Tamil Nadu Gas Leak: ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି
"କେନ୍ଦୁଝର: ତାମିଲନାଡୁର ତିରୁଭଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି କମ୍ପାନିରେ ଚଳିତ ମାସ ୨୧ ତାରିଖ ଦିନ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆଉ ଜରେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ମୃତକା ହେଲେ କବିତା ଜୁଆଙ୍ଗ।
ସେ ଥିଲେ ତେଲକୋଇ ଅଞ୍ଚଳର ବାସିନ୍ଦା।
ଏଥି ସହିତ ଏହି ଦୁର୍ଘଟଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିଲା ବେଳେ ଓଡ଼ିଶାରୁ ସାମିଲ ଅଛନ୍ତି ୧୨ ଜଣ।
Advertisment ପୂର୍ବରୁ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା।
ଆଜି (ଶନିବାରବାର) କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳର କବିତା ଜୁଆଙ୍ଗଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଝିଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Tamil Nadu Gas Leak Tragedy ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣା: ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ, ସଂଖ୍ୟା ୧୧ କୁ ବୃଦ୍ଧି ଗତକାଲି ପ୍ରାଣହରାଇଥିବା ସୁମିତ୍ରା ୨୦୨୫ ମସିହାରେ ମାଟ୍ରିକ ପାସ କରିଥିଲେ।
ଉଚ୍ଚଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିବାରୁ କଲେଜରେ ନାମ ଲେଖାଇ ପାରିନଥିଲେ।
କୋହଭରା କଣ୍ଠରେ ମା" ସମବାରୀ କାନ୍ଦି କାନ୍ଦି କହିଛନ୍ତି, ଶ୍ରୀକାନ୍ତ ଜୁଆଙ୍ଗ ନାମକ ଜଣେ ଶ୍ରମିକ ଦଲାଲ ସୁମିତ୍ରାକୁ ତାମିଲନାଡୁ ନେଇଯାଇଥିଲେ।
ଝିଅ ଟଙ୍କା ରୋଜଗାର କରି କଲେଜ ପଢ଼ିବ କ"ଣ ଅକାଳରେ ଜୀବନ ଚାଲିଗଲା।
ବର୍ତ୍ତମାନ ସୁଦ୍ଧା ମୃତ ଶ୍ରମିକଙ୍କ ତାଲିକା;୧- ଶିବାନୀ,ଟାଙ୍ଗିରୀ, ତେଲକୋଇ୨- ଗୀତା, ଟାଙ୍ଗିରୀ, ତେଲକୋଇ ୩- ଗୁମଣୀ, ରଙ୍ଗମାଟିଆ, ତେଲକୋଇ୪- ଜମୀନୀ,ରଙ୍ଗମାଟିଆ, ତେଲକୋଇ୫- ଫୁଲମଣି,କୋଡିପଶା, ବାଂଶପାଳ୬- ସଜନୀ,କୋଡିପଶା, ବାଂଶପାଳ୭- ଚମ୍ପାବତୀ,ତଳଚମ୍ପେଇ, ବାଂଶପାଳ୮- ସୁବାସୀ,କନ୍ତଳା, ହରିଚନ୍ଦନପୁର୯- ରୀତା,ଟାଙ୍ଗିରୀ, ତେଲକୋଇ୧୦-ଦୀପାଞ୍ଜଳୀ,ତଳରାଇଡିହା,ଗୋନାସିକା,ବାଂଶପାଳ୧୧- ସୁମିତ୍ରା ଜୁଆଙ୍ଗ,ପିଟାନାଳୀ, ତେଲକୋଇ୧୨- କବିତା ଜୁଆଙ୍ଗ, ତେଲକୋଇ "