One Woman, Three Outfits, Three Nominations: ତିନି ଦଳରୁ ନାମାଙ୍କନ ଭରିଲେ ମହିଳା, ରାଜସ୍ଥାନ ନିର୍ବାଚନରେ ଅଜବ ଘଟଣା

Nov 27, 2026 - 16:48
One Woman, Three Outfits, Three Nominations: ତିନି ଦଳରୁ ନାମାଙ୍କନ ଭରିଲେ ମହିଳା, ରାଜସ୍ଥାନ ନିର୍ବାଚନରେ ଅଜବ ଘଟଣା

ନିର୍ବାଚନ ମଇଦାନରେ ଜଣେ ମହିଳାଙ୍କ ଅଜବ କାରନାମା।

ଗୋଟିଏ ନିର୍ବାଚନ, ତିନି ଥର ନାମାଙ୍କନ, ଆଉ ପ୍ରତିଥର ଭିନ୍ନ ପୋଷାକ...

ରାଜସ୍ଥାନର ସ୍ଥାନୀୟ ନିର୍ବାଚନରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment ଭାଟି କୁମାରୀ ନାମକ ଜଣେ ମହିଳା ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଭାବେ ନାଲି ଶାଢ଼ି ପିନ୍ଧି ନାମାଙ୍କନ ଦାଖଲ କରିଥିଲେ।

ଏହାର କିଛି ମିନିଟ୍‌ ପରେ ସବୁଜ ସଲୱାର ସୁଟ୍‌ ପିନ୍ଧି ବିଜେପି ପ୍ରାର୍ଥୀ ଭାବେ ଦ୍ୱିତୀୟ ନାମାଙ୍କନ ଦାଖଲ କଲେ।

ଆଉ ତୃତୀୟ ଥର ହଳଦିଆ ଶାଢ଼ି ପିନ୍ଧି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ।

ତିନି ଥର, ତିନି ପୋଷାକ, ତିନି ପ୍ରାର୍ଥୀ ପରିଚୟ।

ଶେଷରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିବା ଜଣାପଡ଼ିଛି।

ତାଙ୍କ ଶ୍ୱଶୁର ଅର୍ଜୁନ ପ୍ରଧାନ ନିର୍ବାଚନର ସମସ୍ତ ବ୍ୟବସ୍ଥା ଦେଖୁଥିଲେ।

ରିପୋର୍ଟ ଅନୁସାରେ, ବିଜେପିର ସମର୍ଥନ ମଧ୍ୟ ତାଙ୍କୁ ମିଳିଥିଲା।

Advertisment ଗୋଟିଏ ପ୍ରାର୍ଥୀ ଏକ ୱାର୍ଡ ପାଇଁ ସର୍ବାଧିକ ୪ଟି ନାମାଙ୍କନ ଦାଖଲ କରିପାରିବେ।

କିନ୍ତୁ ନିର୍ବାଚନ ଲଢ଼ିବା ସମୟରେ ଗୋଟିଏ ଦଳର ପ୍ରାର୍ଥୀ କିମ୍ବା ସ୍ୱାଧୀନ ପ୍ରାର୍ଥୀ ଭାବେ ହିଁ ରହିବାକୁ ପଡ଼ିବ।

ରାଜସ୍ଥାନର ଏହି ଘଟଣା ଏବେ ନିର୍ବାଚନୀ ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି।'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)