Park: ‘ପାର୍କ’ରୁ ମୁହଁ ମୋଡ଼ିଲେଣି: ବିଏମ୍‌ସିର ୧୬୩ ପାର୍କ, ବିଡିଏର ୫୧

Sep 04, 2026 - 07:51
Park: ‘ପାର୍କ’ରୁ ମୁହଁ ମୋଡ଼ିଲେଣି: ବିଏମ୍‌ସିର ୧୬୩ ପାର୍କ, ବିଡିଏର ୫୧

"ଭୁବନେଶ୍ବର: ଦ୍ରୁତ ସହରୀକରଣ ଭିତରେ ରାଜଧାନୀ ଭୁବନେଶ୍ବରର ଖୋଲା ଜାଗା ହଜିଗଲାଣି।

ଲୋକଙ୍କ ମୁକ୍ତ ବିଚରଣର ସ୍ଥାନାଭାବ ଦେଖାଦେଲାଣି।

ରାଜଧାନୀବାସୀଙ୍କ ଏହି ଅଭାବ ପୂରଣ ପାଇଁ ରାଜ୍ୟ ସରକାର ପାର୍କ ନିର୍ମାଣ ଓ ଏହାର ଭିତ୍ତିଭୂମି ଉନ୍ନତୀକରଣକୁ ଗୁରୁତ୍ବ ଦେଇଛନ୍ତି।

ଅବସର ବିନୋଦନ, ଖେଳକୁଦ ଓ ବ୍ୟାୟାମ ପାଇଁ ପ୍ରକୃଷ୍ଠ ପରିସର ଯୋଗା‌ଇଦେବାକୁ ପାର୍କର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି।

ଏଥିପାଇଁ କୋଟି କୋଟି ଟଙ୍କାରେ ପାର୍କ ପ୍ରାଚୀର, ଘାସ ଗାଲିଚା, ପାଦଚଲା ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି।

କୋଟି କୋଟି ଟଙ୍କାର ଖେଳ ଓ ବ୍ୟାୟାମ ଉପକରଣ ବି କିଣାଯାଉଛି।

କିନ୍ତୁ ଦୂରଦୃଷ୍ଟି ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀ ଭୁବନେଶ୍ବର ପ୍ରାୟ ସବୁ ପାର୍କ ଉଜୁଡ଼ିଗଲାଣି।

ପାର୍କରେ ଅନାବନା ଘାସ ମାଡ଼ିଯାଇଥିବାରୁ, ଲୋକେ ପଶିବାକୁ ଡରୁଛନ୍ତି।

କେତେକ ପାର୍କରେ କାଦୁଅ ପଚପଚ ହେଉଛି।

ଖେଳ ଓ ବ୍ୟାୟାମ ଉପକରଣ ସବୁ ଭାଙ୍ଗିଗଲାଣି।

ଯେଉଁ ଉଦ୍ଦେଶ୍ୟରେ ଏହି ପାର୍କର ବିକାଶ କରାଯାଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି।

ପାର୍କ ଆଉ ଅଞ୍ଚଳବାସୀଙ୍କୁ ସେଭଳି ସେବା ଯୋଗାଇ ପାରୁନି।

ବିଡିଏ ପାର୍କ ସ୍ଥିତି ଚଳନୀୟ ଓ ଅଧିକ ଆକର୍ଷଣୀୟ।

କିନ୍ତୁ ବିଏମ୍‌ସି ଯେଉଁ ପାର୍କ ସବୁ ପରିଚାଳନା କରୁଛି, ସବୁ ଦୟନୀୟ ସ୍ଥିତିରେ।

ଅନେକ ପାର୍କ ନିଶାଡ଼ିଙ୍କ ଦଖଲକୁ ଚାଲିଗଲାଣି।

ରାତି ହେଲେ ଏଠାରେ ଖୋଲାଖୋଲି ନିଶା ସେବନ ଚାଲୁଛି।

ଏଣୁ ମହିଳା, ପୁରୁଷମାନେ ବି ପାର୍କକୁ ଯିବାକୁ ଅସୁରକ୍ଷିତ ମଣିଲେଣି।Advertisment ବିଏମ୍‌ସିର ୧୬୩ ପାର୍କ, ବିଡିଏର ୫୧ ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ କହିବା କଥା, ବିଏମ୍‌ସି ୧୬୩ଟି ପାର୍କର ପରିଚାଳନା ଓ ରକ୍ଷଣାବେକ୍ଷଣ କରୁଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା)ରେ ଏହି ପାର୍କ ସବୁର ରକ୍ଷଣାବେକ୍ଷଣ କରାଯାଉଥିଲା।

ଏବେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ରକ୍ଷଣାବେକ୍ଷଣ କରାଯାଉଛି।

୨.୫ ଏକର ଅବା ଏହାଠାରୁ ଅଧିକ ଆକାରର ପାର୍କ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ବିଡିଏ କରୁଛି।

୨.୫ ଏକରରୁ କମ୍‌ ଆକାରର ପାର୍କ ପରିଚାଳନା ଦାୟିତ୍ବ ବିଏମ୍‌ସି ବୁଝୁଛି।

ଅଳ୍ପ କିଛି ପାର୍କର ରକ୍ଷଣାବେକ୍ଷଣ ଓ ପରିଚାଳନା ଆବାସିକ ସଂଗଠନ ଜରିଆରେ କରାଯାଉଛି।

କିନ୍ତୁ ସର୍ବାଧିକ ପାର୍କ ସ୍ବୟଂ ସହାୟକ ଗୋ‌ଷ୍ଠୀଙ୍କ ଜରିଆରେ କରାଯାଉଛି।

ନିୟମିତ ଏହାର ଦେଖାରଖା କରାଯାଉଛି।

ବିଡିଏ ସଚିବ ମାନସ ରଂଜନ ପାଢ଼ୀଙ୍କ କହିବା କଥା, ବିଡିଏ ଅଧୀନରେ ୫୧ଟି ପାର୍କ ଅଛି।

ଆଇଜି ପାର୍କ ଭଳି ବଡ଼ ବଡ଼ ପାର୍କ ଏଥିରେ ରହିଛି।

ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ବିଡିଏ ଉଦ୍ୟାନ ସେକ୍ସନ୍‌ ଓ ଇଂଜିନିୟରିଂ ସେକ୍ସନ୍‌ କରୁଛି।

ଆଗକୁ ଆମେ ଆହୁରି ୭ଟି ପାର୍କ ହାତକୁ ନେବାକୁ ଯାଉଛୁ।

ଯେହେତୁ ଖେଳକୁଦ ସହ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ପାଇଁ ଏହା ପ୍ରକୃଷ୍ଟ ସ୍ଥାନ, ତେଣୁ ପାର୍କ ଉନ୍ନତୀକରଣକୁ ବିଡିଏ ସର୍ବାଧିକ ଗୁରୁତ୍ବ ଦେଉଛି।

ବିଏମ୍‌ସି ପାର୍କ ପିଛା ମାସିକ ଖର୍ଚ୍ଚ ୧୦ରୁ ୨୫ହଜାରବିଏମ୍‌ସି ନିଜ ଅଧୀନ ପାର୍କକୁ ତିନିଟି ଭାଗରେ ବିଭକ୍ତ କରିଛି ଓ ସେହି ଅନୁସାରେ ମାସିକ ଖର୍ଚ୍ଚ ସ୍ବୟଂ ସହାୟକ ଗୋଷ୍ଠୀ ଓ ଆବାସିକ ସଂଗଠନକୁ ଯୋଗାଇ ଦେଉଛି।

ଉନ୍ନତୀକରଣ ପାଇଁ ୧୦ରୁ ୨୫ହଜାର ଟଙ୍କା ଖର୍ଚ୍ଚ କରାଯାଉଛି।

ଛୋଟ ପାର୍କ ପାଇଁ ୧୫ହଜାର ଟଙ୍କା, ମଧ୍ୟମ ଆକାରର ପାର୍କ ପାଇଁ ୨୦ହଜାର ଟଙ୍କା ଓ ବଡ଼ ପାର୍କ ପାଇଁ ୨୫ହଜାର ଟଙ୍କା ମାସିକ ଦେଉଛି।

ଯେଉଁ ଅର୍ଥରେ ଏମାନେ ପାର୍କର ରକ୍ଷଣାବେକ୍ଷଣ, ସଫାସୁତରା ଓ ସମସ୍ତ ପରିଚାଳନା ବୁଝିବା କଥା।

ମାତ୍ର ଏହି ଟଙ୍କା ଠିକ୍ ଭାବେ ଖର୍ଚ୍ଚ ହେଉନାହିଁ କିମ୍ବା ପାର୍କର ରକ୍ଷଣାବେକ୍ଷଣ ହେଉନାହିଁ।

ପରିଣାମ ସ୍ବରୂପ ଆଜି ପାର୍କ ଭିତ୍ତିଭୂମି ଉଜୁଡ଼ିଗଲାଣି।

ୟୁନିଟ୍‌-୨ ଶିଶୁବିହାର ଉଦ୍ୟାନୟୁନିଟ୍‌-୨ ଶିଶୁବିହାର ଉଦ୍ୟାନ ଉଜୁଡ଼ିଗଲାଣି।

ରାଜଧାନୀର ଛାତି ଉପରେ ଥିବା ଏହି ପାର୍କ, ଅଞ୍ଚଳବାସୀ ଛୋଟ ଛୋଟ ପିଲାଙ୍କ ପାଇଁ ଖେଳକୁଦ ଓ ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ ପାଇଁ ଏକମାତ୍ର ବିକଳ୍ପ।

କିନ୍ତୁ ଏଠାରେ ଥିବା ବ୍ୟାୟାମ ଓ ଖେଳ ଉପକରଣ ସବୁ ଭାଙ୍ଗି ବିପଦଜ୍ଜନକ ଅବସ୍ଥାରେ ରହିଛି।

ପିଲାଙ୍କ ଖେଳ ଉପକରଣ କେଉଁଠି ଭାଙ୍ଗିଯାଇଛି ତ କେଉଁଠି କଣା ହୋଇଯାଇଛି।

ଏଣୁ ଖେଳିବା ବେଳେ କୁନି କୁନି ପିଲାମାନେ ଏଥିରେ ଆହତ ହେଉଛନ୍ତି।

ସେପଟେ ଦିନ ଦିପହରରେ ଏଠି ଖୋଲାଖୋଲି ନିଶା ସେବନ ଚାଲୁଛି।

ମହିଳା, ଯୁବତୀମାନେ ଏଥିପାଇଁ ପାର୍କ ଯିବାକୁ ଅସୁରକ୍ଷିତ ମଣୁଛନ୍ତି।

ବ୍ୟାୟାମ ଓ ଖେଳ ଉପକରଣ ବହୁଦିନରୁ ଭାଙ୍ଗିଯାଇଥିବାବେଳେ ଏହାର ମରାମତି କରାଯାଉନି।

ସତ୍ୟନଗର ପାର୍କଭୁବନେଶ୍ୱର: ସତ୍ୟନଗର ପାର୍କର ସ୍ଥିତି ବ‌ର୍ଷେ ହେଲା ଶୋଚନୀୟ ହୋଇପଡ଼ିଛି।

ପାର୍କସ୍ଥିତ ଜିମ୍‌ର ଯନ୍ତ୍ରାଂଶ ମଧ୍ୟରୁ ଅନେକର ସିଟ୍‌ ଭାଙ୍ଗିଗଲାଣି।

କିଛି ଉପକରଣରେ କଳଙ୍କି ଲାଗିଯାଇଛି।

ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ କଳଙ୍କି ଲାଗିଥିବା ଉପକରଣ ବ୍ୟବହାର ହେଲେ, କେଁ କଟର ବିକଟାଳ ଶବ୍ଦ କରୁଛି।

ଛୋଟ ପିଲାଙ୍କ ଦୋଳି ଓ କ୍ଲାଇମ୍ୱର ଭାଙ୍ଗିଗଲାଣି।

ପାଖାପାଖି ୮ଟି ଲାଇଟ୍‌ ଅଚଳ ହୋଇ ପଡ଼ିରହିଛି।

ପ୍ରାୟ ଏକ ଲକ୍ଷ ଟଙ୍କାରେ ନିର୍ମିତ ବର୍ଷା ଜଳ ଅମଳ ପ୍ରକଳ୍ପ ଏକପ୍ରକାର ଡଷ୍ଟବିନରେ ପରିଣତ ହୋଇଗଲାଣି।

ପାର୍କର ପାଚେରି ସ୍ଥିତି ମଧ୍ୟ ଦୁର୍ବଳ ହୋଇଗଲାଣି।

ଏନେଇ କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ କହିଛନ୍ତି ଯେ ପାର୍କର ଉନ୍ନତୀକରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ପାର୍କରେ ଭାଙ୍ଗିଯାଇଥିବା ଯନ୍ତ୍ରାଂଶ ଓ ଖେଳନା ଉପକରଣଗୁଡ଼ିକୁ ମରାମତି କରାଯିବ।

ଯୋଗ ପିଣ୍ଡି ଉପରେ ଛାମୁଣ୍ଡିଆ କରାଯିବ।

୨ ବର୍ଷ ହେଲାଣି ଆଇଜି ପାର୍କ ଇ-ଶୌଚାଳୟ ଅଚଳପାଖରେ ବିଧାନସଭାଠାରୁ ଆରମ୍ଭ କରି ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ରହିଥିବାରୁ ଆଇଜି ପାର୍କକୁ ସବୁଠୁ ଅଧିକ ଆକର୍ଷଣୀୟ କରାଯାଇଥିଲା।

ଏହା ରାଜଧାନୀର ଏକ ଜଣାଶୁଣା ବଡ଼ ପାର୍କ।

ପ୍ରତିଦିନ ବି ଏଠାରେ ଗହଳଚହଳ ରହୁଛି।

ରାଜଧାନୀବାସୀଙ୍କ ଅବସର ବିନୋଦନର ଏହା ପ୍ରକୃଷ୍ଟ ସ୍ଥାନ।

କିନ୍ତୁ ୨ ବର୍ଷ ହେଲାଣି ଏହାର ପରିସରରେ ଥିବା ଇ-ଶୌଚାଳୟ ଅଚଳ ଅବସ୍ଥାରେ ପଡ଼ିଛି।

୨ ବର୍ଷ ହେଲାଣି ନାଲି ଫିତା ‌ଗୁଡ଼ାଯାଇଛି ଯେ ଆଉ ଫିଟୁନି।

ନା ବିଏମ୍‌ସି ବାବୁଙ୍କ ଏଥିପ୍ରତି ଦୃଷ୍ଟି ପଡ଼ୁଛି ନା ବିଡିଏ ବାବୁଙ୍କର।

ସେପଟେ ଏଠାରେ ବ୍ୟାୟାମ  ଓ ଖେଳ ଉପକରଣ ଅତି ନିମ୍ନମାନର ଲଗାଯାଇଛି।

କଳଙ୍କି ଲାଗି ନଷ୍ଟ ହୋଇଗଲାଣି।

ସ୍ଥିତି ଏପରି ଯେ ବ୍ୟାୟାମ ବେଳେ ଲୋକେ ଖଣ୍ଡିଆଖାବରା ହେଉଛନ୍ତି।

ଭୁବନେଶ୍ୱର: ଦୁଇ ବର୍ଷ ହେଲା ଶୋଚନୀୟ ସ୍ଥିତିରେ ପଡ଼ିରହିଛି ସହିଦନଗର ସ୍ମାର୍ଟ ପାର୍କ।

ଚାରିଟିଯାକ ଶୌଚାଳୟରେ କେଉଁଥିରେ ପାଣି ଆସୁନି ତ କେଉଁଥିରେ କବାଟ ଭାଙ୍ଗିଗଲାଣି।

ଶିଶୁଙ୍କ ମନୋରଂଜନ ସାମଗ୍ରୀ ଅଧିକାଂଶ ଭାଙ୍ଗିଯାଇଛି।

ମୁକ୍ତାକାଶ ଥିଏଟର୍‌, ନିରୀକ୍ଷଣ ଟାଵାରର ସ୍ଥିତି ସଂଗିନ।

ଟାଵାରର ଶିଡ଼ିଠାରୁ ଛାତ ପର୍ଯ୍ୟନ୍ତ ସବୁଠି କଳଙ୍କି ଲାଗିଗଲାଣି।

ପାର୍କର ପ୍ରମୁଖ ଆକର୍ଷଣ ସାଜିଥିବା ସ୍ଲାବ୍‌ ପୁଲ୍‌ରେ ପୁଳାପୁଳା ଭଙ୍ଗା ବୋତଲ, ଗୁଟ୍‌ଖା ଜରି ଭର୍ତ୍ତି ହୋଇରହିଛି।

ପାର୍କରେ ପିଇବା ପାଣିର ସୁବିଧା ନାହିଁ।

ସ୍ମାର୍ଟ ଭିତ୍ତିଭୂମିରେ ଶିଶୁ ଅନୁକୂଳ ସୁବିଧା ଓ ଭିନ୍ନକ୍ଷମଙ୍କୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଗୋଟିଏ ଧାଡ଼ିରେ ଥିବା ଏହି ଚାରିଟି ପାର୍କକୁ ନେଇ ସ୍ମାର୍ଟ ପାର୍କ ସମୂହ ପ୍ରତିଷ୍ଠା କରାଯାଇଥିଲା।

୪ଟି ପାର୍କକୁ ଏକାଠି କରି ଅର୍ବାନ ନଲେଜ ସେଣ୍ଟର କରାଯାଇଥିଲା।

୪ଟି ଥିମ୍ ଯଥା: ଗେଟ୍ କ୍ରିଏଟିଭ୍‌, ଗେଟ୍‌ ରେଷ୍ଟ୍‌, ଗେଟ୍‌ ସ୍ମାର୍ଟ ଓ ଗେଟ୍‌ ୱେଟ୍‌ ଅନୁସାରେ ଏଗୁଡ଼ିକର ବିକାଶ କରିଥିଲା।

୨୦୧୮ ଜୁଲାଇ ୯ରେ ଏହା ଉଦ୍‌ଘାଟିତ ହୋଇଥିଲା।

କିନ୍ତୁ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବରୁ ପାର୍କ ଶୋଚନୀୟ ହୋଇପଡ଼ିଛି।

ବିଏମ୍‌ସି କମିସନର ଚଞ୍ଚଳ ରାଣା ଏହି ପାର୍କ ପରିଦର୍ଶନ କରି ଖୁବ୍‌ଶୀଘ୍ର ସ୍ଥିତି ସୁଧୁରିବ ବୋଲି କହିଥିଲେ ବି ସ୍ଥିତି ସୁଧୁରିଲା ନାହିଁ।

କର୍ପୋରେଟର ରାଜକିଶୋର ଦାସ କହିଛନ୍ତି, ବର୍ତ୍ତମାନ ପାର୍କ ନବୀକରଣ କାମ ଚାଲିଛି, ଖୁବ୍‌ଶୀଘ୍ର ସ୍ଥିତି ସୁଧୁରିବ।

ଖଣ୍ଡଗିରି: ବିଏମ୍‌ସିର ୨୩ ନମ୍ବର ୱାର୍ଡର ଘାଟିକିଆସ୍ଥିତ ବିଏମ୍‌ସି ପାର୍କ ଏବେ ଜଙ୍ଗଲରେ ପରିଣତ ‌ହୋଇଛି।

କୋଭିଡ୍‌ ପୂର୍ବରୁ ୫୦ଲକ୍ଷ ଟଙ୍କାରେ ଉନ୍ନତୀକରଣ ଆରମ୍ଭ ହୋଇଥିଲା।

ପାର୍କ କାମରେ ଲାଗୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ପାର୍କରେ ଓପନ ଜିମ୍‌ ଓ ଜଗିଂଟ୍ରାକ୍‌ କରାଯାଇଥିଲା।

ଠିକାଦାରକୁ ଟଙ୍କା ନ ମିଳିବାରୁ କାମ ଅଟକିଗଲା।

ଆଖପାଖରେ ଆଉ ପାର୍କ ନଥିବାରୁ ସ୍ଥାନୀୟ ଲୋକେ ଅବସର ବିନୋଦନ ବା ପ୍ରାତଃଭ୍ରମଣ ସୁବିଧା ପାଉନାହାନ୍ତି।

ଅନୁରୂପ ଭାବେ ପାର୍କ ଭିତରେ ଥିବା ଓପନଜିମ୍‌ ଓ ପିଲାଙ୍କ ଦୋଳି ନଷ୍ଟ ହେବାକୁ ବସିଛି।

ଏହି ଓପନଜିମ୍‌ ସରଞ୍ଜାମ ଲାଗିବା ପରଠାରୁ ଆଦୌ ବ୍ୟବହାର ହୋଇନଥିବା‌ ବେଳେ ଏଥିରେ ବର୍ତ୍ତମାନ କଳଙ୍କି ଲାଗି ନଷ୍ଟ ହେଲାଣି।

ବର୍ଷ ବର୍ଷ କାମ ବନ୍ଦ ରହିବା କାରଣରୁ ଏଠାରେ ବଡ଼ବଡ଼ ଗଛ ଉଠିଗଲାଣି।

ଜଗିଂଟ୍ରାକ୍‌ ଦିଶୁନଥିବା ବେଳେ ସାପ, ଗୋଧି ଭଳି ସରୀସୃପ ଚଳପ୍ରଚଳ କରୁଛନ୍ତି।

ସନ୍ଧ୍ୟା ସମୟରେ ନିଶାଡ଼ି ଓ ଅସାମାଜିକଙ୍କ ଖଟି ଜମୁଛି।

ପ୍ରାୟ ସାଢ଼େ ୪ ଏକର ଜମିରେ ନିର୍ମିତ ଏହି ପାର୍କକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସ୍ଥାନୀୟ କର୍ପୋରେଟର୍‌ କିରଣବାଳା ମାଝୀ କହିଛନ୍ତି, ୨୦୧୭ରେ ପାର୍କ କାମ ଆରମ୍ଭ ହୋଇଥିଲା।

ମାତ୍ର ଆନ୍ତରିକତା ଅଭାବରୁ କାମ ଆଗେଇ ପାରୁନାହିଁ।

ବିଏମ୍‌ସି ଯତ୍ନବାନ୍‌ ହେଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)