Police: ପୁଲିସ ଦାବି କଲେ ସ୍ବାସ୍ଥ୍ୟବୀମା, ଅଧିକ କ୍ଷତିପୂରଣ: ଦାବି ପୂରଣ ନହେଲେ ବିକଳ୍ପ ପନ୍ଥା ଚେତାବନୀ
କଟକ : ଓଡ଼ିଶା ପୁଲିସରେ କାର୍ଯ୍ୟରତ ୭୦ ହଜାରରୁ ଅଧିକ କର୍ମଚାରୀଙ୍କ ସ୍ବାସ୍ଥ୍ୟବୀମା ନାହିଁ।
ନିକଟରେ ୬ ଜଣ ପୁଲିସ କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଥିଲେ।
ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି।
କିନ୍ତୁ ସେମାନଙ୍କ ପାଇଁ ସ୍ବାସ୍ଥ୍ୟବୀମା ବ୍ୟବସ୍ଥା ନଥିବାରୁ ଓଡ଼ିଶା ପୁଲିସ ଅଫିସର୍ସ ସଂଘ, ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ ସାମନାକୁ ଆସିଛନ୍ତି।
ବହୁଦିନ ହେବ ସ୍ବାସ୍ଥ୍ୟ ବୀମା ପାଇଁ ଦାବି ହୋଇଆସୁଛି।
ଦାବି ପୂରଣ ନହେଲେ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଉଭୟ ସଂଘ ଚେତାବନୀ ଦେଇଛନ୍ତି।
Advertisment Land dispute: ଅମାରିଙ୍ଗ ଜମିକୁ ନେଇ ଓଡ଼ିଶା-ଆନ୍ଧ୍ର ବିବାଦ; ମାପଚୁପ ପରେ ଓଡ଼ିଶାର ଜମି ବୋଲି ସ୍ପଷ୍ଟ କଲେ ରାଜସ୍ୱ ଅଧିକାରୀ ଦାବି ପୂରଣ ନହେଲେ ବିକଳ୍ପ ପନ୍ଥା ଚେତାବନୀ ଅଫିସର୍ସ ସଂଘ, ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ ଏକଜୁଟ୍ ଓଡ଼ିଶା ପୁଲିସ ପକ୍ଷରୁ ପୁଲିସ କର୍ମଚାରୀଙ୍କ ପାଇଁ କୌଣସି ପ୍ରକାର ସ୍ବାସ୍ଥ୍ୟବୀମା ବ୍ୟବସ୍ଥା ନ ଥିବାରୁ ଆହତ ପୁଲିସ କର୍ମଚାରୀମାନେ ଘରୋଇ ଡାକ୍ତରଖାନାରେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ ନିକଟରେ ଦୁର୍ଘଟଣାରେ ମୃତ ଦୁଇ କନେଷ୍ଟବଳ ଅଜୟ ବାରିକ ଓ ହିମାଂଶୁ ରାୟଙ୍କୁ ଏଯାଏଁ ରାଜ୍ୟ ସରକାର ସହିଦ ଘୋଷଣା କରିନାହାନ୍ତି।
୨୦୨୩ ଜୁନ ୧୬ରେ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, କର୍ତ୍ତବ୍ୟ ସମୟରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ସମ୍ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି।
ଏହି ଅନୁକମ୍ପା ରାଶି ବୃଦ୍ଧି କରିବାକୁ ଉଭୟ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି।
କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ୫୦ ଲକ୍ଷ ଟଙ୍କା, ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୨୫ ଲକ୍ଷ ଓ ଆଂଶିକ ଅକ୍ଷମ ହେଲେ ୧୫ ଲକ୍ଷ ଟଙ୍କା ପ୍ରଦାନ ଏବଂ ମୃତକଙ୍କ ପରିବାରର ଜଣକୁ ଗ୍ରୁପ ସି ଚାକିରି ପ୍ରଦାନ ପାଇଁ ଦାବି ହୋଇଛି।
କର୍ତ୍ତବ୍ୟ ସମୟରେ ଆହତ ହେଲେ ପୁଲିସ କର୍ମଚାରୀଙ୍କ ଚିକିତ୍ସା ଅବଧିକୁ ଛୁଟି ଭାବେ ନୁହେଁ, ବରଂ କର୍ତ୍ତବ୍ୟରତ ସମୟ ଭାବେ ଗଣନା କରିବାକୁ ଦାବି କରାଯାଇଛି।
Aparahna Delhi Utsav: ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହରେ ପାଳିତ ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ପୁଲିସ ଅଫିସର୍ସ ସଂଘର ସଭାପତି ଅସିତ ରଞ୍ଜନ ଜେନା, ଆବାହକ ଶ୍ୟାମସୁନ୍ଦର ଧୀର, କୋଷାଧ୍ୟକ୍ଷ ବିକାଶ ପାତ୍ର, ମହାସଂଘର ସଭାପତି ଅନିଲ କୁମାର ଷେଣ୍ଢ, ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସାଧାରଣ ସମ୍ପାଦକ କିଶୋର କୁମାର ମହାନ୍ତି, ସଂଗଠନ ସମ୍ପାଦକ ସ୍ବରାଜ ମିଶ୍ର, ଯୁଗ୍ମ ସମ୍ପାଦକ-୧ ମାନସ କୁମାର ବାରିକ, ଯୁଗ୍ମ ସମ୍ପାଦକ-୨ ମହେନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
