US-India trade deal: ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ
"ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାବର୍ଷ ପ୍ରାରମ୍ଭରେ ଭାରତ ଗସ୍ତରେ ଆସିପାରନ୍ତି ବୋଲି ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ଶନିବାର କହିଛନ୍ତି।
ରୁବିଓ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦୃଢ଼ ବ୍ୟକ୍ତିଗତ ସମ୍ପର୍କକୁ ଗୁରୁତ୍ୱ ଦେଇ ଓ ଭାରତ-ଆମେରିକା ସମ୍ପର୍କକୁ ଚମତ୍କାର ବୋଲି ବର୍ଣ୍ଣନା କରିଛନ୍ତି।
ୱାସିଂଟନରେ ନ୍ୟୁଜ ଏଜେନ୍ସି ଆଇଏଏନ୍ଏସ୍ ସହିତ କଥାବାର୍ତ୍ତା ବେଳେ ରୁବିଓ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିବା ପାଇଁ ସେ ବର୍ଷ ଶେଷ ପୂର୍ବରୁ ଭାରତ ଯାତ୍ରା କରିପାରନ୍ତି।
ଯଦି ଟ୍ରମ୍ପ ଆସନ୍ତା ବର୍ଷ ଭାରତ ଗସ୍ତରେ ଆସନ୍ତି ତେବେ ଏହା ଆମେରିକା ରାଷ୍ଟ୍ରପତିଙ୍କର ଫେବ୍ରୁଆରି ୨୦୨୦ ପରେ ପ୍ରଥମ ଭାରତ ଗସ୍ତ ହେବ।Advertisment ଦ୍ୱିତୀୟ ଥର ପାଇଁ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହୋଇ ହ୍ୱାଇଟ୍ ହାଉସକୁ ଫେରିବା ପରେ ଏହି ପ୍ରସ୍ତାବିତ ଗସ୍ତ ତାଙ୍କର ପ୍ରଥମ ଗସ୍ତ ହେବ।
ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ଫ୍ରାନ୍ସର ଏଭିଆନରେ ଜି୭ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଥିଲେ, ଯାହାକି ୧୬ ମାସ ମଧ୍ୟରେ ସେମାନଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା।
ସୂଚନାଯୋଗ୍ୟ, ନୂଆଦିଲ୍ଲୀ ଓ ୱାସିଂଟନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଜାରି ରହିଥିବାବେଳେ ଟ୍ରମ୍ପଙ୍କ ପ୍ରସ୍ତାବିତ ଗସ୍ତ ରହିଛି।
ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ ରୁବିଓ ଆହୁରି କହିଛନ୍ତି ଯେ, ଉଭୟ ଦେଶ କ୍ୱାଡ୍ ଗ୍ରୁପିଂର ଆଉ ଏକ ବୈଠକ ପାଇଁ ଅପେକ୍ଷା କରିଛନ୍ତି ଓ ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥିର କରିବାରେ ସାହାଯ୍ୟ କରିବା ପାଇଁ ସେ ବର୍ଷ ଶେଷ ପୂର୍ବରୁ ଭାରତ ଫେରିବାକୁ ଆଶା ରଖିଛନ୍ତି।
ଏହାବ୍ୟତୀତ ରୁବିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ମଧ୍ୟ ପ୍ରଶଂସା କରିଥିଲେ।
ରୁବିଓ କହିଥିଲେ ଯେ, ସେ ମୋଦୀଙ୍କର ଜଣେ ପ୍ରଶଂସକ ଓ ବିଶ୍ୱ ସ୍ତରରେ ଭାରତର ସ୍ଥିତିକୁ ଉଚ୍ଚ କରିବା ପାଇଁ ତାଙ୍କୁ ଶ୍ରେୟ ଦେଇଥିଲେ।
ମୋଦୀ ଭାରତକୁ ଏକ ବିଶ୍ୱ ଶକ୍ତିରେ ପରିଣତ କରିଛନ୍ତି ବୋଲି ରୁବିଓ କହିଥିଲେ।
"