Pak-England Test: ପାକ୍‌-ଇଂଲଣ୍ଡ ଟେଷ୍ଟରେ ପଶିଲା ରାଜନୀତି

Aug 29, 2026 - 06:20
Pak-England Test: ପାକ୍‌-ଇଂଲଣ୍ଡ ଟେଷ୍ଟରେ ପଶିଲା ରାଜନୀତି

"ଲଣ୍ଡନ: ଐତିହାସିକ ଲର୍ଡ୍‌ସ ଷ୍ଟାଡିୟମରେ ଖେଳାଯାଉଥିବା ପାକିସ୍ତାନ ଓ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ରାଜନୀତି ପ୍ରବେଶ କରିଛି।

ଏହି ମ୍ୟାଚ୍‌ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‌ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କ୍ରିକେଟର ଇମ୍ରାନ ଖାଁଙ୍କ ଦୁଇ ପୁଅଙ୍କ ସାକ୍ଷାତକାରର ପ୍ରସାରଣକୁ ନେଇ ବିବାଦ ଦେଖାଦେଇଛି।

ଏହା ଫଳରେ ପ୍ରଥମ ଦିନରେ ମ୍ୟାଚ୍‌ ବର୍ଜନ କରିବାକୁ ପାକିସ୍ତାନ କ୍ରିକେଟ୍‌ ଦଳ ଧମକ ଦେଇଥିଲା।

ତେବେ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

Advertisment Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା ସୂଚନା ଅନୁସାରେ ସ୍କାଏ ସ୍ପୋର୍ଟସରେ ଇଂଲଣ୍ଡ-ପାକ୍‌ ଶୃଙ୍ଖଳାର ସିଧା ପ୍ରସାରଣ କରାଯାଉଛି।

ଏହି ଚ୍ୟାନେଲ୍‌ରେ ପୂର୍ବତନ ଅଧିନାୟକ ମାଇକ୍‌ ଆଥର୍ଟନଙ୍କ ଦ୍ବାରା ଇମ୍ରାନ ଖାଁଙ୍କ ଦୁଇ ପୁଅ ସୁଲେମାନ ଓ କାସିମଙ୍କ ନିଆଯାଇଥିବା ଏକ ସାକ୍ଷାତକାର ପ୍ରସାରଣ ହେବାର ଥିଲା।

କିନ୍ତୁ ଏହି ସାକ୍ଷାତକାରର ପ୍ରସାରଣ ହେଲେ ମ୍ୟାଚ୍‌ ବର୍ଜନ କରିବ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଧମକ ଦେଇଥିଲା।

ଏହା ସତ୍ତ୍ବେ ଉକ୍ତ ଚ୍ୟାନେଲରେ ସାକ୍ଷାତକାରର ପ୍ରସାରଣ ହୋଇଥିଲା।

ସେଥିରେ ଜେଲରେ ଇମ୍ରାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ତାଙ୍କର ଦୁଇ ପୁଅ ଅଭିଯୋଗ କରିଥିଲେ।

ଏହା ପରେ କ୍ଷୁବ୍‌ଧ ହୋଇ ପିସିବି ପାକିସ୍ତାନୀ ଖେଳାଳିଙ୍କୁ ପଡ଼ିଆକୁ ନ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଥିଲା।

ତେବେ ପରେ ଇସିବି ହସ୍ତକ୍ଷେପ କରିବା ପରେ ମଧ୍ୟାହ୍ନ ଭୋଜନ ପରେ ପାକିସ୍ତାନ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ।

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରିଥିବା ଇଂଲଣ୍ଡ ନିଜର ପ୍ରଥମ ପାଳିରେ ଜୋର୍ଡାନ କକ୍ସ ଓ ଜେମି ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ୨୯୦ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା।

ପାକିସ୍ତାନ ପକ୍ଷରୁ ମହମ୍ମଦ ଆବାସ ୪ ଓ ମହମ୍ମଦ ଅଲି ୩ ୱିକେଟ ନେଇଥିଲେ।

ଜବାବରେ ପାକିସ୍ତାନ ମାତ୍ର ୧୧୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି।

ଇଂଲଣ୍ଡ ପେସର୍‌ ଓଲି ରବିନସନ ୪, ଜୋଫ୍ରା ଆର୍ଚର ୩ ଓ ଜୋସ ଟଙ୍ଗ ୨ ୱିକେଟ୍‌ ଅକ୍ତିଆର କରି ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)