Death: ମାଛ ଧରିବାକୁ ଯାଇ କେନାଲରେ ଖସିଲେ ଭାଇ; ଭାଇକୁ ଖୋଜି ନଦୀରେ ଭାସିଗଲେ ଭଉଣୀ, ଉଭୟ ମୃତ

Sep 12, 2026 - 14:50
Death: ମାଛ ଧରିବାକୁ ଯାଇ କେନାଲରେ ଖସିଲେ ଭାଇ; ଭାଇକୁ ଖୋଜି ନଦୀରେ ଭାସିଗଲେ ଭଉଣୀ, ଉଭୟ ମୃତ

"କୁଆମରା: କିଛି ସମୟ ବ୍ଯବଧାନ ମଧ୍ୟରେ ଡକାଡକି ହୋଇ ଚାଲିଗଲେ ଭାଇ ଭଉଣୀ।

ଖୁଣ୍ଟା ଥାନା ଅନ୍ତର୍ଗତ ଗଡି଼ିଗାଁ ପଞ୍ଚାୟତ ମହ୍ଲାରପଦା ଗ୍ରାମର ଏଭଳି ଅଭାବନୀୟ ଘଟଣା ଘଟିଛି।

ଯାହା ଉକ୍ତ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି।

ଶୁକ୍ରବାର ଅପରାହ୍ନରେ ମହ୍ଲାରପଦା ଗ୍ରାମର ପରମେଶ୍ବର ନାଏକ (୩୨) ଗ୍ରାମ ନିକଟସ୍ଥ କେନାଲକୁ ମାଛ ଧରିବାକୁ ଆସିଥିଲେ।

ଅସାବଧାନତାବଶତଃ କେନାଲ ପାଣିରେ ପଡିଯାଇ ଆଉ ବାହାରି ପାରି ନଥିଲେ।

ଭାଇ ଘରକୁ ଫେରିବାର ବିଳମ୍ବ ହେବାରୁ ଦିବ୍ଯାଙ୍ଗ ଉଭଣୀ ନନ୍ଦିନୀ (୪୫) ଭାଇକୁ ଖୋଜିବାକୁ ଯାଇ କେନାଲରେ ପଡିଥିବା ଦେଖି ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଉଠାଇ ପାରି ନଥିଲେ।Advertisment ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ ତେବେ ନାଲୁହା ନଦୀର ବିପରୀତ ପାର୍ଶ୍ବରେ କରକଚିଆ ପଞ୍ଚାୟତ ଦୁବରାଜପୁର ବନ୍ଧୁ ଘର ଥିବା ବେଳେ ନନ୍ଦିନୀ ନଦୀ ପାରି ହୋଇ ଡାକିବାକୁ ଯାଉଥିଲେ।

ମାତ୍ର ନଦୀର ସ୍ରୋତରେ ଭାସି ଯାଇଥିଲେ।

ସ୍ଥାନୀୟ ଲୋକେ ଦେଖି ମଧ୍ୟ ସନ୍ଧ୍ୟା ହୋଇ ଯାଇଥିବାରୁ ଉଦ୍ଧାର କରି ପାରି ନଥିଲେ।

ତେବେ ଆଜି ଖୁଣ୍ଟା ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଭଞ୍ଜନ ସିଂ, ସତିଶ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଅଭିମନ୍ୟୁ ଦେହୁରୀ, ଚନ୍ଦ୍ରଶେଖର ସାହୁ, ସଞ୍ଜୀବ ନାୟକ ପ୍ରମୁଖ ପହଞ୍ଚି ଦୀର୍ଘ ସମୟର କସରତ ପରେ ଦିବ୍ଯାଙ୍ଗ ନନ୍ଦିନୀକୁ ଘରୁ ନିକଟରୁ ଗୋଟିଏ କିଲୋମିଟର ଦୂରରେ ଉଦ୍ଧାର କରିଥିଲେ।

ଖୁଣ୍ଟା ଥାନା ପୁଲିସ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଜି ଉଦଳା ଡାକ୍ତରଖାନାକୁ ପଠାଇଥିବା ବେଳେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Police: ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ୩ ଜଣଙ୍କୁ ଉଠାଇଲା ଏରସମା ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)