Namo Bharat Recruitment 2026: ନମୋ ଭାରତ ନିଯୁକ୍ତି ୨୦୨୬: ୬୭ ପଦବୀ ପାଇଁ ସୁଯୋଗ, ଡିପ୍ଲୋମା ଓ ଆଇଟିଆଇ ପ୍ରାର୍ଥୀ କରିପାରିବେ ଆବେଦନ...

Sep 12, 2026 - 18:47
Namo Bharat Recruitment 2026: ନମୋ ଭାରତ ନିଯୁକ୍ତି ୨୦୨୬: ୬୭ ପଦବୀ ପାଇଁ ସୁଯୋଗ, ଡିପ୍ଲୋମା ଓ ଆଇଟିଆଇ ପ୍ରାର୍ଥୀ କରିପାରିବେ ଆବେଦନ...

"ନୂଆଦିଲ୍ଲୀ: ନମୋ ଭାରତ ପ୍ରକଳ୍ପରେ ଚାକିରି କରିବାକୁ ଇଚ୍ଛୁକ ଯୁବକ-ଯୁବତୀଙ୍କ ପାଇଁ ଭଲ ଖବର।

ନ୍ୟାସନାଲ୍ କ୍ୟାପିଟାଲ୍ ରିଜିଅନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (ଏନ୍‌ସିଆର୍‌ଟିସି) ପକ୍ଷରୁ ମୋଟ୍‌ ୬୭ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି।

ଏଥିରେ ସୁପର୍‌ଭାଇଜର୍‌ ଓ ଜୁନିଅର୍‌ ମେଣ୍ଟେନର୍ ପଦବୀ ରହିଛି।

ଡିପ୍ଲୋମା ଓ ଆଇଟିଆଇ କରିଥିବା ପ୍ରାର୍ଥୀମାନେ ଏହି ନିଯୁକ୍ତିରେ ଆବେଦନ କରିପାରିବେ।

ତେବେ ଆବେଦନ କରିବା ପୂର୍ବରୁ ପଦବୀ ଅନୁସାରେ ଯୋଗ୍ୟତା ଓ ଅନ୍ୟାନ୍ୟ ନିୟମ ଜାଣିନେବା ଜରୁରି।Advertisment କେବେଠାରୁ ଆବେଦନ?

ଏନ୍‌ସିଆର୍‌ଟିସି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ସେପ୍ଟେମ୍ବର ୧୦, ୨୦୨୬ରୁ ଆରମ୍ଭ ହୋଇଛି।

ଯୋଗ୍ୟ ପ୍ରାର୍ଥୀମାନେ ଅକ୍ଟୋବର ୯, ୨୦୨୬ ରାତି ୧୧:୫୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ଆବେଦନ କରିପାରିବେ।

ନିଯୁକ୍ତି ପାଇଁ କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ନଭେମ୍ବର କିମ୍ବା ଡିସେମ୍ବର ୨୦୨୬ରେ ହେବାର ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ- Balochistan's Khuzdar: ପାକିସ୍ତାନ ସୁରକ୍ଷାକର୍ମୀ ବଲୁଚିସ୍ତାନରେ ଶିଶୁଙ୍କ ସମେତ ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ କେଉଁ କେଉଁ ପଦବୀ ରହିଛି?

ଏହି ନିଯୁକ୍ତିରେ ଦୁଇ ପ୍ରକାର ପଦବୀ ରହିଛି।•    ସୁପରଭାଇଜର – ଅପରେସନ୍•    ସୁପରଭାଇଜର – ଇଲେକ୍ଟ୍ରୋନିକ୍ସ•    ସୁପରଭାଇଜର – ଇଲେକ୍ଟ୍ରିକାଲ୍•    ସୁପରଭାଇଜର – ମେକାନିକାଲ୍•    ସୁପରଭାଇଜର – ସିଭିଲ୍•    ଜୁନିଅର ମେଣ୍ଟେନର୍ – ଇଲେକ୍ଟ୍ରିକାଲ୍•    ଜୁନିଅର ମେଣ୍ଟେନର୍ – ଫିଟର•    ଜୁନିଅର ମେଣ୍ଟେନର୍ – ଆର୍‌ଏସି•    ଜୁନିଅର ମେଣ୍ଟେନର୍ – ଇଲେକ୍ଟ୍ରୋନିକ୍ସମୋଟ୍‌ ୬୭ଟି ପଦବୀ ମଧ୍ୟରୁ ସର୍ବାଧିକ ୧୮ଟି ପଦବୀ ସୁପରଭାଇଜର-ଇଲେକ୍ଟ୍ରୋନିକ୍ସ ପାଇଁ ରହିଛି।

ସେହିପରି ସୁପରଭାଇଜର-ଇଲେକ୍ଟ୍ରିକାଲ୍ ପାଇଁ ୧୪ଟି ପଦବୀ ରହିଛି।

କିଏ ଆବେଦନ କରିପାରିବେ?

ସୁପରଭାଇଜର ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ସମ୍ପୃକ୍ତ ଇଞ୍ଜିନିୟରିଂ ଡିପ୍ଲୋମା କିମ୍ବା ବିଜ୍ଞପ୍ତିରେ ଦିଆଯାଇଥିବା ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର।

ଜୁନିଅର ମେଣ୍ଟେନର୍ ପଦବୀ ପାଇଁ ସମ୍ପୃକ୍ତ ଟ୍ରେଡ୍‌ରେ ଆଇଟିଆଇ (ଏନ୍‌ସିଭିଟି/ଏସ୍‌ସିଭିଟି) ସାର୍ଟିଫିକେଟ୍ ଥିବା ଆବଶ୍ୟକ।

ସମସ୍ତ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୨୮ ବର୍ଷ ରଖାଯାଇଛି।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁସାରେ ବୟସରେ ଛାଡ଼ ମିଳିପାରେ।

କିପରି ହେବ ଚୟନ?

ଏହି ନିଯୁକ୍ତିରେ ପ୍ରାର୍ଥୀଙ୍କ ଚୟନ ଦୁଇଟି ପର୍ଯ୍ୟାୟରେ ହେବ।

ପ୍ରଥମେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ଦେବାକୁ ପଡ଼ିବ।

ଏହି ପରୀକ୍ଷାରେ ମୋଟ୍‌ ୧୦୦ଟି ପ୍ରଶ୍ନ ରହିବ।

ଏହି ପରୀକ୍ଷାରେ ଯୋଗ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ମେଡିକାଲ୍ ଫିଟନେସ୍ ଟେଷ୍ଟ ପାଇଁ ଡକାଯିବ।

ଏହି ସିବିଟି ପରୀକ୍ଷାରେ ନେଗେଟିଭ୍ ମାର୍କିଂ ନଥିବା ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ- IAF: ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ଶିକ୍ଷକ କେତେ ଦରମା ମିଳିବ?

ଚାକିରିରେ ଚୟନ ହେଲେ ପଦବୀ ଅନୁସାରେ ଭଲ ଦରମା ମିଳିବ।

ସୁପରଭାଇଜର ପଦବୀ ପାଇଁ ଦରମା ପ୍ରାୟ ୩୭,୦୦୦ରୁ ୧,୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସେହିପରି ଜୁନିଅର ମେଣ୍ଟେନର୍ ପଦବୀ ପାଇଁ ୧୮,୨୫୦ରୁ ୫୯,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ଏହା ସହିତ ନିୟମ ଅନୁସାରେ ଏଚ୍‌ଆର୍‌ଏ, ଭିଡିଏ ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିପାରେ।

ଆବେଦନ କରିବେ କିପରି?

ଯୋଗ୍ୟ ପ୍ରାର୍ଥୀମାନେ ଏନ୍‌ସିଆର୍‌ଟିସିର ଅଫିସିଆଲ୍ ନିଯୁକ୍ତି ପୋର୍ଟାଲ୍‌କୁ ଯାଇ ଅନଲାଇନ୍‌ରେ ଆବେଦନ କରିବାକୁ ପଡ଼ିବ।

ଆବେଦନ କରିବା ସମୟରେ ନିଜର ଶିକ୍ଷାଗତ ପ୍ରମାଣପତ୍ର, ପରିଚୟପତ୍ର ଏବଂ ଆବଶ୍ୟକ ଦସ୍ତାବିଜ୍‌ର ବିବରଣୀ ଠିକ୍ ଭାବରେ ଦେବା ଦରକାର।

ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ନିଯୁକ୍ତି ବିଜ୍ଞପ୍ତିକୁ ଭଲ ଭାବରେ ପଢ଼ି ନିଜ ପଦବୀର ଯୋଗ୍ୟତା, ବୟସ ସୀମା ଏବଂ ଅନ୍ୟାନ୍ୟ ସର୍ତ୍ତ ଯାଞ୍ଚ କରନ୍ତୁ।

ମନେରଖନ୍ତୁ ଆବେଦନର ଶେଷ ତାରିଖ ଅକ୍ଟୋବର ୯, ୨୦୨୬ ରାତି ୧୧:୫୫।

ତେଣୁ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରିବା ଭଲ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)