Pak vs SL: ବାବର ଆଜମ ଖୁସି; ପରାଜୟ ପାଇଁ ବୋଲରଙ୍କୁ ଦୋଷ ଦେଲେ ଶ୍ରୀଲଙ୍କାର ଅଧିନାୟକ
ରାଓଲପିଣ୍ଡି: ପାକିସ୍ତାନ କ୍ରିକେଟ୍ ଟିମ୍ ଶେଷରେ ୨ ବର୍ଷ ପରେ ଟେଷ୍ଟ ଶୃଙ୍ଖଳାରେ ବିଜୟୀ ହୋଇଛି।
ବାବର ଆଜମଙ୍କ ଅଧିନାୟକତ୍ବରେ ଶ୍ରୀଲଙ୍କାକୁ ପାକିସ୍ତାନ ଦ୍ବିତୀୟ ଟେଷ୍ଟରେ ୮ ୱିକେଟ୍ରେ ପରାସ୍ତ କରି ଶୃଙ୍ଖଳା ୧-୦ରେ ହାତେଇଛି।
ରାଓଲପିଣ୍ଡିରେ ଖେଳାଯାଇଥିବା ଏହି ମୁକାବିଲାର ଚତୁର୍ଥ ଦିନରେ ପାକିସ୍ତାନ ପ୍ରଥମ ଅଧିବେଶନରେ ବିଜୟ ଲକ୍ଷ୍ୟ ହାସଲ କରିଛି।
ଟିମ୍ ୧୩ ଓଭରରେ ୨ଟି ୱିକେଟ୍ ହରାଇ ୯୦ ରନ୍ ସଂଗ୍ରହ କରି ମ୍ୟାଚ୍କୁ ନିଜ ନାମରେ କରିପାରିଛି।
Advertisment ପାକିସ୍ତାନକୁ ବିଜୟ ପାଇଁ କେବଳ ୮୯ ରନ୍ର ଲକ୍ଷ୍ୟ ମିଳିଥିଲା।
ଶ୍ରୀଲଙ୍କା ଦ୍ବିତୀୟ ପାଳିରେ ୩୧୬ ରନ୍ କରିପାରିଥିଲା।
ଅଜାନ ଅବେସ ୩୨ ରନ୍ କରି ଅପରାଜିତ ଫେରିଥିଲେ।
ଆମେର ଜମାଲ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୨ଟି ବଲ୍ ଖେଳି ୩୪ ରନ୍ ସଂଗ୍ରହ କରିଥିଲେ।
ତାଙ୍କର ଏହି ବ୍ୟାଟିଂରୁ ୫ଟି ଚୌକା ଏବଂ ଗୋଟିଏ ଛକା ମିଳିଥିଲା।
ଜମାଲଙ୍କୁ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ପାକିସ୍ତାନ ପଠାଇଥିଲା।
ପ୍ରଥମ ପାଳିରେ ଶ୍ରୀଲଙ୍କାର ସ୍କୋର ୯୮ ରନ୍ ଏହି ମୁକାବିଲାରେ ପାକିସ୍ତାନ ପ୍ରଥମ ୱିକେଟରେ ୨୨୭ ରନ୍ ସଂଗ୍ରହ ସହ ବଡ଼ ଅଗ୍ରଣୀ ହାସଲ କରିଥିଲା।
ଶ୍ରୀଲଙ୍କାର ଟିମ୍ ୯୮ ରନ୍ରେ ଅଲଆଉଟ୍ ହୋଇଥିଲା।
ଦ୍ବିତୀୟ ପାଳିରେ ଶ୍ରୀଲଙ୍କା ଫର୍ମକୁ ଫେରିବାକୁ ଉଦ୍ୟମ କରିଥିଲା।
ମିଲାନ ରତ୍ନାୟକେ ଅପରାଜିତ ୬୬ ରନ୍ କରି ପାକିସ୍ତାନର ବିଜୟର ଅପେକ୍ଷା ବଢ଼ାଇଥିଲେ।
କିନ୍ତୁ ମହମ୍ମଦ ଅବ୍ବାସ ଶୁକ୍ରବାର ନିଜର ପ୍ରଥମ ଓଭରରେ ଅସିଥା ଫର୍ନାଡୋଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ କରି ଶ୍ରୀଲଙ୍କାର ବିପର୍ଯ୍ୟୟ ଘଟାଇଥିଲେ।
ଶ୍ରୀଲଙ୍କା ଦିନର ଆରମ୍ଭ ୩୦୯/୯ ସ୍କୋର ଥିଲା।
Delhi Capitals: ଡବ୍ଲ୍ୟୁପିଏଲ୍: ଜୟବର୍ଦ୍ଧନେ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ୍ ନିର୍ଦେଶକ ବିଜୟ ପରେ ବାବରଙ୍କ ପ୍ରତିକ୍ରିୟା ବାବର ଆଜମ ଘରୋଇ ପଡ଼ିଆରେ ଦୀର୍ଘ ଦିନର ବ୍ୟବଧାନ ପରେ ଟେଷ୍ଟ ଶୃଙ୍ଖଳା ବିଜୟୀ ହେଲା ପରେ ବହୁତ ଖୁସି ଅନୁଭବ କରିଛନ୍ତି।
ସେ କହିଛନ୍ତି ଟିମ୍ରେ କିଛି ନୂଆ ଏବଂ ଯୁବ ଖେଳାଳି ସାମିଲ ହୋଇଛନ୍ତି।
ସେମାନଙ୍କୁ ସୁଯୋଗ ମିଳିଥିବାରୁ ଏଥିରୁ ସେମାନେ ଲାଭ ଉଠାଇଛନ୍ତି।
ଏହି ଶୃଙ୍ଖଳାରେ ପାକିସ୍ତାନ ପାଇଁ କିଛି ସକରାତ୍ମକ ଜିନିଷ ମିଳିଛି।
ବାବର ମଧ୍ୟ କିଛି ବିପରୀତ ସମୟର ସଂଯମତା ରକ୍ଷାକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି, ଆମେ ଡ୍ରେସିଂ ରୁମରେ ନିର୍ଦ୍ଧାରଣ କରିଥିଲୁ ଯେ, ଏକ ଲୟରେ ଖେଳିବୁ।
ଜଣେ ଅନ୍ୟ ଉପରେ ଭରସା ରଖିବୁ।
କିନ୍ତୁ ବେଳେବେଳେ ପରିସ୍ଥିତି ନିଜ ପକ୍ଷରେ ହୋଇଥାଏ, ବେଳେବେଳେ ଏହା ନିଜର ନିୟନ୍ତ୍ରଣ ବାହାରେ ଥାଏ।
ଚାପ ସମୟରେ ସମସ୍ତ ଖେଳାଳି ନିଜର ଦାୟିତ୍ବ ତୁଲାଇଥିଲେ।
ଏହି ମୁକାବିଲାରେ ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା।
India vs Nes Zealand: ୱେଲିଂଟନ୍ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍କୁ ବଡ଼ ଝଟକା; ଆଇସିସି କାଟିଲା ୩୫% ଫି' ପ୍ରତିକ୍ରିୟା ଦେଲେ କୁସଲ ମେଣ୍ଡିସ ଅନ୍ୟପଟରେ ଶ୍ରୀଲଙ୍କାର ଅଧିନାୟକ କୁସଲ ମେଣ୍ଡିସ ପରାଜୟ ପାଇଁ ନିଜ ଟିମ୍ର ଦୁର୍ବଳତାକୁ ସ୍ବୀକାର କରିଛନ୍ତି।
ସେ କହିଛନ୍ତି, ପ୍ରଥମ ପାଳିରେ ବ୍ୟାଟିଂ ସମୟରେ ଟିମ୍ ସଂଘର୍ଷ କରିଛି।
ଏଥିରେ ମୁଁ ମଧ୍ୟ ସାମିଲ ଥିଲି।
ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ।
ବୋଲିଂ ଏବଂ ବ୍ୟାଟିଂରେ ପରିବର୍ତ୍ତନ ଦରକାର।
ପାକିସ୍ତାନ ଗସ୍ତରୁ କିଛି ଶିଖିବାକୁ ମିଳିଛି।
ଏଠାରେ ଟିମ୍ ଏକ ମାସରୁ ଅଧିକ ସମୟ ଅତିବାହିତ କରିଛି।
ଉଭୟ ଟେଷ୍ଟରେ ଅନେକ ସକରାତ୍ମକ ମୁହୂର୍ତ୍ତ ରହିଛି।
ପ୍ରଥମ ଟେଷ୍ଟରେ ଆମେ ଭଲ କରିଥିଲୁ।
କିନ୍ତୁ ପାକିସ୍ତାନ ମଧ୍ୟ ଭଲ ଖେଳିଥିବାରୁ ମ୍ୟାଚ୍ ଡ୍ର ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
