15 JUNE 2026

Welcome!

Unlock your personalized experience.
Sign Up

Pakistan Air Force: ଖାଇବର ପଖତୁନଖ୍ୱାରେ ପାକ୍ ବାୟୁସେନାର ତାଲିମ ଜେଟ୍ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

Jun 15, 2026 - 17:19
Pakistan Air Force: ଖାଇବର ପଖତୁନଖ୍ୱାରେ ପାକ୍ ବାୟୁସେନାର ତାଲିମ ଜେଟ୍ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

ଇସଲାମାବାଦ: ସୋମବାର ଦିନ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ମର୍ଦାନ ଜିଲ୍ଲାରେ ଏକ ପାକିସ୍ତାନ ବାୟୁସେନା (ପିଏଏଫ) ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ପ୍ରାଣ ହରାଇଛନ୍ତି। ଏହାଯୋଗୁ ରାସ୍ତାରେ ଯାଉଥିବା ତିନି ଜଣ ସ୍ଥାନୀୟ ନାଗରିକ ଗୁରୁତର ଆହତ ହୋଇଛନ୍ତି।

ଆହୁରି ଦେଖନ୍ତୁ: ପଞ୍ଜାବ-ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଶୀଘ୍ର ହେବା ନେଇ କଳ୍ପନାଜଳ୍ପନା

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏକ ତାଲିମ ମିଶନରେ ଥିବା ବିମାନଟି ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ତା’ପରେ ବିମାନଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ସ୍ଥାନୀୟ ରାସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ବିମାନରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାକୁ ନିଶ୍ଚିତ କରି ଗୃହମନ୍ତ୍ରୀ ମୋହସିନ ନକଭି ତଥା ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଏକ ବିବୃତିରେ କହିଛନ୍ତି ଯେ, ବିମାନଟି ନିୟମିତ ତାଲିମ କାର୍ଯ୍ୟକ୍ରମରେ ଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ପିଏଏଫର ଫ୍ଲାଇଟ୍ ଲେଫ୍ଟନାଣ୍ଟ ମହମ୍ମଦ କାସିମ୍ ଅବଦୁଲ୍ଲା ଏବଂ ପାକିସ୍ତାନ ନୌସେନାର ଲେଫ୍ଟନାଣ୍ଟ ତାହା ଆବାସି ସହିଦ ହୋଇଛନ୍ତି।
ଏହି ଭୟଙ୍କର ଦୁର୍ଘଟଣାର ସିସି ଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫୁଟେଜ୍‌ରେ ଦେଖାଯାଉଛି ଯେ, ଗାଡିଗୁଡ଼ିକ ଏକ ବ୍ୟସ୍ତବହୁଳ ରାସ୍ତାରେ ଯାତାୟାତ କରୁଛନ୍ତି। ହଠାତ୍, ଆକାଶରୁ ଏକ ଜେଟ୍ ବିମାନ ସିଧା ରାସ୍ତା ମଝିରେ ପଡୁଛି। ବିମାନଟି ପଡ଼ିବା ସମୟରେ ଦୁଇଜଣ ମୋଟରସାଇକେଲ ଆରୋହୀ ସେହି ରାସ୍ତା ଦେଇ ଯାଉଥିଲେ। ରାସ୍ତାରେ ଏକ ଲମ୍ବା, ସିଧା ନିଆଁରରେଖା ସୃଷ୍ଟି ହୋଇଥିଲା।

ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ସୁପର ମୁଶାହାକ ଏମଏଫଆଇ-୧୭ ତାଲିମ ବିମାନ ଥିଲା । ସୂଚନା ଅନୁଯାୟୀ ଯାନ୍ତ୍ରିକ ସମସ୍ୟା ସତ୍ତ୍ୱେ, ପାଇଲଟମାନେ ବିମାନକୁ ଏକ ଘନ ଜନବସତି ଅଞ୍ଚଳରୁ ଦୂରକୁ ନେଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ବିମାନଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଉଭୟ ପାଇଲଟ ସମୟ ମଧ୍ୟରେ ଇଜେକ୍ଟ କରି ପାରି ନଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ପାକିସ୍ତାନର ସାମରିକ ବିମାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଉପରେ ଗମ୍ଭୀର ପ୍ରଶ୍ନ ଉଠାଯାଉଛି। ଜାନୁଆରିରୁ ଜୁନ୍ ୨୦୨୬ମଧ୍ୟରେ ପାକିସ୍ତାନରେ ଏହା ପଞ୍ଚମ ବଡ଼ ବିମାନ ଦୁର୍ଘଟଣା। ଏହା ପୂର୍ବରୁ, ଜୁନ୍ ୧୦ ତାରିଖରେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ଏକ ସେନା ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨୨ ସାମରିକ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ମେ’ ମାସରେ ଏକ ଏଫଟି-୭ପିଜି ତାଲିମ ବିମାନ ଏବଂ ଏକ ଜେଏଫ-୧୭ ଥଣ୍ଡର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ଘଟଣାରେ ପାଇଲଟମାନେ ଇଜେକ୍ଟ କରିବାରେ ସଫଳ ହୋଇଥିଲେ।

ଆହୁରି ଦେଖନ୍ତୁ: ଆମେରିକାକୁ ପରାସ୍ତ କରି ଭାରତର ବିଜୟ ଅଭିଯାନ

ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।