Petrol And Fire: ପେଟ୍ରୋଲ ନିଆଁରେ ଜଳି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଯୁବତୀ, ଚିକିତ୍ସା ପାଇଁ ମିଳିଲାନି ଶଯ୍ୟା
"ରାଉରକେଲା (ମଳୟ ରଞ୍ଜନ ସାହୁ): କୁହାଯାଇଥାଏ "ପ୍ରେମ" ହେଉଛି ଅନ୍ଧ ଭଳି ଏକ ଶଦ୍ଦ।
ପ୍ରେମକୁ ପାଇଁ ଅନେକ ଲୋକ ବହୁକିଛି ତ୍ୟାଗ କରୁଥିବାର ଉଦାହରଣ ରହିଛି।
କିନ୍ତୁ ପ୍ରେମକୁ ପାଇ ପାରୁ ନଥିବା ଲୋକ ମାରାତ୍ମକ ମଧ୍ୟ ଦେଖାଯାଆନ୍ତି।
ପ୍ରେମ ଯେତେବେଳେ ସକରାତ୍ମକ ରୂପ ନିଏ ଏକ ସୁସ୍ଥ ସମାଜରେ ଉଦାହରଣ ହୋଇଯାଏ, କିନ୍ତୁ ଯେତେବେଳେ ଏହା ନକରାତ୍ମକ ହୋଇଥାଏ ଭୟଙ୍କର ରୂପ ଧାରଣ କରିଥାଏ।
ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ପ୍ରେମଜନିତ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଏକ ତରଫା ଭଲ ପାଉଥିବା ଯୁବକ ଶୁକ୍ରବାର ରାତିରେ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି।
ସବୁଠାରୁ କ୍ଷୋଭର ବିଷୟ ହେଲା ଯେ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଯୁବତୀଙ୍କୁ ପଶ୍ଚିମ ଓଡ଼ିଶାର ସର୍ବବୃହତ ମେଡିକାଲ କଲେଜ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଶଯ୍ୟା ନମିଳିବା।
Advertisment ଏକ ତରଫl ପ୍ରେମର କରୁଣପରିଣତି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି l ଜଲ୍ଲାଦ ଯୁବକର ନାରକୀୟ କାଣ୍ଡକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି।
ଜଣେ ୨୬ ବର୍ଷୀୟ ଯୁବତୀ ଗତକାଲି ରାତିରେ ଘରେ ଶୋଇଥିଲେ।
ପ୍ରବଳ ଗରମ ଯୋଗୁଁ ଘରର ଝରକା ଖୋଲା ଥିଲା।
ଝରକା ଖୋଲା ଥିବାର ସୁଯୋଗ ନେଇ ଅଧରାତିରେ ଯୁବକ ଜଣକ ପହଞ୍ଚି ଥିଲା।
ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବା ଯୁବତୀଙ୍କ ଉପରେ ହତାସ ପ୍ରେମିକ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲା।
ବିଶ୍ରାର ସନ୍ତୋଷପୁର ଅଞ୍ଚଳରେ ଘଟିଥିବା ଏହି ଅମାନବୀୟ ଘଟଣା ଯୋଗୁଁ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛିl Gang-Rape Near SP Office ସେ ପୁଲିସ ଡର ଗଲା!
ଏସ୍ପି ଅଫିସ୍ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପେଟ୍ରୋଲ ନିଆଁରେ ଜଳି ଯାଇଥିବା ଯୁବତୀଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିଲା।
ପରିତାପର ବିଷୟରେ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଯୁବତୀଙ୍କୁ ସେଠାରେ ଚିକିତ୍ସା ପାଇଁ ଶଯ୍ୟା ମିଳି ନଥିଲା।
ଶେଷରେ ପରିବାର ଲୋକେ ହତାଶ ହୋଇ ଯୁବତୀଙ୍କୁ ପୁଣି ଥରେ ରାଉରକେଲା ଫେରାରଇ ଆଣିଛନ୍ତି।
ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଯୁବତୀଙ୍କୁ ଭର୍ତ୍ତି କରାଯାଇଛି।
ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି।
ତେବେ ଗୁରୁତର ଯୁବତୀଙ୍କ ଚିକିତ୍ସା ପାଇଁ ଶଯ୍ୟା ମିଳିବାକୁ ୧୨ ଘଣ୍ଟା ସମୟ ଲାଗିଛି।
ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲାl ବିଶ୍ରା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଏପଟେ ଅଭିଯୁକ୍ତଙ୍କ ବିରୋଧରେ ପରିବାର ଲୋକ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏକତରଫା ପ୍ରେମ ନାଁରେ ଜଣେ ଯୁବତୀଙ୍କୁ ଜୀବନ୍ତ ଜାଳି ଦେବାକୁ ଉଦ୍ୟମ କରାଯାଇଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି।
ତେବେ ପ୍ରକୃତରେ ଏହା ପଛରେ କିଏ ଅଛି, ପ୍ରେମ ପ୍ରତ୍ୟାଖ୍ୟାନ ହିଁ କାରଣ ନା ଅନ୍ୟ କୌଣସି ଷଡ଼ଯନ୍ତ୍ର, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
"