Murder: ଘର ଭିତର ପାର୍ଶ୍ବରୁ ବନ୍ଦ ଥିଲା କବାଟ, ଚଟାଣରେ ପଡ଼ିଥିଲା ମା’-ଝିଅଙ୍କ ମୃତଦେହ
ଠାକୁରମୁଣ୍ଡା (ଯୋଗେନ୍ଦ୍ର ପାତ୍ର): ମୟୂରଭଞ୍ଜରେ ମର୍ଡର। ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ଡକେଇପାଳ ଗ୍ରାମର ମୁକ୍ତାଝରୀସାହିରେ ମା’ ଏବଂ ଝିଅଙ୍କୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଯାଇଛି। ମୃତକାମାନେ ହେଲେ ସୀତାମଣି ଟୁଡୁ (୩୦) ଏବଂ ତାଙ୍କର ଝିଅ ଜବାମଣି ଟୁଡୁ (୮)।
ସୂଚନା ଅନୁସାରେ ଡକେଇପାଳ ଗ୍ରାମର ଚୈତନ୍ୟ ଟୁଡୁ( ୩୫) ଆଜି ଦିନ ୧୦ଟା ବେଳେ କୋଦାଳ ପଜାଇବା ପାଇଁ ବିନ୍ଧାଣି ପାଖକୁ ଯାଇଥିଲା। ସେ ଦିନ ୨ଟାରେ ଘରକୁ ଫେରିଲା ବେଳକୁ ସବୁ କବାଟ ବନ୍ଦ ଅଛି। କବାଟ ବାଡାଇ ଡାକିଲା ବେଳକୁ ଘର ଭିତରୁ ସ୍ତ୍ରୀଙ୍କର ଶଦ୍ଦ ଶୁଭୁ ନାହିଁ। ଶୋଇବା ଘର ଭିତର ପଟୁ ବନ୍ଦ ଥିଲା। ଏହା ପରେ ସେ ସିଡି ଲଗାଇ ସ୍କାଏଲାଇଟ ପଟେ ଉଠି ଦେଖିଥିଲେ।
ଘର ଉପରେ ସେ ଦେଖିଲେ ଯେ, ସୀତାମଣି ଏବଂ ଜବାମଣି ଶୋଇଛନ୍ତି। ଭିତର ପଟୁ କବାଟ ଖୋଲି ଦେଖନ୍ତିତ ଝିଅର ବେକ ଧାରୁଆ ଅସ୍ତ୍ରରେ କଟାଯାଇଛି ଓ ସ୍ତ୍ରୀ ସୀତାର ମଧ୍ଯ ମୃତ୍ୟୁ ହୋଇଛି l ସେ ୨ ଜଣକଙ୍କୁ ଲୁଗା ଢାଙ୍କି ଦେଇଥିଲେ। ଝିଅ ଜବାମଣୀ ଟୁଡୁ ପାରାଦୀପସ୍ଥିତ ଏକ ଆଶ୍ରମ ବିଦ୍ୟାଳୟରେ ଦିତୀୟ ଶ୍ରେଣୀରେ ପଢ଼ୁଥିଲା।
Police Investigation ୩ ବର୍ଷରେ ଅଭିଯୁକ୍ତ ଦ୍ବାରା ୨ ଜଘନ୍ୟ ହତ୍ୟାକାଣ୍ଡ, ପୁଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ
ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ, ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ, ଏଏସ୍ଆଇ ସନ୍ତୋଷ ନାୟକ, ପୁଲିସ୍ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଆସନ୍ତାକାଲି ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଚୈତନ୍ୟ ଟୁଡୁଙ୍କୁ ପଚରାଉଚୁରା କରିଛି।