Pension Distribution Delay Odisha: ଭତ୍ତା ପାଇଁ ରାତି ଅନିଦ୍ରା ବୃଦ୍ଧ, ବୃଦ୍ଧା! ରାତି ୧୦ଟା ଯାଏଁ ବ୍ଲକ ଅଫିସରେ ଅପେକ୍ଷା

Nov 15, 2026 - 13:11
Pension Distribution Delay Odisha: ଭତ୍ତା ପାଇଁ ରାତି ଅନିଦ୍ରା ବୃଦ୍ଧ, ବୃଦ୍ଧା! ରାତି ୧୦ଟା ଯାଏଁ ବ୍ଲକ ଅଫିସରେ ଅପେକ୍ଷା

ଭତ୍ତା ପାଇଁ ହଟହଟା, ରାତି ଅନିଦ୍ରା ହିତାଧିକାରୀ।

ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଏ ଦୃଶ୍ୟ।

ଭତ୍ତା କାର୍ଡରେ ଟଙ୍କା ପାଇବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ଲକ ଅଫିସରେ ଅପେକ୍ଷା କଲେ ହିତାଧିକାରୀ l ବ୍ଲକ ପ୍ରଶାସନ ପକ୍ଷରୁ ଗତକାଲି ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l Advertisment ଏଥିରେ ବ୍ଲକର ସମସ୍ତ ପଞ୍ଚାୟତରୁ ବହୁ ହିତାଧିକାରୀ ଆସିଥିଲେ l କେତେକ ହିତାଧିକାରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ଭତ୍ତା କାର୍ଡ ବଣ୍ଟନ କରାଯାଇଥିବା ବେଳେ ଅନେକ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ନକରାଯାଇ ଅପେକ୍ଷା କରିବାକୁ କହି ଅଧିକାରୀମାନେ ଗାଏବ ହୋଇଯାଇଥିଲେ l ଦୂର ଦୁରାନ୍ତରୁ ଆସିଥିବା ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ହିତାଧିକାରୀମାନେ ରାତି ପଖାପାଖି ୧୦ଟା ପର୍ଯ୍ୟନ୍ତ ବ୍ଲକ ଅଫିସରେ ଅପେକ୍ଷା କରିଥିଲେ।

ତେବେ କେହି ଅଧିକାରୀ ତାଙ୍କ ଦୁଃଖ ବୁଝିନଥିଲେ l ରାତି ବଢ଼ିବାରୁ ହିତାଧିକାରୀମାନେ ହୋହାଲ୍ଲା ପରେ ଅଧିକାରୀମାନେ ପହଞ୍ଚି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିବା ଦେଖିବାକୁ ମିଳିଛି l ତେବେ ଭିନ୍ନକ୍ଷମ ଓ ବୟସ୍କଙ୍କ ପ୍ରତି ବ୍ଲକ ପ୍ରଶାସନ ଅଣଦେଖା ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଉଛି l ସେପଟେ ଭତ୍ତା ସମସ୍ତଙ୍କୁ ଦିଆଯାଉଛି ବୋଲି କହିଛନ୍ତି ବିଡ଼ିଓ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)