15 JUNE 2026

Welcome!

Unlock your personalized experience.
Sign Up

Dhiraj Bommadevara: ତୀରନ୍ଦାଜି ବିଶ୍ବକପ୍‌: ଧୀରଜଙ୍କୁ ଯୁଗଳ ସ୍ବର୍ଣ୍ଣ

Jun 15, 2026 - 17:19
Dhiraj Bommadevara: ତୀରନ୍ଦାଜି ବିଶ୍ବକପ୍‌: ଧୀରଜଙ୍କୁ ଯୁଗଳ ସ୍ବର୍ଣ୍ଣ

ଅନ୍ତଲ୍ୟା: ଭାରତର ତାରକା ତୀରନ୍ଦାଜ ଧୀରଜ ବୋମ୍ମାଦେବରା ବିଶ୍ବକପ୍‌ ସ୍ବର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି। ଏଠାରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍‌ ଷ୍ଟେଜ୍‌୩ରେ ମିଶ୍ରିତ ଯୁଗଳ ସହ ଏକକରେ ସ୍ବର୍ଣ୍ଣ ଜିତି ଦ୍ବିମୁକୁଟ ହାସଲ କରିଛନ୍ତି ଧୀରଜ। ଚଳିତ ଋତୁରେ ପ୍ରଥମ ଥର ଏକାଠି ଖେଳୁଥିବା ୨୪ ବର୍ଷୀୟ ଅଲିମ୍ପିଆନ୍‌ ଧୀରଜ ଓ ୧୭ ବର୍ଷୀୟ କୁମ୍‌କୁମ୍‌ ଅନିଲ ମେହୁଦ ମିଶ୍ରିତ ଯୁଗଳ ରିକର୍ଭ ଫାଇନାଲ୍‌ରେ ୫-୧ (୩୭-୩୬, ୩୭-୩୬, ୩୯-୩୯)ରେ କୋରିଆର କିମ୍‌ ଜେ-ଡିଓକ୍‌ ଓ ଓ ୟି ଜିନ୍‌ଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍‌ ପୂର୍ବରୁ ଏହି ଯୋଡ଼ି ଡେନ୍‌ମାର୍କକୁ ୬-୦, ଆମେରିକାକୁ ୬-୨ ଓ ଜର୍ମାନୀକୁ ୬-୨ରେ ହରାଇଥିଲେ। ଏକକ ବର୍ଗ ଫାଇନାଲ୍‌ରେରେ ଧୀରଜ ୭-୩ (୩୦-୨୯, ୨୯-୨୮, ୨୭-୨୭, ୨୭-୨୯, ୩୦-୨୯)ରେ ପ୍ୟାରିସ୍‌ ଅଲିମ୍ପିକ୍‌ କାଂସ୍ୟ ବିଜେତା ଦକ୍ଷିଣ କୋରିଆର ଲି ଉ ସିଓକ୍‌ଙ୍କୁ ମାତ୍‌ ଦେଇଥିଲେ। ଏହା ପୂର୍ବରୁ ସେମିଫାଇନାଲ୍‌ରେ ଜର୍ମାନୀର ମୋର୍ଟିଜ ୱିଜରଙ୍କୁ ୬-୪ରେ ହରାଇଥିଲେ। ଧୀରଜ ୨୦୨୧‌ରେ ପଦାର୍ପଣ କରିଥିଲା ବେଳେ ୨୦୨୩, ୨୦୨୪ ଓ ୨୦୨୫ରେ କାଂସ୍ୟ ଜିତିଥିଲେ।

ଆହୁରି ପଢ଼ନ୍ତୁ: ଟ୍ରାକ୍ଟର ଟ୍ୟାଙ୍କରରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଅଟକ

ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।