Outside dog: ନୟାନ୍ତ କଲେଣି ବୁଲାକୁକୁର: ରାତିରେ କାମୁଡ଼ି ଗୋଡ଼ାଉଛନ୍ତି, ଶୋଇ ଦେଉନାହାନ୍ତି

Aug 30, 2026 - 06:28
Outside dog: ନୟାନ୍ତ କଲେଣି ବୁଲାକୁକୁର: ରାତିରେ କାମୁଡ଼ି ଗୋଡ଼ାଉଛନ୍ତି, ଶୋଇ ଦେଉନାହାନ୍ତି

"ଭୁବନେଶ୍ୱର: ଭୁବନେଶ୍ବରରେ ବୁଲାକୁକୁରଙ୍କ ଦୌରାତ୍ମ କମିବାକୁ ନାଁ ଧରୁନି।

ରାତିରେ ଯାତାୟାତ କରୁଥିବାଲୋକଙ୍କୁ ଏମାନେ ଦେଖିବା ମାତ୍ରେ ହଠାତ୍‌ ଗୋଡ଼ାଇ ଆସୁଛନ୍ତି।

କିଛିଦିନ ହେବ ରାସ୍ତାଘାଟରେ ଏମାନଙ୍କ ଚଳପ୍ରଚଳ ଅଧିକ ବଢ଼ିଯାଇଛି।

କେହି ବହୁ ସଂଖ୍ୟାରେ ବୁଲାକୁକୁର ଆଣି ରାଜଧାନୀରେ ଛାଡ଼ି ଦେଇଥିବା ଚର୍ଚ୍ଚା ହେଲାଣି।

ଫରେଷ୍ଟ ପାର୍କ, ଜାଗମରା, ପୋଖରୀପୁଟ, ସହିଦନଗର ପଳାଶୁଣୀ, ଜିଜିପି, ପୁରୁଣା ଭୁବ‌ନେଶ୍ବର ଆଦି ରାଜଧାନୀର ସବୁ ଅଞ୍ଚଳରେବୁଲାକୁକୁରଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି।

ଏଣୁ ପଟିଆଲାରେ କୁକୁର ଝୁଣିଦେବା ଘଟଣା ପରେ ପୁଣିଥରେ ବୁଲା କୁକୁରଙ୍କ ପ୍ରତିକାର ଉପରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି।Advertisment Narendra Modi: "ବିକଶିତ ଭାରତ" ଓ "ୟଙ୍ଗି ଉଜବେକିସ୍ତାନ"ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ଫରେଷ୍ଟ ପାର୍କ ଅଞ୍ଚଳବାସୀଙ୍କ ଅଭିଯୋଗ, ଏବେ ଯେତେ ସଂଖ୍ୟାରେ ବୁଲା କୁକୁର ଆମ ଅଞ୍ଚଳରେ ବୁଲୁଛନ୍ତି, ଆଗରୁ ସେତେ ନ ଥିଲେ।

ପ୍ରତି ଗଳିକନ୍ଦିରେ ମାଳମାଳ କୁକୁର ବୁଲୁଛନ୍ତି।

ଦୈନିକ ରାତିରେ କାମୁଡ଼ାକାମୁଡ଼ି ହେଉଛନ୍ତି।

ଏମାନେ ରାତିରେ ଏତେ ବିକଟାଳ ରଡ଼ି ଛାଡ଼ୁଛନ୍ତି ଯେ ଘରେ ଶୋଇ ହେଉନି।

ସେପଟେ କର୍ମଜୀବୀଙ୍କ ଅଭିଯୋଗ, ରାତିରେ ଫେରିଲେ ଏମାନେ କାମୁଡ଼ି ଗୋଡ଼ାଉଛନ୍ତି।

ଜାଗମରାରେ ରହୁଥିବା ଅବସରପ୍ରାପ୍ତ ସେନା ଅଧିକାରୀ ରଜନୀକାନ୍ତ ନାୟକ କହିଛନ୍ତି, ଜାଗମରା, ପୋଖରୀପୁଟ ଅଞ୍ଚଳରେ ବି ସମାନ ଅବସ୍ଥା।

ଜାଗମରା ଆଇଟିଆର୍‌ କଲେଜ ଓ ଆଖପାଖ ଅଞ୍ଚଳରେ ଏତେ ସଂଖ୍ୟାରେ ବୁଲା କୁକୁର ଅଛନ୍ତି ଯେ ଦେଖିଲେ ଡର ଲାଗୁଛି।

ଏମାନେ ଦଳ ଦଳ ହୋଇ ବୁଲୁଛନ୍ତି ଓ ଏକାଠି କାମୁଡ଼ି ଗୋଡ଼ାଉଛନ୍ତି।

ରାତି ହେଲେ ଏମାନଙ୍କ ଦୌରାତ୍ମ୍ୟ ବଢ଼ିଯାଉଛି।

ଗତକାଲି ବି ସେ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା କହିଛନ୍ତି।

ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଭଡ଼ାରେ ରହୁଥିବା ଇନ୍ଦ୍ରଜିତ ମହାପାତ୍ର ଓ ଅନ୍ୟମାନେ ବି ସମାନ ଅଭିଯୋଗ କରିଛନ୍ତି।

ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ବୁଲା କୁକୁରଙ୍କ ପ୍ରତିକାର କରିବାକୁ କହିଥିଲେ।

କିନ୍ତୁ ଅଦ୍ୟାବଧି ଏ ଦିଗରେ ସେଭଳି ‌ସକରାତ୍ମକ ପଦକ୍ଷେପ ନେବାରେ ଭୁବନେଶ୍ବର ମହାନଗର ନିଗମ ବିଫଳ ‌ହୋଇଥିବା ଅଭିଯୋଗ ଉଠିଛି।

କୁକୁର ମାଲିକଙ୍କୁ ସତର୍କ କରାଇଲେ ମେୟରରାଜଧାନୀରେ କୁକୁର ‌ପୋଷିଥିବା ଅବା ପାଳୁଥିବା ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ।

ଅମାନିଆ ହେ‌ଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମରେ କହିଛନ୍ତି।

ମେୟର କହିଛନ୍ତି, ଯେଉଁମାନେ କୁକୁର ପାଳୁଛନ୍ତି, ନିଜ କୁକୁରଙ୍କୁ ନିଜ ହେପାଜତରେ ରଖିବା ଦାୟିତ୍ବ ସେମାନଙ୍କର।

କିନ୍ତୁ ବାହାରେ ଏଣେତେଣେ ଛାଡ଼ିବା ଆଦୌ ଗ୍ରହଣୀୟ ନୁହେଁ।

ଏଭଳି ହେଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ।

ବାକି ବୁଲାକୁକୁରଙ୍କ ଦିଗରେ ଆମେ ପଦକ୍ଷେପ ନେଉଛୁ।

Narendra Modi: "ବିକଶିତ ଭାରତ" ଓ "ୟଙ୍ଗି ଉଜବେକିସ୍ତାନ"ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ରାସ୍ତାରେ ବୁଲାଉଛନ୍ତି, ଝାଡ଼ା ବସାଉଛନ୍ତିଭୁବନେଶ୍ବରରେ ପୁଣିଥରେ କୁକୁର ମାଲିକମାନେ ସେମାନଙ୍କ କୁକୁର ଧରି ରାଜଧାନୀ ରାସ୍ତାଘାଟରେ ବୁଲି‌ଲେଣି।

ପୂର୍ବଭଳି ସର୍ବସାଧାରଣ ରାସ୍ତାରେ ଝାଡ଼ା, ପରିସ୍ରା କରାଉଛନ୍ତି।

ଯାହା ଅସନ୍ତୋଷ କାରଣ ପାଲଟିଛି।

ଜନସାଧାରଣ ଏ ନେଇ ଭୁବନେଶ୍ବର ମହାନଗର ନିଗମର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିଜୟ ଅମୃତ କୁଲାଙ୍ଗେ ଭୁବନେଶ୍ବର ମହାନଗର ନିଗମ କମିସନର୍‌ ଥିବାବେଳେ ଏଭଳି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ।

ସର୍ବସାଧାରଣ ରାସ୍ତାଘାଟରେ ପୋଷା କୁକୁରଙ୍କୁ ଝାଡ଼ା, ପରିସ୍ରା କରାଇଲେ ମୋଟା ଅଙ୍କର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଥିଲେ।

ସେ ସମୟରେ ଏହି ପଦ‌କ୍ଷେପକୁ ପ୍ରଶଂସା କରାଯାଇଥିଲା।

କିନ୍ତୁ କମିସନର୍‌ ବଦଳିବା ସହ ନିୟମ ବି ଚୁଲିଗଲାଣି।

ଏଣୁ ଅମାନିଆ କୁକୁର ମାଲିକଙ୍କ ଔଦ୍ଧତ୍ୟ ପୁଣି ବଢ଼ିଗଲାଣି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)