Panchuka Festival Odisha: ଶ୍ରୀକ୍ଷେତ୍ରରେ ପଞ୍ଚୁକର ମହାଭିଡ଼, ମନ ମୋହୁଛି ମହାପ୍ରଭୁଙ୍କ ଦିବ୍ୟ ବେଶ
ପଞ୍ଚୁକ ଲାଗି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ।
ପଞ୍ଚୁକର ଆଜି ଚତୁର୍ଦ୍ଦଶୀ ତିଥି।
ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା ପଞ୍ଚୁକର ଆଜି ଚତୁର୍ଦ୍ଦଶୀ ତିଥି।
ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ପାଇଁ ବାହାର କାଠରୁ ହେଉଛି ଦର୍ଶନ।
Advertisment ଅତି ସୁନ୍ଦର ଦର୍ଶନ ପାଇ ଶ୍ରଦ୍ଧାଳୁଙ୍କ ସହ ହବିଶ୍ୟାର୍ଥୀ ଭାବ ବିହ୍ୱଳ ହୋଇପଡ଼ିଛନ୍ତି।
ଚଳିତବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ମହାପ୍ରଭଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ।
ସେପଟେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ସହ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ ପାଇଁ ବ୍ୟବସ୍ଥା ହୋଇଛି।
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ବ୍ୟବସ୍ଥା ହୋଇଛି।
ତେବେ ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ପାଇଁ, ପଞ୍ଚୁକରେ କେବଳ ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା କରାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
