Elnino: ଏଲ୍ନିନୋ ପ୍ରଭାବ: ହିନ୍ଦୁକୁଶ ହିମାଳୟରେ ବନ୍ୟା, ଭୂସ୍ଖଳନ ଓ ତୁଷାରପାତ ଜନିତ ବିପର୍ଯ୍ୟୟ ଆଶଙ୍କା
କାଠମାଣ୍ଡୁ: ଶକ୍ତିଶାଳୀ ଏଲ୍ନିନୋ ପ୍ରଭାବରେ ଚଳିତ ଶୀତଋତୁରେ ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଓ ତୁଷାରପାତ ହୋଇପାରେ।
ଏହା ଫଳରେ ନେପାଳ ସମେତ ପଶ୍ଚିମ ହିମାଳୟ ଅଞ୍ଚଳରେ ବନ୍ୟା, ଭୂସ୍ଖଳନ ଓ ତୁଷାରପାତ ଭଳି ବିପର୍ଯ୍ୟୟର ଆଶଙ୍କା ବଢ଼ିପାରେ।
ହିନ୍ଦୁକୁଶ ହିମାଳୟ ଶୀତକାଳୀନ ପାଣିପାଗ ପୂର୍ବାନୁମାନ-୨୦୨୬ (ଏଚ୍କେଏଚ୍ ଓ୍ୱିଣ୍ଟର ଆଉଟ୍ଲୁକ୍) ରିପୋର୍ଟରେ ଏହି ସତର୍କ ସୂଚନା ଦିଆଯାଇଛି।
Advertisment କାଠମାଣ୍ଡୁସ୍ଥିତ ଅନ୍ତର୍ଜାତୀୟ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ଆଇସିଆଇଏମ୍ଓଡି), ବେଜିଂ ନର୍ମାଲ୍ ବିଶ୍ୱବିଦ୍ୟାଳୟ ଏବଂ ଚୀନ୍ର ଏକାଡେମି ଅଫ୍ ସାଇନ୍ସେସ୍ ଅଧୀନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଟମସ୍ଫିୟରିକ୍ ଫିଜିକ୍ସର ଗବେଷକମାନେ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ଏଥିରେ ନେପାଳ, ଆଫଗାନିସ୍ତାନ ଓ ବାଂଲାଦେଶରେ ସ୍ୱାଭାବିକଠାରୁ ଅଧିକ ବୃଷ୍ଟିପାତ ହେବାର ପୂର୍ବାନୁମାନ କରାଯାଇଛି।
ପଶ୍ଚିମ ହିମାଳୟରେ ପ୍ରବଳ ବର୍ଷା ଓ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଅଧିକ ତୁଷାରପାତ ଯୋଗୁଁ ସ୍ଥାନୀୟ ବନ୍ୟା, ଭୂସ୍ଖଳନ ଆଦି ଘଟିପାରେ।
ଆହୁରି ପଢନ୍ତୁ: Odisha-Indonesia Tourism ବାଲିରେ ଓଡ଼ିଶା-ଇଣ୍ଡୋନେସିଆ ପର୍ଯ୍ୟଟନ ବୈଠକ: ଓଡ଼ିଶା ପରବ ୨୦୨୬' ଆୟୋଜନ ନେଇ ଆଲୋଚନା ଆମେରିକାର ଜାତୀୟ ମହାସାଗର ଓ ବାୟୁମଣ୍ଡଳ ପ୍ରଶାସନ (ଏନ୍ଓଏଏ) ଅନୁଯାୟୀ, ବର୍ତ୍ତମାନ ଶକ୍ତିଶାଳୀରୁ ଅତି ଶକ୍ତିଶାଳୀ ଏଲ୍ନିନୋ ସ୍ଥିତି ରହିଛି।
୧୯୫୦ରୁ ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ଏଲ୍ନିନୋ ହେବାର ପ୍ରାୟ ୬୦ ପ୍ରତିଶତ ସମ୍ଭାବନା ଥିବା ଏନ୍ଓଏଏ ଆକଳନ କରିଛି।
ଏଲ୍ନିନୋ ଯୋଗୁଁ ହିମାଳୟର ପାଦଦେଶରେ ଅଧିକ ବର୍ଷା ଓ ଉଚ୍ଚ ଅଞ୍ଚଳରେ ଅଧିକ ତୁଷାରପାତ ହୋଇପାରେ ବୋଲି ଆଇସିଆଇଏମ୍ଓଡିର ବୈଜ୍ଞାନିକମାନେ କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ, ପାକିସ୍ତାନ, ଉତ୍ତର ଭାରତ ଓ ନେପାଳର କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବରଫ ଜମିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଭୁଟାନ ଓ ଚୀନ୍ର ପୂର୍ବ ଜିଜାଙ୍ଗ୍ ଅଞ୍ଚଳରେ ବରଫର ଗଭୀରତା କମ୍ ରହିପାରେ।
ହିମାଳୟରେ ଜମୁଥିବା ବରଫ ତରଳିବା ପରେ ନଦୀର ଜଳପ୍ରବାହକୁ ବଜାୟ ରଖିବା ସହ ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନ ଓ ଝରଣାଗୁଡ଼ିକର ଜଳ ଉପଲବ୍ଧତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ।
ତେଣୁ ବରଫର ପରିମାଣ କମିଲେ ଆଗାମୀ ବର୍ଷରେ ଜଳସମ୍ପଦ ଉପରେ ପ୍ରଭାବ ପଡ଼ିପାରେ।
ଆହୁରି ପଢନ୍ତୁ: Wall Collapse During Demolition ଅଧିକୃତ ଘର ଭାଙ୍ଗିବା ବେଳେ ଅଘଟଣ, ଉଚ୍ଛେଦ ବେଳେ କାନ୍ଥ ପଡ଼ି ୫ ଅନଧିକୃତ ଘର ଭାଙ୍ଗିଲା ତେବେ ସବୁ ଅଞ୍ଚଳରେ ଅଧିକ ବର୍ଷା ହେବ ନାହିଁ।
ହିନ୍ଦୁକୁଶ ହିମାଳୟର କେତେକ ଅଞ୍ଚଳରେ ଦୀର୍ଘ ଶୁଷ୍କ ଅବଧି ଦେଖାଦେଇପାରେ।
ଏହା ଫଳରେ ଜଙ୍ଗଲ ଓ ଘାସ ପଡ଼ିଆରେ ନିଆଁ ଲାଗିବାର ଆଶଙ୍କା ବଢ଼ିବ।
ବିଶେଷକରି ଦକ୍ଷିଣ-ପୂର୍ବ ଜିଜାଙ୍ଗ୍ ଓ ମ୍ୟାମାରର କେତେକ ଅଞ୍ଚଳରେ ଜଙ୍ଗଲ ନିଆଁର ଆଶଙ୍କା ଅଧିକ ରହିଛି।
ଆଇସିଆଇଏମ୍ଓଡିର ଜଳବିଜ୍ଞାନୀ ମନୀଷ ଶ୍ରେଷ୍ଠ କହିଛନ୍ତି, ବିପର୍ଯ୍ୟୟ ପ୍ରସ୍ତୁତି କେବଳ ମୌସୁମୀ ଋତୁରେ ସୀମିତ ରହିବା ଉଚିତ ନୁହେଁ।
ବର୍ଷା ଅଧିକ ଅନିୟମିତ ଓ ତୀବ୍ର ହେଉଥିବାରୁ ପ୍ରଶାସନକୁ ଋତୁକାଳୀନ ପୂର୍ବାନୁମାନ ସହ ସ୍ଥାନୀୟ ସ୍ତରର ସ୍ୱଳ୍ପକାଳୀନ ପାଣିପାଗ ସୂଚନା ଆଧାରରେ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ।
ଏହି ରିପୋର୍ଟର ନିଷ୍କର୍ଷ ଉପରେ ନଭେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ କାଠମାଣ୍ଡୁରେ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଆଲୋଚନା କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
