Plantation: ‘ଗଛ ଲଗାଇ ତାକୁ ବଞ୍ଚାଇ ଯତ୍ନର ସହ ବAଇବା ଜରୁରୀ କାମ’
"ରାଜଗାଙ୍ଗପୁର: ପୃଥିବୀକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ଗଛ ହିଁ ଏକ ମାତ୍ର ବିକଳ୍ପl ତେଣୁ ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ 'ପୁନଶ୍ଚ ପୃଥିବୀ' ପରିକଳ୍ପେ ଚାରା ରୋପଣ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇ ଯାଇଛି l Advertisment ଅନୁକୂଳ ପାଣିପାଗକୁ ଆଖିରେ ରଖି ସ୍ଥାନୀୟ ଘୋଘର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ପଚାଶରୁ ଊର୍ଦ୍ଧ୍ୱ ଫଳ ତଥା ଔଷଧୀୟ ଗଛର ଚାରା ବିଦ୍ୟାଳୟରେ ରୋପିତ ହୋଇଥିଲାl ରାଜଗାଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋକ ଲାକ୍ରା ଏହି କାର୍ଯ୍ୟକ୍ରମରେ ଯୋଗ ଦାନ କରି ଚାରା ରୋପଣର ଶୁଭାରମ୍ଭ କରିଥିଲେl ସାହିତ୍ୟଘରର ସଭାପତି ହରିପ୍ରିୟା ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏହାର ପରିକଳ୍ପନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେl ଗଛ ଲଗାଇବା ଯେତିକି ଜରୁରୀ, ତାକୁ ବଞ୍ଚାଇ ରଖି ଯତ୍ନର ସହ ବଢାଇବା ମଧ୍ୟ ସେତିକି ଜରୁରୀ ହୋଇ ଥିବାରୁ, ସାହିତ୍ୟଘର ସବୁବେଳେ ଉପଯୁକ୍ତ ସ୍ଥାନ ଚୟନ କରି ଗଛ ଲଗାଇ ଥାଏl ସେହି ପରିପ୍ରେକ୍ଷିରେ ପାଚେରୀ ଯୁକ୍ତ ସ୍ଥାନ ଓ ସଚେତନ ତତ୍ତ୍ୱlବଧାରକ ଥିବା ବିଦ୍ୟାଳୟ ହିଁ ସର୍ବୋତ୍ତମ ବୋଲି ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ଦାଶ ମତବ୍ୟକ୍ତ କରିଥିଲେl Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ ସନ୍ଧ୍ୟାରାଣୀ ମହାପାତ୍ର, ସୁଜାତା ଦାଶ, ବିଦ୍ୟୁତପ୍ରଭା ସାହୁ, ସୁପ୍ରଭା ମହାନ୍ତି, ସୁଶାନ୍ତ ପାଣିଗ୍ରାହୀ, ଦେବାର୍ଚ୍ଚନ ଜେନା, ପ୍ରଶାନ୍ତ ଦାସ ତଥା ଛାତ୍ର ଛାତ୍ରୀମାନେ ଗଛ ଲଗାଇ ତାର ପୂଜାର୍ଚ୍ଚନା କରି ଗଛର ଅବଦାନ ପାଇଁ କୃତଜ୍ଞତା ଜଣାଇ ସେଗୁଡିକର ଦୀର୍ଘାୟୁ କାମନା କରିଥିଲେl କାର୍ଯ୍ୟକ୍ରମର ପରିଶେଷରେ ସାଧାରଣ ସମ୍ପାଦିକା ସୁପ୍ରଭା ପରିଜା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେl "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
