Operation Sindoor: ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସହଯୋଗ କରିଥିଲା ଚୀନ୍, ଆମେରିକା ରିପୋର୍ଟରେ ବଡ଼ ଖୁଲାସା

Nov 21, 2026 - 20:00
Operation Sindoor: ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସହଯୋଗ କରିଥିଲା ଚୀନ୍, ଆମେରିକା ରିପୋର୍ଟରେ ବଡ଼ ଖୁଲାସା

ଭାରତକୁ ଦୁର୍ବଳ କରିବାକୁ ଚୀନ୍‌ର ଡବଲ୍ ଗେମ୍!

ଗୋଟିଏ ପଟେ ସୀମାରେ ସାମରିକ ଚାପ, ଅନ୍ୟପଟେ ଆର୍ଥିକ କ୍ଷେତ୍ରରେ ଅବରୋଧ।

ଏପରିକି ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ୍ ସହଯୋଗ କରିଥିବା ନେଇ ଆମେରିକାର ଏକ ରିପୋର୍ଟରେ ବଡ଼ ଖୁଲାସା କରାଯାଇଛି।

ଭାରତର ବଢ଼ୁଥିବା ଶକ୍ତିକୁ ରୋକିବା ପାଇଁ ବେଜିଂ ବିଭିନ୍ନ କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରୁଥିବା ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି।

Advertisment ଆମେରିକାର US-China Economic and Security Review Commission ପକ୍ଷରୁ କଂଗ୍ରେସକୁ ଦିଆଯାଇଥିବା ୨୦୨୬ ବାର୍ଷିକ ରିପୋର୍ଟରେ ଏଭଳି ଚିନ୍ତା ପ୍ରକାଶ କରାଯାଇଛି।

ଏହି ରିପୋର୍ଟର ଶୀର୍ଷକ ରହିଛି 'China's Other Front: India and the Future of US Strategy in the Indo-Pacific'।

ରିପୋର୍ଟ ଅନୁସାରେ, ଆମେରିକାର ସାମରିକ ମେଣ୍ଟରେ ନଥାଇ ମଧ୍ୟ ଚୀନ୍‌କୁ ଟକ୍କର ଦେବାର କ୍ଷମତା ରଖୁଥିବା ଅଳ୍ପ କେତୋଟି ଦେଶ ମଧ୍ୟରେ ଭାରତ ଅନ୍ୟତମ।

ଏସିଆରେ ଶକ୍ତି ସନ୍ତୁଳନ ରକ୍ଷା କରିବା ସହ ଚୀନ୍‌ର ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାର ବିକଳ୍ପ ହେବାର କ୍ଷମତା ଭାରତ ପାଖରେ ରହିଛି।

ଏହାକୁ ଚୀନ୍ ଭଲ ଭାବେ ବୁଝିଛି।

ତେଣୁ ଭାରତର ଉତ୍ଥାନକୁ ରୋକିବା ପାଇଁ ବିଭିନ୍ନ କ୍ଷେତ୍ରରେ ଚାପ ପକାଉଛି ବୋଲି ରିପୋର୍ଟରେ କୁହାଯାଇଛି।

Advertisment ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ସହଯୋଗ ଚୀନ୍ ଓ ପାକିସ୍ତାନର ବଢ଼ୁଥିବା ସାମରିକ ସମ୍ପର୍କକୁ ନେଇ ମଧ୍ୟ ଆମେରିକା ଚିନ୍ତା ପ୍ରକାଶ କରିଛି।

୨୦୨୫ ମେ'ରେ ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷ ଏହାର ଉଦାହରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସିଧାସଳଖ ଯୁଦ୍ଧରେ ସାମିଲ ନହୋଇ ମଧ୍ୟ ଚୀନ୍ ସଙ୍କଟ ସମୟରେ ପାକିସ୍ତାନକୁ ସାମରିକ ସହାୟତା ଦେଇପାରେ ବୋଲି ଏଥିରେ କୁହାଯାଇଛି।

ଚଳିତ ବର୍ଷ ଚୀନ୍ ପ୍ରଥମ ଥର ପାଇଁ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ସ୍ଥଳରେ ବୈଷୟିକ ସହାୟତା ଯୋଗାଇଥିବା ସ୍ୱୀକାର କରିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଏହା ସହ ଭାରତ ମହାସାଗରରେ ଚୀନ୍‌ର ବଢ଼ୁଥିବା ଉପସ୍ଥିତି ଭାରତର ରଣନୈତିକ ସ୍ଥିତିକୁ ଦୁର୍ବଳ କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।

ଆର୍ଥିକ କ୍ଷେତ୍ରରେ ମଧ୍ୟ ଚୀନ୍‌ର ଚାପ କେବଳ ସାମରିକ କ୍ଷେତ୍ର ନୁହେଁ, ଭାରତ ଉପରେ ଆର୍ଥିକ ଚାପ ପକାଇବାକୁ ମଧ୍ୟ ଚୀନ୍ ଉଦ୍ୟମ କରୁଛି।

ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସାମଗ୍ରୀ, ପ୍ରଯୁକ୍ତିବିଦ୍ୟା ଯୋଗାଣ ଉପରେ ନିୟନ୍ତ୍ରଣ ରଖି ଭାରତର ଉତ୍ପାଦନ କ୍ଷମତାକୁ ପ୍ରଭାବିତ କରିବାକୁ ଚୀନ୍ ଚେଷ୍ଟା କରୁଥିବା ଆମେରିକା ରିପୋର୍ଟରେ ଦାବି କରାଯାଇଛି।

ଦକ୍ଷିଣ ଏସିଆରେ ଚୀନ୍‌ର ବଢ଼ୁଥିବା ଆର୍ଥିକ ଓ ଭିତ୍ତିଭୂମି ନିବେଶ ମଧ୍ୟ ଭାରତର ପ୍ରଭାବକୁ ଚ୍ୟାଲେଞ୍ଜ କରୁଥିବା ଏଥିରେ ଚେତାବନୀ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)