Paper Leak Conspiracy: NEET-UG 2026 ପେପର ଲିକ୍ ମାମଲା: ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍, ଏବେ ଚାଲିବ ଟ୍ରାଏଲ୍

Nov 21, 2026 - 16:54
Paper Leak Conspiracy: NEET-UG 2026 ପେପର ଲିକ୍ ମାମଲା: ୧୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍, ଏବେ ଚାଲିବ ଟ୍ରାଏଲ୍

ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET-UG 2026 ପେପର ଲିକ୍ ମାମଲାରେ ବଡ଼ ଆକ୍ସନ୍।

୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛନ୍ତି ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍ କୋର୍ଟ।

ଏହା ସହ ମାମଲାରେ ଟ୍ରାଏଲ୍ ପ୍ରକ୍ରିୟା ଆଗକୁ ବଢ଼ିବାର ରାସ୍ତା ଖୋଲିଛି।

ତେବେ କୋର୍ଟରେ ହାଜର ହୋଇଥିବା ସମସ୍ତ ୧୪ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିନାହାନ୍ତି।

ସେମାନେ ନିଜକୁ ନିର୍ଦ୍ଦୋଷ କହିବା ସହ ମାମଲା ଲଢ଼ିବେ ବୋଲି କହିଛନ୍ତି।

Advertisment ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତାଙ୍କ ଅଦାଲତରେ ଶନିବାର ଏହି ଚାର୍ଜଫ୍ରେମ୍ ପ୍ରକ୍ରିୟା ହୋଇଛି।

ଏହି ମାମଲାରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ବିଶ୍ୱାସଭଙ୍ଗ, ପ୍ରମାଣ ନଷ୍ଟ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଛି।

ଏହାସହ ଦୁର୍ନୀତି ନିବାରଣ ଆଇନ ଏବଂ ପବ୍ଲିକ୍ ଏଗଜାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ) ଆଇନ, ୨୦୨୪ ଅନୁଯାୟୀ ମଧ୍ୟ ଅଭିଯୋଗ ଲାଗିଛି।

ସୂଚନା ଅନୁସାରେ, ୨୦୨୬ ମେ' ୩ ତାରିଖରେ NEET-UG ପରୀକ୍ଷା ହୋଇଥିଲା।

ଦେଶର ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।

ହେଲେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିବା ପରେ ମେ' ୧୨ ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷାକୁ ବାତିଲ୍ କରିଥିଲା।

ପରେ ଜୁନ୍ ୨୧ ତାରିଖରେ ପୁନଃ ପରୀକ୍ଷା କରାଯାଇଥିଲା।

Advertisment ଏହି ପେପର ଲିକ୍ ମାମଲାର ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI।

ଏହି ଘଟଣାରେ CBI ଦୁଇଟି ଚାର୍ଜସିଟ୍ ଦାଖଲ କରିଛି।

ଜୁଲାଇ ୨୮ରେ ଦାଖଲ ପ୍ରଥମ ଚାର୍ଜସିଟ୍‌ରେ ୧୩ ଜଣଙ୍କ ନାଁ ରହିଥିଲା।

ଏଥିରେ NTA ସହ ଜଡ଼ିତ ତିନି ଜଣ ବିଷୟ ବିଶେଷଜ୍ଞ, କୋଚିଂ ସଂସ୍ଥା ସହ ଜଡ଼ିତ ଦୁଇ ଜଣ ଏବଂ ଅନେକ ମଧ୍ୟସ୍ଥିଙ୍କ ନାଁ ସାମିଲ ଥିଲା।

ଚାର୍ଜସିଟ୍‌ରେ ନାମ ଥିବା ତିନି ବିଷୟ ବିଶେଷଜ୍ଞ ହେଲେ ମନୀଷା ଗୁରୁନାଥ ମାନ୍ଧାରେ (ବାୟୋଲୋଜି), ପ୍ରହ୍ଲାଦ ବିଠଲରାଓ କୁଲକର୍ଣ୍ଣୀ (କେମିଷ୍ଟ୍ରି) ଏବଂ ମନୀଷା ସଞ୍ଜୟ ହାଭାଲଦାର (ଫିଜିକ୍ସ)।

ଏହାପରେ ଅକ୍ଟୋବର ୧୪ରେ CBI ଆଉ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା।

ଏଥିରେ ମହାରାଷ୍ଟ୍ରର ଚା' ଦୋକାନୀ ଶେଷରାଓ ବଜରଙ୍ଗ ସୂର୍ଯ୍ୟବଂଶୀ ଓରଫ୍ ରାଜ ସୂର୍ଯ୍ୟବଂଶୀଙ୍କ ନାଁ ରହିଛି।

ନିଜ ପକ୍ଷକୁ ମଜବୁତ କରିବା ପାଇଁ CBI ମୋଟ ୩୬୦ ଜଣ ସାକ୍ଷୀ, ୪୨୨ଟି ଦସ୍ତାବିଜ୍ ଏବଂ ୪୩ଟି ମ୍ୟାଟେରିଆଲ୍ ପ୍ରମାଣ ଉପରେ ଭରସା କରିଛି।

ତେବେ ଏହି ମାମଲାରେ ଏଯାଏଁ କୌଣସି ସରକାରୀ ଅଧିକାରୀ କିମ୍ବା NTAର କୌଣସି ପଦାଧିକାରୀଙ୍କୁ ଅଭିଯୁକ୍ତ କରାଯାଇନାହିଁ।

CBIର ଦାବି ଅନୁସାରେ, ବିଷୟ ବିଶେଷଜ୍ଞ ଏବଂ କିଛି ଘରୋଇ ବ୍ୟକ୍ତିଙ୍କ ନେଟୱର୍କ ଜରିଆରେ ଏହି ପେପର ଲିକ୍ ଷଡ଼ଯନ୍ତ୍ରକୁ ରୂପ ଦିଆଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)