MSME: ସମୃଦ୍ଧ ଓଡ଼ିଶାରେ ଆମର ମା ମାନେ ବିକାଶର ନେତୃତ୍ୱ ନେବେ: ମୁଖ୍ୟମନ୍ତ୍ରୀ

Jun 27, 2026 - 21:34
MSME: ସମୃଦ୍ଧ ଓଡ଼ିଶାରେ ଆମର ମା ମାନେ ବିକାଶର ନେତୃତ୍ୱ ନେବେ: ମୁଖ୍ୟମନ୍ତ୍ରୀ

"ଭୁବନେଶ୍ୱର: ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି।

ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି  ପ୍ଲାଟ୍‌ଫର୍ମ" (Women Entrepreneurship Platform- Odisha Chapter) କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର ଏକ ମହା-ଅଭିଯାନ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି।

ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ "ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ" ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ  ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

Advertisment ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଆମେ ଏମିତି ଏକ ଓଡ଼ିଶା ଗଠନ କରିବୁ, ଯେଉଁଠାରେ ମହିଳାମାନେ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ, ବିଭିନ୍ନ ଉତ୍ପାଦର କେବଳ ଉପଭୋକ୍ତା ହେବେ ନାହିଁ, ବରଂ ଉତ୍ପାଦକୁ ନିଜେ ସୃଷ୍ଟି କରିବେ, ସେମାନେ ବିକାଶର କେବଳ ଅଂଶୀଦାର ହେବେ ନାହିଁ, ବରଂ ବିକାଶର ନେତୃତ୍ୱ ନେବେ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ WEPର ଏକ ବର୍ଷର ଆକ୍ସନ ପ୍ଲାନ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ  ରାଜ୍ୟର ମହିଳା ସଶକ୍ତୀକରଣ କ୍ଷେତ୍ରରେ "ସୁଭଦ୍ରା ଯୋଜନା"ର  ସଫଳତା ସମ୍ପର୍କରେ ଆଲୋକପାତ କରି  କହିଥିଲେ ଯେ, ଆଜି ଏକ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସଶକ୍ତ ହୋଇ ସ୍ୱାବଲମ୍ୱନ ପଥରେ ଅଗ୍ରସର ହେଉଛନ୍ତି।

ଆଇଆଇଏମ ସମ୍ବଲପୁର, ଏସବିଆଇ ଏବଂ ଏଆଇ ଭଏସ୍ ବଟ୍ ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ମହିଳା ପରିଚାଳିତ ଉଦ୍ୟୋଗ ସଂଖ୍ୟା ୨୫ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ, ଅର୍ଥାତ୍ ଦୁଇ ଗୁଣରୁ ଅଧିକ ହୋଇଛି।

ଏହା ସହିତ ହିତାଧିକାରୀମାନଙ୍କର ହାରାହାରି ବ୍ୟାଙ୍କ ଜମା ମଧ୍ୟ ୬,୮୮୭ ଟଙ୍କା ବୃଦ୍ଧି ପାଇଛି।

ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଗଠିତ WEP ପ୍ଲାଟଫର୍ମ ଜରିଆରେ ମିସନ ଶକ୍ତି, MSME, ଷ୍ଟାର୍ଟଅପ୍ ଓଡ଼ିଶା, ବ୍ୟାଙ୍କ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମହିଳାମାନଙ୍କୁ ଆର୍ଥିକ ସହାୟତା, ବଜାର ସୁବିଧା, ମେଣ୍ଟରସିପ୍ ଓ ସ୍କିଲ୍ ଡେଭଲପ୍‌ମେଣ୍ଟ ଆଦି ସମସ୍ତ ସୁବିଧା ଗୋଟିଏ ମଞ୍ଚରେ ଯୋଗାଇ ଦିଆଯିବ।

ହସ୍ତତନ୍ତ, ସ୍କିଲ୍, ହୋମ୍ ଷ୍ଟେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ନୂତନ ପାର୍ଟନରସିପ୍ ଓ କୋଲାବରେସନ୍ ମଧ୍ୟ ଆଜି ଆରମ୍ଭ କରାଯାଇଛି।ରାଜ୍ୟର ଅର୍ଥନୈତିକ ବିକାଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କୁ ମୂଳ ଇଞ୍ଜିନ୍ ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ଅନେକ ନୂତନ ପଦକ୍ଷେପ ଆରମ୍ଭ   କରିଛନ୍ତି।

Chief Minister: ଆପଣମାନଙ୍କ ନିଷ୍କପଟ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ପ୍ରକୃତ ଶକ୍ତି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ବାଲେଶ୍ୱରଠାରେ ୨୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ  "ରାଇସ୍ ମିଲିଙ୍ଗ୍ କ୍ଲଷ୍ଟର"ର ଉଦ୍‌ଘାଟନ କରାଯାଇଛି, ଯାହା ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।

ସେହିପରି ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ପ୍ରସାର ପାଇଁ ପାହାଳଠାରେ ୧୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ "ରସଗୋଲା କ୍ଲଷ୍ଟର" ପାଇଁ ଶିଳାନ୍ୟାସ କରାଯାଇଛି।

ଏହାଦ୍ୱାରା ପାହାଳର ଦୈନିକ ଉତ୍ପାଦନ କ୍ଷମତା ୭ ହଜାର କେଜିରୁ ୧୧ ହଜାର କେଜିକୁ ବୃଦ୍ଧି ପାଇବ।

ଏହା ବ୍ୟତୀତ ଗଞ୍ଜାମର ବରପାଲ୍ଲି ଓ କଳାହାଣ୍ଡିର କେସିଙ୍ଗାଠାରେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୨ଟି "ମଲ୍ଟି-ପ୍ରଡକ୍ଟ MSME ପାର୍କ"ର ଉଦ୍‌ଘାଟନ କରାଯାଇଛି।

ଆଗାମୀ ଦିନରେ ଏକ ଇଞ୍ଜିନିୟରିଙ୍ଗ୍ କ୍ଲଷ୍ଟର, ମୁଦ୍ରଣ ଓ ପ୍ୟାକେଜିଙ୍ଗ୍ କ୍ଲଷ୍ଟର ଏବଂ କାଜୁ କ୍ଲଷ୍ଟରର ଶୁଭାରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମଲ୍ଟି ପ୍ରଡକ୍ଟ MSME ପାର୍କ ସ୍ଥାପନ କରାଯାଉଛି ବୋଲି ସେ କହିଥିଲେ।

"