Accident: ଜମ୍ମୁ କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Aug 09, 2026 - 16:49
Accident: ଜମ୍ମୁ କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

"ଶ୍ରୀନଗର: ଜମ୍ମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧାରୀଙ୍କ ସୁରକ୍ଷା ଦଳର ଗାଡ଼ି ଧକ୍କାରେ ବିହାରର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ଜମ୍ମୁର ଉପକଣ୍ଠରେ ଥିବା ଗାଙ୍ଗିଆଲରେ ରାତି ପ୍ରାୟ ୯ଟା ୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା ​​ବୋଲି ଅଧିକାରୀମାନେ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଛାଡ଼ିବା ପରେ ସୁରକ୍ଷା ଦଳ ଫେରୁଥିଲା।

ମୃତକ ୫୫ ବର୍ଷୀୟ ଭାରତ କାପସ ବୋଲି ଜଣାପଡ଼ିଛି।

ତାଙ୍କ ଘର ବିହାରର ସମସ୍ତିପୁରରେ।

Advertisment ଭାରତ ବିହାରର ଫକିର କାପସଙ୍କ ପୁଅ ବୋଲି ଚିହ୍ନଟ କରାଯାଇଛି।

ସେ ଏକ ଦୋକାନରେ କାମ କରୁଥିଲେ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ କାପସ ରାସ୍ତା ପାର ହେଉଥିବା ସମୟରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳର ଏକ ଦ୍ରୁତଗାମୀ ସ୍କର୍ପିଓ ଗାଡ଼ି ଧକ୍କା ଦେଇଥିଲା।

ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ୨୦ ହଜାର ଯବାନ ମୁତୟନ, ହଜାରେ ସିସିଟିଭି କ୍ୟାମେରାର କଡ଼ା ନଜର ଦୁର୍ଘଟଣା ପରେ ତୁରନ୍ତ ଗାଡ଼ିର ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଆହତଙ୍କୁ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ କାପସଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲା।

ପୁଲିସ ଏକ ଏତଲା ରୁଜୁ କରି ଦୁର୍ଘଟଣାର ପ୍ରକୃତ ପରିସ୍ଥିତି ଜାଣିବା ପାଇଁ ତଦନ୍ତ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media