Odisha Assembly Winter Session Begins Today: ଶୀତ ଅଧିବେଶନରେ ତାତିବ ଗୃହ, ବଜେଟ୍‌ରୁ ବାତ୍ୟା-ବନ୍ୟା ଯାଏଁ ସରକାରଙ୍କୁ ଘେରିବେ ବିରୋଧୀ

Nov 18, 2026 - 09:36
Odisha Assembly Winter Session Begins Today: ଶୀତ ଅଧିବେଶନରେ ତାତିବ ଗୃହ, ବଜେଟ୍‌ରୁ ବାତ୍ୟା-ବନ୍ୟା ଯାଏଁ ସରକାରଙ୍କୁ ଘେରିବେ ବିରୋଧୀ

ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ।

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ଆଜି ଦିନ ୧୧ଟାରେ ଆରମ୍ଭ ହେବ ଗୃହକାର୍ଯ୍ୟ।

ପ୍ରଥମେ ଶୋକ ପ୍ରସ୍ତାବ ଆଗତ ହେବା ପରେ ପ୍ରଶ୍ନକାଳ ଆରମ୍ଭ ହେବ।

ଅଧିବେଶନର ପ୍ରଥମ ଦିନରୁ ହିଁ ସରଗରମ ହୋଇପାରେ ବିଧାନସଭା।

ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ରଣନୀତି।

Advertisment ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଜେଡି ପକ୍ଷରୁ ମୋସନ ଦିଆଯାଇଛି।

ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, MSME ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ।

ଏହାସହ MMDR, ଭତ୍ତା, କୋଟିଆ ବିବାଦ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଧାନ ପଞ୍ଜୀକରଣ, ମହାନଦୀ ଜଳ ବିବାଦ, କେନ୍ଦ୍ରୀୟ ଅବହେଳା, ବେକାରୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ।

ବିରୋଧୀଙ୍କ ଆକ୍ରମଣର ଜବାବ ଦେବାକୁ ଶାସକ ବିଜେପି ମଧ୍ୟ ପ୍ରସ୍ତୁତ ରହିଛି।

ସରକାରଙ୍କ ବିଭିନ୍ନ ସଫଳତା ଓ ଜନକଲ୍ୟାଣକାରୀ ଯୋଜନାକୁ ଗୃହରେ ଉପସ୍ଥାପନ କରିବା ସହ ବିରୋଧୀଙ୍କ ପ୍ରଶ୍ନର ତଥ୍ୟଭିତ୍ତିକ ଜବାବ ଦେବାକୁ ଶାସକ ଦଳ ପ୍ରସ୍ତୁତ ରହିଛି।

Advertisment ଅଧିବେଶନ ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ବିଧାୟକ ଦଳ ବୈଠକ କରି ରଣନୀତି ଚୂଡ଼ାନ୍ତ କରିଛନ୍ତି।

ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଥିବା ଶୀତକାଳୀନ ଅଧିବେଶନରେ ବଜେଟ୍ ଉପସ୍ଥାପନଠାରୁ ଆରମ୍ଭ କରି ରାଜ୍ୟର ସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)