Deadbody: ଜଙ୍ଗଲରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଠାବ
"ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ରାଇକମା ଗ୍ରାମ ପାର୍ଶ୍ୱ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଠାବ ହୋଇଛି l ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଗଜସାଥୀ ଜଙ୍ଗଲକୁ ଯାଇଥିବାବେଳେ ମୃତଦେହ ଦେଖି ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ l ତେବେ ମହିଳାଙ୍କ ମୃତଦେହ ପଚିସଢ଼ି ଯାଇଥିବାରୁ ତାଙ୍କର ପ୍ରକୃତ ପରିଚୟ ମିଳି ପାରୁନି l ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।Advertisment ମହିଳାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡ଼ିନି ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ କେହି ଦୁର୍ବୃତ୍ତ ୩-୪ ଦିନ ପୂର୍ବରୁ ହତ୍ୟା କରି ଜଙ୍ଗଲ ଭିତରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି l ଅନ୍ୟପଟେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ହିଁ ଶବ ଉଦ୍ଧାର ପୂର୍ବକ ବ୍ୟବଚ୍ଛେଦ ପାଇଁ ପଠାଯିବ ଓ ତଦନ୍ତକୁ ଜୋରଦାର କରାଯିବା ନେଇ ପୁଲିସ ସୂଚନା ଦେଇଛି l ସେହିପରି ମୃତାଙ୍କର ପ୍ରକୃତ ପରିଚୟ ମିଳିଲା ପରେ ହିଁ ମହିଳାଙ୍କ ମୃତ୍ୟୁର ସଠିକ କାରଣ ଜଣା ପଡିବ ବୋଲି ଆଶା କରାଯାଉଛି l ଆହୁରି ପଢ଼ନ୍ତୁ: Attack row: ମମତା ବାନାର୍ଜୀ ହସ୍ପିଟାଲ ସିଇଓଙ୍କୁ ଧମକ ଦେବାର ଅଡିଓ ଭାଇରାଲ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।