Opposition Creates Ruckus, House Adjourned: ଆଜି ବି ଚାଲି ପାରିଲାନି ଗୃହ, ମୁଲତବି ଘୋଷଣା କଲେ ବାଚସ୍ପତି
ବିଧାନସଭାର ଶୀତକାଳୀନ ଅଧିକବେଶନର ଦ୍ୱିତୀୟ ଦିନରେ ବି ସୁରୁଖୁରୁରେ ଚାଲିପାରିନି ଗୃହ କାର୍ଯ୍ୟ।
ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରାଯାଇଛି।
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଲାଗି ରହିବାରୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ।
Advertisment ବନ୍ୟା ମୁକାବିଲାରେ ସରକାର ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି।
କୋଟିଆ ପ୍ରସଙ୍ଗ ଗୃହରେ ଆଲୋଚନା ପାଇଁ କଂଗ୍ରେସ ସଦସ୍ୟମାନେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ପ୍ରଶ୍ନକାଳ ଆରମ୍ଭରୁ ବ୍ୟାନର୍ ଓ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ ବିରୋଧୀ ସଦସ୍ୟମାନେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
