Paradip Ship Rescue: ସମୁଦ୍ର ମଝିରେ ବଡ଼ ବିପଦ! ଅଚଳ ହେଲା ଜାହାଜର ପ୍ରୋପେଲର ଶାଫ୍ଟ, ଉଦ୍ଧାର ହେଲେ ୨୭ କ୍ରିଉ ମେମ୍ବର
ମଝି ସମୁଦ୍ରରେ ଫସିଲା ଜାହାଜ।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହାୟତାରେ ଜାହାଜ ଉଦ୍ଧାର।
ସମୁଦ୍ରରେ ବଡ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ।
ବଞ୍ଚିଗଲେ ୨୭ ନାବିକ।
ବୁଡି ଯାଉଥିବା ମାଲବାହୀ ଜାହାଜକୁ ଉଦ୍ଧାର କଲା ପାରାଦୀପ ପୋର୍ଟ ଅଥରିଟି।
Advertisment କୋଷ୍ଟ ଗାର୍ଡ ସହ ମିଶି ଜାହାଜକୁ ପାରାଦୀପ ପର୍ଯ୍ୟନ୍ତ ସୁରକ୍ଷିତ ଆଣିବା ସହ ସମସ୍ତ ୨୭ ଜଣ କ୍ରିଉ ମେମ୍ବରଙ୍କ ଜୀବନ ବଞ୍ଚାଇଛନ୍ତି।
ଅସୁସ୍ଥ ହୋଇପଡିଥିବା ଜଣେ ନାବିକଙ୍କୁ ଚିକିତ୍ସା ପାଇଁ ପାରାଦୀପ ପୋର୍ଟ ହସ୍ପିଟାଲକୁ ଅଣାଯାଉଛି।
ଜାହାଜର ପ୍ରୋପେଲର୍ ସାଫ୍ଟ ଅଚଳ ହେବା ସହ ଜାହାଜ ଭିତରକୁ ପାଣି ପଶିବାକୁ ଲାଗିଥିଲା।
ହଳଦିଆ ପୋର୍ଟରୁ ମୋଜାମ୍ବିକ୍ ଯାଉଥିଲା ଜାହାଜ MV ବିଶ୍ବ ଉଦୟ।
ପାରାଦୀପ ଠାରୁ ୫୦ ନଟିକାଲ ମାଇଲ ଦୂରରେ ଘଟିଥିଲା ଅଘଟଣ।
ଗତକାଲି ଅପରାହ୍ନରେ Shipping Corporation of India ଠାରୁ ବିପଦ ସମ୍ପର୍କରେ ସୂଚନା ପାଇ ପାରାଦୀପ ପୋର୍ଟ ହାର୍ବର ମାଷ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ଜାହାଜକୁ ଉଦ୍ଧାର କରିଥିଲେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
