Anganwadi Workers Salary Increased: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଦରମା; ସହାୟିକା ବି ପାଇବେ ଅଧିକ ଟଙ୍କା

Nov 27, 2026 - 20:45
Anganwadi Workers Salary Increased: ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଦରମା; ସହାୟିକା ବି ପାଇବେ ଅଧିକ ଟଙ୍କା

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା।

ବଢ଼ିଲା ଦରମା ଓ ଅବସରକାଳୀନ ସହାୟତା ରାଶି।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଧାନସଭାରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment ନୂଆ ଘୋଷଣା ଅନୁସାରେ, ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ଦରମା ୧୦ ହଜାର ଟଙ୍କାରୁ ବଢ଼ି ୧୨ ହଜାର ଟଙ୍କା ହୋଇଛି।

ସେହିପରି ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୫ ହଜାରରୁ ବୃଦ୍ଧି ପାଇ ୬ ହଜାର ଟଙ୍କା ହୋଇଛି।

କେବଳ ଦରମା ନୁହେଁ, ମୃତ୍ୟୁକାଳୀନ ଓ ଅବସରକାଳୀନ ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି।

ମୃତ୍ୟୁକାଳୀନ ସହାୟତା ରାଶି ୨ ଲକ୍ଷରୁ ୪ ଲକ୍ଷ ଟଙ୍କାକୁ ବଢ଼ିଛି।

ଅଙ୍ଗନବାଡ଼ି କର୍ମୀଙ୍କ ଅବସରକାଳୀନ ସହାୟତା ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ହୋଇଥିବାବେଳେ ସହାୟିକାଙ୍କ କ୍ଷେତ୍ରରେ ଏହା ୫୦ ହଜାରରୁ ବଢ଼ି ଦେଢ଼ ଲକ୍ଷ ଟଙ୍କା ହୋଇଛି।

Advertisment ଏହି ଘୋଷଣା ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)