Weak monsoons: ଉପକୂଳ ଛୁୁୁଉଁ ଛୁଉଁ ମୌସୁମୀ ଦୁର୍ବଳ

Jun 14, 2026 - 08:39
Weak monsoons: ଉପକୂଳ ଛୁୁୁଉଁ ଛୁଉଁ ମୌସୁମୀ ଦୁର୍ବଳ

"ଭୁବନେଶ୍ବର: ଗତକାଲି ରାଜ୍ୟର ଉତ୍ତର ପଟୁ ମୌସୁମୀ ଓଡ଼ିଶା ଛୁଇଁଥିଲା।

ହେଲେ ମୌସୁମୀର ପ୍ରଭାବ ଆଜି ଓଡ଼ିଶାରେ ଭିନ୍ନ ଢଙ୍ଗରେ ଅନୁଭୂତ ହୋଇଛି।

ତାପମାତ୍ରା ବଢ଼ିଯାଇଛି।

ଆଜି ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି।

ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଭବାନୀପାଟଣାଠାରେ ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀରରେ ୪୦.୬ ଡିଗ୍ରି, ହୀରାକୁଦରେ ୪୦.୫ ଡିଗ୍ରି, ଝାରସୁଗୁଡ଼ାରେ ୪୦.୪ ଡିଗ୍ରି ଓ ଟିଟିଲାଗଡ଼ରେ ୪୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି।

ଉପକୂଳକୁ ମୌସୁମୀ ଛୁଇଁବା ପରେ ଏହାର ଗତି ମନ୍ଥର ହୋଇଛି।

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଞ୍ଚଳ ସମେତ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଅବଶିଷ୍ଟ ଅଞ୍ଚଳ ସହ ଉତ୍ତର ଛତିଶଗଡ଼ର କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିପାରେ।

ତେବେ ମୌସୁମୀର ଗତି ମନ୍ଥର ହୋଇଥିବାରୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Advertisment Weather: ଉତ୍ତର ଭାରତ ପାଇଁ ପାଣିପାଗ ବିଭାଗର ଚେତାବନୀ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାର ଉପକୂଳ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ମୌସୁମୀ ବାୟୁ ପ୍ରବେଶ କରିସାରିଛି।

ତେବେ ସାରା ରାଜ୍ୟରେ ବ୍ୟାପକ ଓ ଚାଷ ପାଇଁ ଉପଯୋଗୀ ବର୍ଷା ହେବାରେ ବିଳମ୍ବ ହୋଇପାରେ, ଯାହାକି ଆଗରୁ ଆକଳନ କରାଯାଇଥିଲା।

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ସାମ୍ପ୍ରତିକ ସ୍ଥିତିରୁ ଜଣାପଡ଼ୁଛି, ମୌସୁମୀ ବାୟୁ ପହଞ୍ଚିବା ଏବଂ ଚାଷ ପାଇଁ ନିର୍ଭରଯୋଗ୍ୟ ବର୍ଷା ହେବା ସବୁବେଳେ ଏକାସଙ୍ଗେ ହୁଏ ନାହିଁ।

ଏହି ଦୁଇଟି ରାଜ୍ୟରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ପରବର୍ତ୍ତୀ ବର୍ଷା ସବୁ ଜାଗାରେ ସମାନ ଭାବେ ହୋଇନାହିଁ ଏବଂ ଅନେକ ଅଞ୍ଚଳରେ ଏହା ସ୍ୱାଭାବିକଠାରୁ କମ୍ ରହିଛି।

ଏହି କାରଣରୁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଆଗେଇ ପାରିନାହିଁ।

ପୂର୍ବ ଭାରତର ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପ ରହିଛି, କିନ୍ତୁ ବଙ୍ଗୋପସାଗରରେ କୌଣସି ଶକ୍ତିଶାଳୀ ଲଘୁଚାପର ସଙ୍କେତ ନଥିବାରୁ ବର୍ଷା ପରିମାଣ ବଢ଼ିପାରୁ ନାହିଁ।

ଫଳରେ ମୌସୁମୀ ଆଗମନ ପରେ ବର୍ତ୍ତମାନ ବର୍ଷାର ଗତି କିଛି ଦିନ ପାଇଁ କମିଯାଇପାରେ।

କେବଳ କେତେକ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ।

Weather: କେରଳମ୍‌ରେ ପ୍ରବଳ ବର୍ଷା: ୫ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କଲା ଆଇଏମ୍‌ଡି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।