upsssc lower pcs recruitment: ଆବେଦନ ତାରିଖ ଓ ପଦବି ସଂଖ୍ୟା ବୃଦ୍ଧି କଲା ୟୁପିଏସଏସଏସସି

Jun 27, 2026 - 18:40
upsssc lower pcs recruitment: ଆବେଦନ ତାରିଖ ଓ ପଦବି ସଂଖ୍ୟା ବୃଦ୍ଧି କଲା ୟୁପିଏସଏସଏସସି

"ଲ‌କ୍ଷ୍ମୌ: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଯୁବତୀମାନଙ୍କ ପାଇଁ  ଖୁସି ଖବର ୟୁପିଏସଏସଏସସି(ଉତ୍ତରପ୍ରଦେଶ ସବ-ଅଡିନେଟ ଷ୍ଟାଫ ସିଲେକସନ୍ କମିସନ) ଲୋୟର ପିସିଏସ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୨୫ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ପଦବୀ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି।Advertisment ୟୁପିଏସଏସଏସସି ଲୋୟର ପିସିଏସ ଅଧୀନରେ ଏବେ ଖାଲିଥିବା ୨,୫୮୭ଟି ପଦବି ପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତି କରାଯିବ।

ଏହି ନିଯୁକ୍ତି ବିଭିନ୍ନ ବିଭାଗରେ କରାଯିବ।

ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆବେଦନ କରିଛନ୍ତି ସେମାନଙ୍କୁ ପୁନର୍ବାର ପଞ୍ଜୀକରଣ କରିବାକୁ ପଡିବ ନାହିଁ।

ନୂତନ ଭାବରେ ଯୋଡାଯାଇଥିବା ପଦବି ପାଇଁ ଆବେଦନ କରିବାକୁ,ପ୍ରାର୍ଥୀମାନେ ସେମାନଙ୍କର ଆଇଡି ବ୍ୟବହାର କରି ଲଗ୍ ଇନ୍ କରିପାରିବେ ଏବଂ ସେମାନଙ୍କର ଆବେଦନକୁ ଅପଡେଟ୍ କରିପାରିବେ।

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ ଏହି ନିଯୁକ୍ତି ପାଇଁ ବୟସ ସୀମା ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ପ୍ରଦାନ କରାଯାଇଛି।

ପ୍ରାର୍ଥୀମାନଙ୍କର ଏକ ବୈଧ ପିଇଟି- ୨୦୨୫ ସ୍କୋର କାର୍ଡ ଏବଂ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରି ଆସଲ କରି ଥିବା ଆବଶ୍ୟକ।

ସମସ୍ତ ବର୍ଗ ପାଇଁ ଆବେଦନ ଫି ସମାନ।

ପ୍ରାର୍ଥୀମାନଙ୍କୁ ୨୫ଟଙ୍କା ଫି ଦେବାକୁ ପଡିବ।

ଯଦି ଜଣେ ପ୍ରାର୍ଥୀ ତାଙ୍କର ଆବେଦନ ବିବରଣୀ ସଂଶୋଧନ କରିବାକୁ ଚାହାଁନ୍ତି, ତେବେ କୌଣସି ଅତିରିକ୍ତ ଫି ଆବଶ୍ୟକ ପଡ଼ିବ ନାହିଁ।

ଆବେଦନ କରିବା ପାଇଁ, ପ୍ରାର୍ଥୀମାନଙ୍କୁ ପ୍ରଥମେ ସରକାରୀ ୱେବସାଇଟ୍, upsssc.gov.in ପରିଦର୍ଶନ କରିବାକୁ ପଡିବ।

ପଞ୍ଜୀକରଣ ଲିଙ୍କ୍ ଉପରେ କ୍ଲିକ୍ କରି ଆବଶ୍ୟକୀୟ ସୂଚନା ଓ ଡକ୍ୟୁମେଣ୍ଟ୍ ଅପଲୋଡ୍ କରି ଆବେଦନ ଫି ଦେବା ପରେ ଫର୍ମ ଦାଖଲ କରନ୍ତୁ।

"