OUAT: ଓୟୁଏଟି ଦ୍ୱାରା ୧୧ଟି ଫସଲ କିସମ ବିକଶିତ: ‘କୋଣାର୍କ’ ନଡ଼ିଆ, ‘ପାଟ ଚନ୍ଦନ’ କଦଳୀକୁ ସ୍ବୀକୃତି

Nov 21, 2026 - 07:16
OUAT: ଓୟୁଏଟି ଦ୍ୱାରା ୧୧ଟି ଫସଲ କିସମ ବିକଶିତ: ‘କୋଣାର୍କ’ ନଡ଼ିଆ, ‘ପାଟ ଚନ୍ଦନ’ କଦଳୀକୁ ସ୍ବୀକୃତି

ଭୁବନେଶ୍ବର: କୃଷି ଗବେଷଣା କ୍ଷେତ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)କୁ ଆଉ ଏକ ସଫଳତା ମିଳିଛି।

ବିଶ୍ୱବିଦ୍ୟାଳୟ ଦ୍ବାରା ବିକଶିତ ୯ଟି କ୍ଷେତ୍ର ଫସଲ ଓ ୨ଟି ଉଦ୍ୟାନ ଫସଲକୁ ମିଶାଇ ମୋଟ ୧୧ଟି କିସମକୁ ରାଜ୍ୟସ୍ତରୀୟ କିସମ ଅନୁମୋଦନ କମିଟି ଅନୁମୋଦନ ପ୍ରଦାନ କରିଛି।

ବିକଶିତ କିସମଗୁଡ଼ିକ ହେଲା କପାର 'ଶୁଭମ୍', ହରଡ଼ର 'ଶ୍ରୀଧର' ଓ 'ଶ୍ରୀହରି', ସୋରିଷର 'ସୁବର୍ଣ୍ଣା' ଓ 'ସମ୍ଭାବୀ', ରାଶିର 'କଜଳ', ଅଳସୀର 'ତାରା', ଧାନର 'ପରବ' ଓ 'ନମ୍ରତା', ନଡ଼ିଆର 'କୋଣାର୍କ' ଓ କଦଳୀର 'ପାଟ ଚନ୍ଦନ'।

ଏହି ନୂତନ କିସମଗୁଡ଼ିକ ଅଧିକ ଅମଳକ୍ଷମ, ପୁଷ୍ଟିକର ତତ୍ତ୍ୱରେ ଭରପୂର ଓ ରୋଗପୋକ ସହନଶୀଳ।

ନୂତନ କିସମଗୁଡ଼ିକ ଖୁବ୍‌ଶୀଘ୍ର ରାଜ୍ୟର କୃଷକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି।

Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ 'କୋଣାର୍କ' ନଡ଼ିଆ, 'ପାଟ ଚନ୍ଦନ' କଦଳୀକୁ ସ୍ବୀକୃତି ରାଜ୍ୟସ୍ତରୀୟ କିସମ ଅନୁମୋଦନ କମିଟିର ଅନୁମୋଦନ ଓଡ଼ିଶାର ଚାଷୀଙ୍କ ପାଇଁ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ଓୟୁଏଟି ଦ୍ୱାରା ପ୍ରଥମ ଥର ପାଇଁ ବିକଶିତ କଦଳୀ କିସମ 'ପାଟ ଚନ୍ଦନ'; ଆକର୍ଷଣୀୟ ସୁଗନ୍ଧ, ବଡ଼ ଓ ଲମ୍ବା ଫଳ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଏହା ପାନାମା ଝାଉଁଳା, କଦଳୀ ଗୁଚ୍ଛ ଶୀର୍ଷ ରୋଗ ଓ ସିଗାଟୋକା ପତ୍ରଦାଗ ରୋଗ ପ୍ରତିରୋଧୀ।

ଏହା 'ଚନ୍ଦନପୁର ପାଟକପୁରା' ଓ 'ଚମ୍ପା' କିସମ ତୁଳନାରେ ଯଥାକ୍ରମେ ୪୪.୧୫ ଓ ୬୯.୩୮ ପ୍ରତିଶତ ଅଧିକ ଅମଳକ୍ଷମ।

ଗଛର ଉଚ୍ଚତା ଅପେକ୍ଷାକୃତ କମ୍ ହୋଇଥିବାରୁ ଉପକୂଳବର୍ତ୍ତୀ ବାତ୍ୟା ଓ ଅଧିକ ପବନପ୍ରବଣ ଅଞ୍ଚଳ ପାଇଁ ବିଶେଷ ଉପଯୋଗୀ ହେବ।

ସେହିପରି ପ୍ରଥମଥର ପାଇଁ ନଡ଼ିଆ ଶଙ୍କର କିସମ 'କୋଣାର୍କ'ରେ ଅଧିକ ଫଳ ଧାରଣ କ୍ଷମତା ରହିଛି।

ଏଥିରେ ଅଧିକ ପରିମାଣର ଶୁଷ୍କ ନଡ଼ିଆ ଶସ ଓ ତେଲ ଉତ୍ପାଦନର କ୍ଷମତା ରଖିଛି।

ରୁଗୋଜ୍ ସ୍ପାଇରାଲିଂ ଧଳାମାଛି ଓ ଗଣ୍ଡାପୋକ ପ୍ରତି ସହନଶୀଳ।

Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ଅଧିକ ଅମଳକ୍ଷମ 'ପରବ' ଓ 'ନମ୍ରତା' ଧାନ କିସମରେ ଜିଙ୍କ୍, ଆଇରନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ପୋଷକତତ୍ତ୍ୱ ରହିଛି।

ଏହି ଦୁଇ କିସମର ଗ୍ଲାଇସେମିକ୍ ଇଣ୍ଡେକ୍ସ(ଜିଆଇ) କମ୍ ରହିଛି।

ଦେଶ ତଥା ବିଦେଶ ବଜାରରେ ମଧ୍ୟ ଏହି ଧାନର ଚାହିଦା ସୃଷ୍ଟି ହୋଇପାରେ।

କପା କିସମ 'ଶୁଭମ୍' ହେକ୍ଟର ପ୍ରତି ହାରାହାରି ୧୯.୮୦ କ୍ୱିଣ୍ଟାଲ ଅମଳ ଦେଇଥାଏ।

ଉନ୍ନତ ତନ୍ତୁମାନ ଓ ରୋଗପୋକ ସହନଶୀଳତା ଯୋଗୁଁ ଏହା ରାଜ୍ୟର କପା ଚାଷୀଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ ହେବ।

ସୋରିଷର 'ସୁବର୍ଣ୍ଣା' ଓ 'ସମ୍ଭାବୀ' କିସମ ଅଧିକ ତାପମାତ୍ରା ସହନ କରିବାର କ୍ଷମତା ରଖିଛି।ଏଗୁଡ଼ିକ ଖାଇବା ତେଲ ଉତ୍ପାଦନ ବୃଦ୍ଧି ଓ ଆତ୍ମନିର୍ଭରଶୀଳତା ଦିଗରେ ସହାୟକ ହେବ।

ଅଳସୀର 'ତାରା' କିସମ କୋରାପୁଟ , ରାୟଗଡ଼ା ଓ କେନ୍ଦୁଝର ଭଳି ଆଦିବାସୀ ଜିଲ୍ଲାର ଚାଷୀଙ୍କ ପାଇଁ ଉପଯୋଗୀ ହେବ।

କଳା ରଙ୍ଗର ମଞ୍ଜିଯୁକ୍ତ ରାଶି କିସମ 'କଜଳ' ମଧ୍ୟ ସ୍ୱତନ୍ତ୍ର ଗୁଣ ଯୋଗୁଁ ଚାଷୀ ଓ ଉପଭୋକ୍ତାଙ୍କ ମଧ୍ୟରେ ଆଦୃତ ହେବାର ଆଶା ରହିଛି।

ଶୀଘ୍ର ଅମଳକ୍ଷମ ଓ ରୋଗପୋକ ସହନଶୀଳ ହରଡ଼ କିସମ 'ଶ୍ରୀଧର' ଓ 'ଶ୍ରୀହରି' ରାଜ୍ୟର ବୃଷ୍ଟିପୁଷ୍ଟ ଉଚ୍ଚ ଜମିରେ ଫସଲ ବିବିଧୀକରଣକୁ ପ୍ରୋତ୍ସାହିତ କରିବା ସହ ଡାଲି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ।

ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଏଭଳି ସଫଳତା ପାଇଁ କୃଷି ବୈଜ୍ଞାନିକ ଓ ଗବେଷକଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହି ସଫଳତା କୃଷକକୈନ୍ଦ୍ରିକ ଗବେଷଣା, ଜଳବାୟୁ ସହନଶୀଳ କୃଷି ଓ ରାଜ୍ୟର ସାମଗ୍ରିକ କୃଷି ବିକାଶ ପ୍ରତି ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)