାକ୍‌ରେ କହିଥିଲେ ସତରେ କ"ଣ ଆମେ ଏକାଠି ଅଛେ।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଦଳକୁ ସଂସଦରେ ଶକ୍ତ ଝଟ୍‌କା ଲାଗିଥିବାବେଳେ ଏହି ସମୟର ବିରୋଧୀ ମେଣ୍ଟରେ ଏକଜୁଟତା ଅଛି କି ନା" ସେନେଇ ପ୍ରଶ୍ନ ଉଠିଛି।

ଏତିକି ବେଳେ ପୁଣି ବିଧାୟକମାନଙ୍କ ଅନୁପସ୍ଥିତିକୁ ନେଇ ସଦ୍ୟ ପ୍ରଶ୍ନ ଉପୁଜିଛି।

Uddhav Thackeray: ଦଳରେ ବିଭାଜନ ରୋକିବା ଲାଗି ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଉଦ୍ଧବ ଠାକରେ ମିଳିଥିବା ସୂଚନାନୁଯାୟୀ ବୈଠକରେ ଉଦ୍ଧବ ମେଣ୍ଟ ସହଯୋଗୀମାନଙ୍କୁ ଏକ ବାର୍ତ୍ତା ଦେଇ କହିଥିଲେ ଯେ ଏକତା କେବଳ ଏକ ରାଜନୈତିକ ସ୍ଲୋଗାନରେ ସୀମିତ ରହିବନାହିଁ।

ଠାକ୍‌ରେ କହିଛନ୍ତି, " ଆମେ ମହା ବିକାଶ ଅଘାଡ଼ି ଭାବେ ଏକାଠି ଅଛେ ବୋଲି ଦାବି କରୁଛେ।

କିନ୍ତୁ ସତରେ କ"ଣ ଆମେ ଏକାଠି ଅଛେ।

ଯଦି ଆମେ ଏକାଠି ଅଛେ ତେବେ ଆମେ ଏବେଠାରୁ ଏକାଠି କାମ କରିବା ଉଚିତ ଏବଂ ଏକାଠି ରହିବା ଉଚିତ।

ମେଣ୍ଟ ବିଧାନସଭାରେ ଏକାଠି ଫଳପ୍ରଦ ଭାବେ କାମ କରୁଛି କି ନାହିଁ ସେନେଇ ଠାକ୍‌ରେ ପ୍ରଶ୍ନ କରିଥିଲେ ।

ଠାକ୍‌ରେ କହିଛନ୍ତି, ସତରେ କ"ଣ ଆମେ ମହା ବିକାଶ ଅଘାଡ଼ି ଭାବେ ଏକାଠି ଅଛେ।

ଆମେ କ"ଣ ଏକାଠି ଆମ ପ୍ରସଙ୍ଗକୁ ଉପସ୍ଥାପନ କରୁଛୁ ‌ବୋଲି ସେ କହିଛନ୍ତି।

"