Plane crash: ବ୍ରାଜିଲରେ ମଝି ଆକାଶରେ ଧକ୍କା ହେଲେ ଦୁଇ ହେଲିକପ୍ଟର: ୬ ମୃତ

Jun 14, 2026 - 22:48
Plane crash: ବ୍ରାଜିଲରେ ମଝି ଆକାଶରେ ଧକ୍କା ହେଲେ ଦୁଇ ହେଲିକପ୍ଟର: ୬ ମୃତ

"ରିଓ ଡି ଜେନେରୋ: ବ୍ରାଜିଲର ପଶ୍ଚିମ ରିଓ ଡି ଜେନେରୋରେ ରବିବାର ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକମାନେ ଦୁଇଟି ହେଲିକପ୍ଟର କ୍ରୁ ବୋଲି ଜଣାପଡ଼ିଛି।

ହେଲିକପ୍ଟର ଦୁଇଟି ଧକ୍କା ହେବା ଫଳରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ରାସ୍ତାରେ ଯାଉଥିବା ଅନେକ ଗାଡ଼ିକୁ ବ୍ୟାପି ଯାଇଥିଲା ବୋଲି ବ୍ରାଜିଲ ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି।Advertisment ନ୍ୟୁଜ ଏଜେନ୍ସି ଏଏଫ୍‌ପି ସୂଚନା ଅନୁଯାୟୀ, ସହରର ପଶ୍ଚିମ ଭାଗର ଏକ ଉପାନ୍ତ ଅଞ୍ଚଳରେ ହେଲିକପ୍ଟର ଦ୍ବୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ହେଲିକପ୍ଟର ଦୁଇଟି ମଝି ଆକାଶରେ ଧକ୍କା ଖାଇ ଏକ ଇଲେକ୍ଟ୍ରିକ୍ କାର୍ ଡିଲରସିପ୍‌ର ପାର୍କିଂ ସ୍ଥାନରେ ଖସି ପଡ଼ିଥିଲା, ଯାହା ଫଳରେ ନିଆଁ ଲାଗି ଅତି କମରେ ୨୦ଟି ଗାଡ଼ି ପୋଡ଼ି ଯାଇଥିଲା।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଫଟୋରେ ଦୁର୍ଘଟଣାସ୍ଥଳରେ କଳାଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: NEET-UG Re Test Papers: ବାୟୁସେନା ବିମାନରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ନିଟ୍‌ ପ୍ରଶ୍ନପତ୍ର!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।