OSSTET 2026 Result Declared ପ୍ରକାଶ ପାଇଲା ଓଏସ୍ଏସ୍ଟିଇଟି ପରୀକ୍ଷା ଫଳ, ୭୯.୧୫ ପ୍ରତିଶତ ପାସ୍
କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି)-୨୦୨୬ର ଫଳ ଆଜି (ସୋମବାର) ପ୍ରକାଶ ପାଇଛି।
ଏହି ପରୀକ୍ଷାରେ ମୋଟ ୪୪ ହଜାର ୨୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
ମୋଟ ଉତ୍ତୀର୍ଣ୍ଣହାର ୭୯.୧୫ ପ୍ରତିଶତ ରହିଛି।
ଗତ ସେପ୍ଟେମ୍ବର ୩୦ ତାରିଖରେ ପେପର୍-୧ ଓ ପେପର୍-୨ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
Advertisment Odisha BSE Matric Exams ୨୦୨୭ ମାର୍ଚ୍ଚ ୧୨ରୁ ବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଉଭୟ ପେପର୍ ପାଇଁ ମୋଟ ୫୯ ହଜାର ୩୫୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ।
ସେଥିମଧ୍ୟରୁ ୫୫ ହଜାର ୯୬୮ ଜଣ ପରୀକ୍ଷା ଦେଇଥିବା ବେଳେ ୩ ହଜାର ୩୮୯ ଜଣ ଅନୁପସ୍ଥିତ ରହିଥିଲେ।
ପେପର୍-୧ରେ ୫୫ ହଜାର ୧୯୩ ଜଣ ଫର୍ମ ପୂରଣ କରିଥିବା ବେଳେ ୫୨ ହଜାର ୧୯ ଜଣ ପରୀକ୍ଷା ଦେଇଥିଲେ।
ଏଥିରେ ୪୧ ହଜାର ୧୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି।
ଏହି ପେପର୍ର ପାସ୍ହାର ୭୯.୧୯ ପ୍ରତିଶତ ରହିଛି।
ସେହିପରି ପେପର୍-୨ରେ ୪ ହଜାର ୧୬୪ ଜଣ ଫର୍ମ ପୂରଣ କରିଥିବା ବେଳେ ୩ ହଜାର ୯୪୯ ଜଣ ପରୀକ୍ଷା ଦେଇଥିଲେ।
ଏଥିରେ ୩ ହଜାର ୧୦୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପାସ୍ହାର ୭୮.୬୫ ପ୍ରତିଶତ ରହିଛି।
CBSE 10th Date Sheet: ଫେବ୍ରୁଆରି ୧୬ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୯ରେ ଶେଷ।
ଜାରି ହେଲା ଡେଟ୍ସିଟ୍… ପରୀକ୍ଷାର୍ଥୀମାନେ ପରିଷଦର ଅଫିସିଆଲ୍ ୱେବ୍ସାଇଟ୍ www.bseodisha.ac.in ଏବଂ www.bseodisha.nic.in ରେ ଫଳ ଦେଖିପାରିବେ।
କୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ଆସନ୍ତା ୨୫ ତାରିଖ ସକାଳ ୧୦ଟାରୁ ନିର୍ଦ୍ଧାରିତ ଶୁଳ୍କ ଦେଇ ପରିଷଦର ୱେବ୍ସାଇଟ୍ରୁ ଡିଜିଟାଲ୍ ପ୍ରମାଣପତ୍ର ଡାଉନ୍ଲୋଡ୍ କରିପାରିବେ।
ମୂଳ ପ୍ରମାଣପତ୍ର ଜାରି ହେବା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ।
ଅନ୍ୟପକ୍ଷରେ, ଅକୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ଡିସେମ୍ବର ୨ ତାରିଖ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉକ୍ତ ୱେବ୍ସାଇଟ୍ରୁ ନିଜର ଓଏମ୍ଆର୍ ଉତ୍ତର ଖାତା ଡାଉନ୍ଲୋଡ୍ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
