Painting auctioned for 1700 crore: ୧୭୦୦ କୋଟିରେ ନିଲାମ ହେଲା ପେଣ୍ଟିଙ୍ଗ୍

Nov 20, 2026 - 09:05
Painting auctioned for 1700 crore: ୧୭୦୦ କୋଟିରେ ନିଲାମ ହେଲା ପେଣ୍ଟିଙ୍ଗ୍

ତୂଳୀର ସ୍ପର୍ଶରେ ଜୀବନ୍ତ ହୋଇଉଠିଥିବା ଚେଷ୍ଟନଟ୍‌ ଗଛର ଚିତ୍ରଟି ହେଉଛି ପ୍ରସିଦ୍ଧ ଡଚ୍ ଚିତ୍ରକର ଭିନ୍‌ସେଣ୍ଟ ଭାନ୍ ଗଫ୍‌ଙ୍କ ଏକ ଅନବଦ୍ୟ କୃତି।

୧୮୯୦ ମସିହାରେ ସେ ଏହାକୁ ଆଙ୍କିଥିଲେ।

ନିକଟରେ ଏହାକୁ ୧୯୦.୪ ନିୟୁତ ଡଲାର (ପ୍ରାୟ ୧୭୦୦ କୋଟି ଟଙ୍କା)ରେ ନିଲାମ କରାଯାଇଛି।

'ସାତାନିଏ ଆଁ ଫ୍ଲର୍' ବା 'ଚେଷ୍ଟନଟ୍ ଟ୍ରିଜ୍ ଇନ୍ ବ୍ଲସମ୍' ନାମକ ଏହି ପେଣ୍ଟିଙ୍ଗ୍‌ଟି ୧୮୯୦ ମସିହାରେ ଫ୍ରାନ୍‌ସର ଓଭେର୍-ସୁର୍-ଓଆଜ୍‌ ଗ୍ରାମରେ ଆଙ୍କାଯାଇଥିଲା।

ଚିତ୍ରଟିରେ ଫୁଲରେ ଭରିଥିବା ବିଶାଳ ଚେଷ୍ଟନଟ୍‌ ଗଛ ତଳେ ତିନି ଜଣ ରଙ୍ଗିନ ପୋଷାକ ପିନ୍ଧିଥିବା ମହିଳା ଓ ଜଣେ ଟୋପି ପିନ୍ଧା ପୁରୁଷଙ୍କୁ ଦେଖିବାକୁ ମିଳେ।

ଭାନ୍ ଗଫ୍‌ ଏହାକୁ ଆଙ୍କିବାର ଦୁଇ ମାସ ପରେ ମାତ୍ର ୩୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ।

Advertisment Cyclone: ବାତ୍ୟା ଭୟ ଜୋର ଧରିଲା, ତରବର ହୋଇ ଧାନ କାଟିଲେ ଚାଷୀ ନଭେମ୍ବର ୧୮ରେ ନ୍ୟୁୟର୍କସ୍ଥିତ ପ୍ରସିଦ୍ଧ ନିଲାମ ସଂସ୍ଥା 'ସୋଥେବିଜ୍‌' ଏହାକୁ ୧୯୦.୪ ନିୟୁତ ଡଲାରରେ ବିକ୍ରି କରିଛି।

ଏହା ଭାନ୍ ଗଫ୍‌ଙ୍କ ସବୁଠାରୁ ମହଙ୍ଗା ଚିତ୍ରର ରେକର୍ଡକୁ ମଧ୍ୟ ଭାଙ୍ଗିଦେଇଛି।

ଏହା ପୂର୍ବରୁ ୨୦୨୨ରେ ତାଙ୍କ 'ଅର୍ଚାର୍ଡ ୱିଥ୍ ସାଇପ୍ରେସେସ୍' ଚିତ୍ରଟି ୧୧୭.୨ ନିୟୁତ ଡଲାରରେ ବିକ୍ରି ହୋଇଥିଲା।

ଏହା ଏକ ବିଡ଼ମ୍ବନା ଯେ ଜୀବନ କାଳରେ ଅନେକ ସଂଘର୍ଷ ଓ ଆର୍ଥିକ ଅନଟନ ଦେଇ ଗତି କରିଥିବା ଭାନ୍ ଗଫ୍‌ଙ୍କ କଳାକୃତି ଆଜି ବିଶ୍ୱର ସବୁଠାରୁ ମୂଲ୍ୟବାନ୍‌ କଳାକୃତି ମଧ୍ୟରେ ସ୍ଥାନ ପାଇଛି।

Kalinganagar Worker Accident: ବର୍ଜ୍ୟକୁଣ୍ଡରେ ପଡ଼ି ଶ୍ରମିକ ଦୁର୍ଦ୍ଦଶାର ତନାଘନା କଲେ ଶ୍ରମ ଆଯୁକ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)