Panchuka Festival Odisha: ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଶୃଙ୍ଖଳିତ ଦର୍ଶନ ପାଇଁ ୩୦ ପ୍ଲାଟୁନ୍ ପୋଲିସ ମୁତୟନ
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ।
ଧର୍ମ ମାସ କାର୍ତ୍ତିକ ପଞ୍ଚୁକ ବ୍ରତର ପ୍ରଥମ ଦିନ।
ଚଳିତବର୍ଷ ପଞ୍ଚୁକ ୫ ଦିନ ବଦଳରେ ତିଥି କ୍ଷୟ ଯୋଗୁଁ ୪ ଦିନ ପଡୁଛି।
ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳିମାନଙ୍କ ପ୍ରବଳ ଭିଡ ଲାଗିଛି।
ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Advertisment ଶ୍ରୀମନ୍ଦିର ଭିତର ବେଢ଼ା ଓ ବାହାର ବେଢ଼ା ସହ ବାହାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସମୁଦାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ମାର୍କେଟ ଛକଠାରୁ ଶ୍ରଦ୍ଧାଳୁମାନେ ୮ ଥାକିଆ ବ୍ୟାରିକେଡ୍ ମାଧ୍ୟମରେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରିବେ।
ଏହାଛଡା ବେଳାଭୂମିରେ ଭକ୍ତଙ୍କ ସୁରକ୍ଷିତ ସ୍ନାନ ଓ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।
କାର୍ତ୍ତିକ ପୂର୍ଣ୍ଣିମା ଦିନ ହବିଷ୍ୟାଳି ଡଙ୍ଗା ଭସାଇବାକୁ ଥିବାରୁ ସେଠାରେ ମଧ୍ୟ ଲାଇଫଗାର୍ଡ,ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ମୁତୟନ କରାଯିବ।
ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଯାନକୁ ନିର୍ଦ୍ଧିଷ୍ଟ ପାର୍କିଂରେ ରଖାଯିବ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଇଥିବା ବେଳେ ସିସିଟିଭି ବଳୟ ମଧ୍ୟରେ ଶ୍ରୀକ୍ଷେତ୍ର ରହିଛି।
ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଏସପି ପ୍ରତୀକ ସିଂଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଭକ୍ତଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
