Police: ନଦୀପଠା ଖୋଳିଖୋଳି ପୁଲିସ ହାଲିଆ: ମୃତଦେହ ଜାଗାରେ ମିଳିଲା ଡଜନେ କଇଁଛ ଅଣ୍ଡା, ସୂଚନାଦାତା ଉଭାନ

Sep 08, 2026 - 05:46
Police: ନଦୀପଠା ଖୋଳିଖୋଳି ପୁଲିସ ହାଲିଆ: ମୃତଦେହ ଜାଗାରେ ମିଳିଲା ଡଜନେ କଇଁଛ ଅଣ୍ଡା, ସୂଚନାଦାତା ଉଭାନ

"ବାଲିଅନ୍ତା ବଜାର: ଥାନାକୁ ଖବର ମିଳିଲା ଯେ କୁଆଖାଇ ନଦୀପଠାରେ ଜଣେ ଯୁବକଙ୍କୁ ହତ୍ୟାକରି ମୃତଦେହକୁ ପୋତି ଦିଆଯାଇଛି।

ଥାନାର ପୁଲିସ ଟିମ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଛୁଟିଗଲେ ଏବଂ  ନଦୀପଠାରେ ସବୁ ସମ୍ଭାବ୍ୟ ସ୍ଥାନ ଖୋଳିଖୋଳି ମୃତଦେହ ଖୋଜିଲେ।

ପ୍ରାୟ ଘଣ୍ଟାଏ କାଳ କସରତ କଲା ପରେ ବି ପୁଲିସକୁ ମୃତଦେହ ମିଳିଲା ନାହିଁ।

ଶେଷରେ ଗୋଟିଏ ଜାଗାରୁ ବାଲି ତଳୁ ମିଳିଲା ଡଜନେ କଇଁଛ ଅଣ୍ଡା।

ଏମିତି ଏକ ଗୁଜବକୁ ନେଇ ଆଜି ପାହାଳ ଥାନା ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଛି।

ଘଟଣାଟି ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ବଡ଼କଥା ହେଉଛି ଏହି ଗୁଜବ ସୃଷ୍ଟି କରିଥିବା ସୂଚନାଦାତା ଉଭାନ ହୋଇଯାଇଛି।

ନଦୀପଠାରେ ମୃତଦେହ ଖୋଜିଖୋଜି ହାଲିଆ ହୋଇପଡ଼ିଥିବା ପୁଲିସ ଏବେ ମିଛ ସୂଚନାଦାତା ପଛରେ ପଡ଼ିଛି।Advertisment Cabinet: କ୍ୟାବିନେଟ୍‌ରେ ୧୮ ପ୍ରସ୍ତାବ ପାରିତ: ବିଜୁଳି ଭିତ୍ତିଭୂମି ପାଇଁ ୧୬ହଜାର କୋଟି ଆଜି ଅପରାହ୍ଣରେ କୁଆଖାଇ ନଦୀର ହରିଦାସପୁର ପଠାରେ ବାଲିରେ ଜଣେ ଯୁବକଙ୍କ ମୃତଦେହ ପୋତା ହୋଇଛି ବୋଲି ପାହାଳ ଥାନାକୁ ଏକ ଖବର ଆସିଥିଲା।

କାଳ ବିଳମ୍ବ ନକରି ପାହାଳ ଥାନା ଆଇଆଇସି ଅଶ୍ବିନୀ କୁମାର ଜେନା ସଦଳବଳ ନଦୀପଠାକୁ ଧାଇଁଲେ।

ସାଙ୍ଗରେ ସାଇଣ୍ଟିଫିକ୍ ଟିମ୍ ବି ଯାଇଥିଲା।

ଖବର ପ୍ରଚାରିତ ହେବା ପରେ ନଦୀପଠାରେ ଲୋକଙ୍କ ଭିଡ଼ ଜମିଲା।

ଶହଶହ ଲୋକ ବାଲି ତଳୁ ମିଳିବାକୁ ଥିବା ମୃତକଙ୍କ ଠିକଣା ଜାଣିବାକୁ ବ୍ୟାକୁଳ ହୋଇଉଠୁଥିଲେ।

ସୂଚନାଦାତା ଦେଇଥିବା ଠିକଣା ଅନୁସାରେ ନଦୀପଠାରେ ସଜସଜ ବାଲି ଖୋଳା ହୋଇଥିବା ସମ୍ଭାବ୍ୟ ଜାଗାରେ ପୁଲିସ ଟିମ୍‌ ମୃତଦେହ ଖୋଜିବା ଆରମ୍ଭ କଲା।

ମୃତଦେହ ଠାବ କରିବାକୁ ପ୍ରାୟ ଘଣ୍ଟାଏ କାଳ ୧୦/୧୨ ଜାଗାରେ ପୁଲିସ ଟିମ୍‌ ବାଲି ଆଡ଼େଇ ଆଡ଼େଇ ହାଲିଆ ହେଲା ସିନା ମୃତଦେହର ନାଁ ଗନ୍ଧ କିଛି ମିଳିଲା ନାହିଁ।

ଶେଷ‌ରେ ସେମିତି ଏକ ଜାଗା ଖୋଳିବା ବେଳେ ୧୨ଟି କଇଁଛ ଅଣ୍ଡା ଦେଖିବାକୁ ମିଳିଲା।

ନଷ୍ଟ ହୋଇଯିବା ଆଶଙ୍କାରେ ପୁଲିସ ଟିମ୍‌ ଅଣ୍ଡାଗୁଡ଼ିକୁ ପୁଣି ବାଲି ଘୋଡ଼ାଇଦେଲା ଏବଂ ମୃତଦେହ ଖୋଜିବା ଅପରେସନ୍‌ ବନ୍ଦ କଲା।

Healthcare: ସ୍ବାସ୍ଥ୍ୟସେବାର ଉଦ୍‌ବେଗଜନକ ଚିତ୍ର: ମାସକରେ ଆଖିବୁଜିଲେ ୬ ଗର୍ଭବତୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)